Latest Odisha News

BREAKING NEWS

ନିର୍ବାଚନୀ ମାହୋଲ ସରଗରମ , ଭୋଟ ମାଗୁଛନ୍ତି ୮ମାସର ଗର୍ଭବତୀ

ନୂଆପଡା:  ନିର୍ବାଚନୀ ପ୍ରଚାର ମାହୋଲ ସରଗରମ । ହେଲେ ଏଥର ମଇଦାନରେ ଜଣେ ୮ ମାସର ଗର୍ଭବତୀ ମହିଳା ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛିା  ମହିଳା ଜଣକ ହେଉଛନ୍ତି ସଂଯୁକ୍ତା ଦଳେଇ । ସେ ନୂଆପଡା ବୋଡେନ ବ୍ଲକ ପଲସଦା ଗ୍ରାମପଞ୍ଚାୟତର ସମିତି ସଭ୍ୟା ରୂପେ ପ୍ରତିତ୍ୱନ୍ଦିତା କରୁଛନ୍ତି ।

ମହିଳା ଜଣଙ୍କୁ ମଧ୍ୟ ଭୋଟର ମାନେ ପ୍ରବଳ ମାତ୍ରାରେ ସମର୍ଥନ କରୁଛନ୍ତି । ଗର୍ଭବତୀ ମହିଳା ସଂଯୁକ୍ତାଙ୍କ ଙ୍କ ଶ୍ୱଶୁର ଗଜିନ୍ଦ୍ର ମାଝୀ ଡମଝର ଗାଁର ପୂର୍ବତନ ସରପଞ୍ଚ ଥିଲେ ।ଶ୍ୱଶୁରଙ୍କ ଅଧୁରା ସ୍ୱପ୍ନ ପୁରା କରିବା ପାଇଁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ।

ଜଣେ ଉଚ୍ଛ ଶିକ୍ଷାତା ଅଟନ୍ତି ସଂଯୁକ୍ତା । ସେ ବିଏସି ପାଠ ପଢିଛନ୍ତି ।ହେଲେ ଜନସେବା କରବା ଆଶାରେ ପ୍ରଚାର ମଇଦାନରେ ଗର୍ଭବତୀ ସଂଯୁକ୍ତା । ଯେଉଁ ଟାଇମରେ ମହିଳା ଜଣକ ନିଜର ଓ ଯନ୍ମନେବାକୁ ଥିବା ଶିଶୁର ଯତ୍ନ ନେବା କଥା  ସେହି ସମୟରେ ମହିଳା ଜଣକ ଗାଁର ବିକାଶ ସହ ଶ୍ୱଶୁରଙ୍କ ସ୍ୱପ୍ନ ପୁରୀ କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ଲୋକଙ୍କ ଭଲ ପାଇବା ତାଙ୍କୁ ବିଜୟ ଟିକା ପିନ୍ଧାଇବା ବୋଲି ଆଶା ରଖଛନ୍ତି ସେ ।

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶେଷ ପର୍ଯ୍ୟାୟରେ ହେବେ ବୋଡେନ ବ୍ଲକ ଭୋଟ । ହେଲେ ଏଥର ଭୋଟ ସମିତି ସଭ୍ୟା ଭାବେ ମଇଦାନକୁ ଓହ୍ଲାଇଥିବା ୮ ମାସର ଗର୍ଭବତୀ ସଂଯୁକ୍ତାଙ୍କ ସପକ୍ଷରେ ଯିବ କି ନାହିଁ ଫଳାଫଳ ବାହାରିବା ପରେ ହିଁ ଜଣାପଡିବ ।

Comments are closed, but trackbacks and pingbacks are open.