Latest Odisha News

BREAKING NEWS

ଋଷକୁ ଆମେରିକାର ପ୍ରସ୍ତାବ: ଯୁଦ୍ଧ ବନ୍ଦ କଲେ ସମସ୍ତ ପ୍ରତିବନ୍ଧକ ହଟାଇଦିଆଯିବ

ଦିଲ୍ଲୀ : ଋଷ- ଆମେରିକା ଯୁଦ୍ଧକୁ ହେଲାଣି ୯ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦେଇଛନ୍ତି ଖୋଲା ପ୍ରସ୍ତାବ । କହିଛନ୍ତି ଯଦି ପୁଟିନ ଯୁଦ୍ଧ ରୋକିବେ ତେବେ ଯାଇ ତାଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇଦିଆଯିବ ।

ୟୁୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ଋଷ ଉପରେ ଅନ୍ତର୍ଜାତୀୟ ସ୍ତରରେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଆରବୀୟ ରାଷ୍ଟ୍ର ଗୋଟିଏ ପଟେ ଗୋଟିଏ ପ୍ରତିବନ୍ଧକ ଲଗାଇଚାଲିଛନ୍ତି । ବିଭିନ୍ନ ରାଷ୍ଟ୍ର ରାଷ୍ଟ୍ରପତି ପୁଟିନ ଓ ତାଙ୍କ ମନ୍ତ୍ରୀଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଘୋଷଣା କରାଯାଇଥିଲା । ଏହାସହ କ୍ରୀଡା ସ୍ତରରେ ମଧ୍ୟ ଋଷ ଉପରେ ବଳ କଷା ଯାଇଛି ।

ଫୁଟବଲ ବିଶ୍ୱକପ୍, ଆଇସ୍ ହକି ସମେତ ଅଲିମ୍ପିକ୍ସରୁ ମଧ୍ୟ ଋଷକୁ ବାଦ ୍ଦେବାକୁ ଘୋଷଣା କରାଯାଇଛି । ତେବେ ଯଦି ଯୁଦ୍ଧ ବନ୍ଦ କରିବାକୁ ପୁଟିନ ଘୋଷଣା କରନ୍ତି ତେବେ ସବୁ କ୍ଷେତ୍ରରୁ ପ୍ରତିବନ୍ଧକକୁ ହଟାଇ ଦେବାକୁ ଘୋଷଣା କରିଛନ୍ତି ବାଇଡେନ୍ ।

ଅନ୍ୟପଟେ ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ପରାମର୍ଶ ଦେଇଛି ଆମେରିକା । ସିନେଟ ସବକମିଟି ବୈଠକରେ ସହକାରୀ ବୈଦେଶିକ ସଚିବ ଦେଇଛନ୍ତି ଏପରି ମତ । ଆକ୍ରମଣଜନିତ ନିନ୍ଦା ପ୍ରସ୍ତାବ ଭୋଟଦାନରୁ ଭାରତ ବିରତ ରହିବାରୁ ବିରୋଧ କରିଛନ୍ତି ।

ଭାରତ ଦୁଇଥର ଭୋଟଦାନରୁ ବିରତ ରହିବାରୁ ଆମେରିକା ଅସନ୍ତୋଷ ପ୍ରକାଶ କରିଛି । ଆମେରିକାର ଏକମାତ୍ର ସହଯୋଗୀ ରାଷ୍ଟ୍ର ଭାବେ ଭାରତର ଆଭିମୁଖ୍ୟ ଅଲଗା ରହିଛି ।

Comments are closed, but trackbacks and pingbacks are open.