Latest Odisha News

BREAKING NEWS

କବିତା : ମୁଁ ଆଉ ତୁମେ

ବନ୍ଦନା ପଣ୍ଡା 

ମୁଁ ଆଉ ତୁମେ
ମୁଁ ଯେ ଅସଜଡା ପ୍ରୀତି ପରଶ
ତୁମେ ମଧୁର ବଂଶୀର ଧ୍ବନି
ମୁଁ ଯେ ରାତି ଉଜାଗର ସାରସ
ତୁମେ ଲୋହିତ ପଦ୍ମର ଗ୍ଲାନି…..

ମୁଁ ଯେ ଅସରା ମମତା ଲୋତକ
ତୁମେ ନବବଧୂ ମଥାମଣି
ମୁଁ ଯେ ମିଳନ ବିରହ ପଲକ
ତୁମେ ଆଶୀର୍ବାଦ ନାଗଫଣି….

ମୁଁ ଯେ ଉଜ୍ଜଳ ଆଶାର କଜ୍ଜଳ
ତୁମେ ଶୁଦ୍ଧ ହୋମକୁଣ୍ଡ ବହ୍ନି
ମୁଁ ଯେ ଚିର ନିଦ୍ରାର ଆଞ୍ଚଳ
ତୁମେ ବରାଭୟ ଶୂନ୍ୟବାଣୀ…ଲୁମ୍ବିନୀ ବିହାର
୯୪୩୭୪୨୮୬୪୯

Leave A Reply

Your email address will not be published.