Latest Odisha News
Browsing Tag

Ollywood

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା, ହେବ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା  । ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା । ପୂର୍ବରୁ ବର୍ଷାଙ୍କୁ ହାଜର ହେବା ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି କୋର୍ଟରେ ପହଞ୍ଚିଛନ୍ତି ବର୍ଷା ପ୍ରିୟଦର୍ଶନୀ । ଆଜି ବର୍ଷାଙ୍କ…

ରିଲିଜ ହେଲା ’ବାପା..ସୁପରମ୍ୟାନ’ର ଟ୍ରେଲର

ଭୁବନେଶ୍ୱର: ଏ ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା କିଛି କମ ନୁହେଁ । ହେଲେ ସବୁବେଳେ ବାପାଙ୍କ  ତ୍ୟାଗ, କଷ୍ଟ ସବୁବେଳେ ଲୁଚି ଯାଏ ।  ଏମିତି ଜଣେ  ବାପାଙ୍କ ତ୍ୟାଗର କଥା କହିବ ‘ବାପା, ସୁପରମ୍ୟାନ’ । ସମସ୍ତଙ୍କର ଅପେକ୍ଷାକୁ…

ବର୍ଷା-ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

ଭୁବନେଶ୍ବର : ବର୍ଷା-ଅନୁଭବଙ୍କ ବିବାଦ ମାମଲା । ବର୍ଷା-ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟ ପୁଣି ନିର୍ଦ୍ଦେଶ ଦେଇଛନ୍ତି ।…

ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ନିଆରା ଜନ୍ମଦିନ । ଓଲିଉଡ୍ ଅଭିନେତା ଆକାଶ ଦାସ ନାୟକ ନିଆରା ଭାବେ ତାଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ମୋ କଲେଜ ଅଧ୍ୟକ୍ଷ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସ ନାୟକ ଆଜି ଜନ୍ମଦିନ ପାଳିଛନ୍ତି । ପ୍ରତିବର୍ଷ  ଭଳି ଆକାଶ ଦାସ ନାୟକ ତାଙ୍କ ଜନ୍ମଦିନକୁ ନିଆରା…

ମାସକ ଭିତରେ ଶାଶୂଘର ଛାଡ଼ିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତ୍ରୀ ବର୍ଷା ଛାଡ଼ିବେ ଶାଶୂଘର । ମାସକ ମଧ୍ୟରେ ଶାଶୂଘର ଛାଡ଼ି ବାହାରେ ଭଡ଼ା ଘରେ ରହିବେ ବର୍ଷା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ବେଳେ ବର୍ଷା ଶାଶୂଘର…

କ୍ଷୋଭ ପ୍ରକାଶ କଲେ ଅଭିନେତା ମନୋଜ ମିଶ୍ର, କହିଲେ ‘ତାକୁ ପରିବାର ସହ ଛାଡ଼ି ଦିଅନ୍ତୁ’

ଭୁବନେଶ୍ୱର: ରାସ୍ତାରେ ଷ୍ଟାର କଳିକୁ ନେଇ ରାଜ୍ୟ ବାହାରେ ଚର୍ଚ୍ଚା । କୌଣସି ଓଡ଼ିଆ ସିନେମାକୁ ନେଇ ସାଧାରଣତଃ ରାଜ୍ୟ ବାହାରେ ଆଲୋଚନା ହୁଏନି । ହେଲେ ବାବୁଶାନଙ୍କ ଘରୋଇ କଳିକୁ ନେଇ ରାସ୍ତାରେ ଟଣାଓଟରା ଭିଡିଓ ଭାଇରାଲ୍ ପରେ ଏବେ ସବୁଠି ଆଲୋଚନା ଚାଲିଛି । ଯେଉଁ ଲୋକ ଓଡ଼ିଆ ସିନେମାର…

[ଦେଖନ୍ତୁ ଭିଡିଓ] ପ୍ରେମରେ ପ୍ରକୃତି ଓ ବାବୁଶାନ ! ରାସ୍ତାରେ ଦେଖି ଉଭୟଙ୍କୁ ମାଡ଼ ମାରିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର: ପ୍ରକୃତିଙ୍କ ପାଇଁ ବାବୁଶାନଙ୍କ ପରିବାରରେ ଫାଟ ! ରାସ୍ତାରେ ଧରି ପ୍ରକୃତିଙ୍କୁ ଛେଚିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି । କହିଲେ ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଭାଙ୍ଗୁଛି । ରିଲରେ ଆପଣ ପ୍ରକୃତି ଓ ବାବୁଶାନଙ୍କ ପ୍ରେମ ଦେଖିଥିବେ । ଆଉ ରିଅଲରେ ସ୍ୱାମୀଙ୍କ ସହ ପ୍ରକୃତିଙ୍କୁ…

ରାଇମୋହନଙ୍କ ଚକ୍ଷୁଦାନ କଲେ ପରିବାର ଲୋକ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ସେ ନିରବି ଯାଇଛନ୍ତି । ନିଶ୍ଚଳ ହୋଇଯାଇଛି ବିରାଟକାୟ ଶରୀର । ଛାତିରେ ଛାତିଏ ଦୁଃଖକୁ ଜାବୁଡ଼ି ଧରି ରଖିଥିବା ରାଇମୋହନ କାହାରିକୁ ଦେଖିଲେ ମୁରୁକି ହସି ଦିଅନ୍ତି । ଆଜି ସମସ୍ତଙ୍କୁ କନ୍ଦାଇ ସେ ଆରପାରିକୁ ଚାଲି ଯାଇଛନ୍ତି । ସେ ସିନା ଚାଲି ଯାଇଛନ୍ତି ହେଲେ ତାଙ୍କ ଆଖିରେ ଆଉ…

ଏଥର ଗଣେଶ ପୂଜାରେ “ଚକ୍ଷୁବନ୍ଧନ”

ଭୁବନେଶ୍ୱର: ଚଳିତବର୍ଷ ଓଡିଆ ଦର୍ଶକଙ୍କୁ ଗଣେଷ ପୂଜା ଅବସରରେ ଓଲିଉଡ ଦେବାକୁ ଯାଉଛି ଦମଦାର ଭେଟି । ରିଲିଜ ହେବାକୁ ଯାଉଛି ଥ୍ରିଲର୍ ଫିଲ୍ମ ଚକ୍ଷୁବନ୍ଧନ । ନିକଟରେ ଭୁବନେଶ୍ୱରରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ ସହ ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଥିଲା । ପ୍ରେମ, ପ୍ରତାରଣା, ରହସ୍ୟ ଓ…

ବଡ ପରଦାକୁ ଫେରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ବେଶ କିଛିଦିନ ହେଲା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କଠାରୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ନିକଟରେ ଏକ ନୂଆପୁରୁଣା ଘଟଣାକୁ ନେଇ ବର୍ଷା ଚର୍ଚ୍ଚା ସାଉଣ୍ଟିଛନ୍ତି । ଖୁବଶୀଘ୍ର ବଡ ପରଦାକୁ ଫେରିବା ନେଇ ଖୋଦ…