Latest Odisha News

କାରଗିଲ ଯୁଦ୍ଧର ମୁକ ସାକ୍ଷୀ ‘ହୁନ୍ଦରମନ ଗ୍ରାମ’, ଏବେ ଯୁଦ୍ଧ ସ୍ମୃତିର ସଂଗ୍ରହାଳୟ

ଭୁବନେଶ୍ୱର: କରଗିଲ ଯୁଦ୍ଧର କାହାଣୀ ମନେ ପଡିଗଲେ ଆଜି ବି ଦେହ ଶୀତେଇ ଉଠେ । ଭୟରେ ଛାତି ଥରି ଯାଏ । ଭାରତ ମାତାର ବୀର ଯାବନଙ୍କ ବୀରତ୍ୱ ସାମ୍ନାରେ ମୁଣ୍ଡ ନୁଆଇଁଥିଲା ଶତୃଦେଶ ।

ତେବେ ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ଗ୍ରାମ ଧ୍ବସ୍ତ ବିଧ୍ବସ୍ତ ହୋଇ ଯାଇଥିଲା। କମ୍ ଜନସଂଖ୍ୟା ବିଶିଷ୍ଟ ଅନେକ ଗ୍ରାମ କାରଗିଲ୍ ଯୁଦ୍ଧର ମୁକ ସାକ୍ଷୀ ପାଲଟିଥିଲା । ସେମିତି ଏକ ଗ୍ରାମ ହେଉଛି ହୁନ୍ଦରମନ । ଯାହା ଏବେ ଯୁଦ୍ଧ ସ୍ମାରକୀ ସଂଗ୍ରହାଳୟ ପାଲଟିଛି । ସେନା ବାହିନୀ ପାଇଁ ଏବେ ଏହା ପ୍ରେରଣାର ଉତ୍ସ ପାଲଟିଛି ।

ଭାରତ-ପାକିସ୍ତାନ ଯୁଦ୍ଧରେ ଛାରଖାର ହୋଇଯାଇଥିବା ଏହି ଗ୍ରାମ ତଥା ଏହାର ନାମକୁ ଇତିହାସରେ ସ୍ଥାନ ମିଳିଛି। ଜମ୍ମୁ-କଶ୍ମୀରର କାରଗିିଲ ଜିଲ୍ଲାର ଏଲଓସି (ନିୟନ୍ତ୍ରଣ ରେଖା)ସ୍ଥିତ ହୁନ୍ଦରମନ ଗ୍ରାମ । ଇତିହାସରେ ସ୍ଥାନ ଦେବା ପାଇଁ ଭାରତୀୟ ଯବାନମାନେ ଏହି ଗ୍ରାମକୁ ସଂଗ୍ରହାଳୟରେ ପରିଣତ କରିଛନ୍ତି ।

ହୁନ୍ଦରମନ ଗ୍ରାମରେ ଲୋକ ସଂଖ୍ୟା ବହୁତ କମ୍ ରହିଥିବା ​‌ବେଳେ ଲୋକଙ୍କ ଆର୍ଥିକ ବ୍ୟବସ୍ଥା ମଧ୍ୟ ଦୁର୍ବଳ ରହିଛି ।

ଯୁଦ୍ଧର ମୁକ ସାକ୍ଷୀ ଥିବା ଏହି ଗ୍ରାମର ସଂଗ୍ରହାଳୟରେ ମୋର୍ଟାର ର ଭିନ୍ନ ଭିନ୍ନ ଅଂଶକୁ ସୁରକ୍ଷିତ ଭାବରେ ରଖାଯାଇଛି । କେବଳ ସେତିକି ନୁହେଁ ଯୁଦ୍ଧରେ ପାକିସ୍ତାନ ସୈନ୍ୟ ଦ୍ବାରା ବ୍ୟବହାର କରାଯାଇଥିବା ଫାଷ୍ଟ ଏଡ୍ ବକ୍ସ , ଭାରତୀୟ ସୈନ୍ୟଙ୍କ ସହ ଜଡିତ କିଛି ଜିନିଷ ଏବଂ ପାକିସ୍ତାନୀ ସେନାଙ୍କ ଖାଦ୍ୟ ସାମଗ୍ରୀର ଡବା ଏହି ସଂଗ୍ରହାଳୟରେ ରଖାଯାଇଛି ।

କାରଗିଲ ଜେଲରୁ ୧୨ କିମି ଦୂରତାରେ ସ୍ଥିତ ହୁନ୍ଦରମନ ଏଲଓସିର ଶେଷ ଗ୍ରାମ ଥିଲା। ତେବେ ୧୯୭୧ ମସିହା ଯୁଦ୍ଧ ପୂର୍ବରୁ ଏହି ଗ୍ରାମକୁ ପାକିସ୍ତାନ ନିଜ ଅଧୀନରେ ରଖିଥିଲା।

Leave A Reply

Your email address will not be published.