Latest Odisha News

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ଦେହାନ୍ତ; ମୃତ୍ୟୁ ପୂର୍ବରୁ ଲେଖିଥିଲେ ଏଭଳି ପୋଷ୍ଟ

ମୁମ୍ବାଇ: ଫିଲ୍ମ ତଥା ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ରବିବାର ଦିନ ଦେହାନ୍ତ ଘଟିଛି । ସେ ଦୀର୍ଘଦିନରୁ କ୍ୟାନ୍ସର ରୋଗରେ ବିଡିତ ଥିଲେ।

ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ‘ହେ ଅପନା ଦିଲ୍ ତୋ ଆୱାରା’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଦିବ୍ୟା ଅନେକ ରିଆଲିଟି ଶୋ, ଟେଲି ସିରିୟଲ୍ ଓ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି ।

ତେବେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଦିବ୍ୟା ତାଙ୍କ ଇନଷ୍ଟାଗ୍ରାମ ପେଜରେ କିଛି ଭାବବିହ୍ୱଳ ଲେଖା ପୋଷ୍ଟ କରିଥିଲେ । “ମୁଁ ଏବେ ହସ୍ପିଟାଲ ବେଡରେ ଶୋଇଛି, କଥା କହିବାକୁ ବି ସକ୍ଷମ ନୁହେଁ । କ୍ୟାନ୍ସର ମୋତେ ମାରିବାକୁ ବସିଛି । ମା’ଙ୍କୁ ଡାକୁଛି ମୃତ୍ୟୁ ସମୟରେ କଷ୍ଟ କମ୍ ହେଉ ବୋଲି” ପୋଷ୍ଟ କରିଥିଲେ।

ଫିଲ୍ମ ଜଗତରେ ଜଣେ ପରେ ଜଣେ କଳାକାରଙ୍କ ମୃତ୍ୟୁ ହେଉଥିବା ବେଳେ ତାଙ୍କ ବିୟୋଗରେ ଫ୍ୟାନ୍ ମାନଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.