Latest Odisha News

ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦ ଟକ୍କର; କ୍ଲନସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ମାଉଣ୍ଟ ମାଉନଗୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ଅନ୍ତିମ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଅମାନତ ରଖିବାକୁ ପ୍ରୟାସ କରିବ ।

ଏହି ମ୍ୟାଚ୍ ମାଉଣ୍ଟ ମାଉନଗୁଇର ବେ ଓବଲ୍ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି ।

୪-୦ରେ ଆଗୁଆ ଥିବା ବିରାଟ୍ ବିଗ୍ରେଡ୍ ସିରିଜ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ବିପକ୍ଷ ଦଳ ମ୍ୟାଚକୁ ଜିତିବା ଲାଗି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଯଦି ଆଜିର ମ୍ୟାଚ୍ ଭାରତ ଜିତିଯାଏଁ, ତାହେଲେ ସେ ୫ ଶୃଙ୍ଖଳା ବିଶିଷ୍ଟ ମ୍ୟାଚରେ କ୍ଲିନ ସ୍ୱିପ୍ କରିଥିବା ପ୍ରଥମ ଦେଶ ହେବ ।

ସମ୍ଭାବ୍ୟ ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ୍/ ଋଷଭ ପନ୍ଥ, ଶ୍ରେୟସ ଅୟର୍‌, ସଞ୍ଜୁ ସାମସନ, ମନିଷ ପାଣ୍ଡେ, ୱାସିଂଟନ୍ ସୁନ୍ଦର, ଶାର୍ଦ୍ଦୂଳ ଠାକୁର, ଯୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ନବଦୀପ ସୋନି, ମହମ୍ମଦ ସାମୀ ।

Leave A Reply

Your email address will not be published.