Latest Odisha News

BREAKING NEWS

Yearly Archives

2019

ସ୍ୱର୍ଣ୍ଣ ଜିତିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ

ପାତିଆଲା: ଓଡ଼ିଆ ସ୍ଫ୍ରିଣ୍ଟ୍ କୁଇନ୍ ଦୂତୀ ଚାନ୍ଦ ପଞ୍ଜାବର ପାତିଆଲାଠାରେ ଫେଡ଼େରେସନ୍ କପ ଦୌଡ଼କୁଦର ୨୦୦ ମିଟର ବିଭାଗରେ ୧ମ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଭାରତର ଦ୍ରୁତତମ ମହିଳା ଦୂତୀ ୨୩ତମ ଫେଡ଼େରେସନ କପ ଜାତୀୟ ସିନିୟର୍ ଆଥଲେଟିକ ଚମ୍ପିୟାନସିପର ୨୦୦…

ଲୋକସଭା ନିର୍ବାଚନ: ସିପିଏମ ନେତା ଜନାର୍ଦ୍ଦନ ପତି ଭୁବନେଶ୍ୱରରୁ ଲଢିବେ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବରିଷ୍ଠ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ନିର୍ବାଚନ ଲଢିବେ ବୋଲି ସିପିଏମ ପକ୍ଷରୁ ଶନିବାର ଦିନ ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି । ସେହିପରି ନୂଆଦିଲ୍ଲୀଠାରେ ଦଳର କେନ୍ଦ୍ରୀୟ କମିଟି ମଧ୍ୟ ଲୋକସଭା ନିର୍ବାଚନ ଲାଗି ୪୪ ଜଣ…

ସତର ବର୍ଷ ପରେ ଶଙ୍ଖ ଫୁଙ୍କିବେ ଦିଲିପ ରାୟ

ଭୁବନେଶ୍ୱର: ରାଉରକେଲାର ପୂର୍ବତନ ବିଧାୟକ ଦିଲିପ ରାୟ ଆଜି ସନ୍ଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତାଙ୍କର ବିଜେଡ଼ିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଟିକଟରେ ରାଉରକେଲା ବିଧାନସଭା ଆସନ ଜିତିଥିଲେ…

ବିଜେଡ଼ି ଛାଡ଼ିଲେ ଦାମଙ୍କ ଝିଅ ପ୍ରିତିନନ୍ଦା, ବାପାଙ୍କ ପରି ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ସକ୍ରୀୟ ରାଜନୀତିରେ ଥିବା ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଛନ୍ତିି । ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦଳ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ଦାମଙ୍କ ବଡ଼ଝିଅ…

ଚୌଦ୍ୱାର ‘ଗୁଡନ୍ୟୁଜ୍ ଇଣ୍ଡିଆ’ ସେଲଟରହୋମରୁ ଉଦ୍ଧାର ହେଲେ ୪୨ ଜଣ ପିଲା

କଟକ : ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ଡ୍ରିମ୍ ହୋମ୍ ଆଶ୍ରମରୁ ୪୨ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ଏକ ଅଣସରକାରୀ ସଙ୍ଗଠନ ଗୁଡ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ଏହି ଡ୍ରିମ୍ ହୋମ୍ ଆଶ୍ରମପରିଚାଳିତ ହେଉଥିଲା ।…

ଓଡିଆ ଆଇଆରଏସ୍ ଅଧିକାରୀ ଡବ୍ଲ୍ୟୁସିଓର ଅଧ୍ୟକ୍ଷ ଭାବେ ନିର୍ବାଚିତ

ବ୍ରୁସଲେସ୍ : ଭାରତୀୟ ରାଜସ୍ୱ ସେବା (ସୀମା ଶୁଳ୍କ) ଅଧିକାରୀ ଦେବୀ ପ୍ରସାଦ ଦାସ ସର୍ବସମ୍ମତି କ୍ରମେ ବିଶ୍ୱ ସୀମା ଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ)ର ପ୍ରବର୍ତ୍ତନ ସମିତିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଏଭଳି ସମ୍ମାନଜନକ ପଦବୀ ପାଇବାରେ ସେ ପ୍ରଥମ ଭାରତୀୟ ସୀମା ଶୁଳ୍କ ଅଧିକାରୀ ।…

ଓଡିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଓଡିଶାର ଦୈତାରୀ ନାୟକ, ଡି. ପ୍ରକାଶ ରାଓ ଓ କମଳା ପୂଜାରୀଙ୍କୁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଶ୍ରୀଯୁକ୍ତ ରାଓ ବସ୍ତି ପିଲାଙ୍କୁ ଶସ୍ତାରେ ଶିକ୍ଷା ପ୍ରଦାନ କରି…

ବିଜେଡ଼ିରେ ମିଶିଲେ ଓଡ଼ିଶା ବିଜେପି ମୁଖ୍ୟଙ୍କ ପୁତୁରା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା ରାଜନୈତିକ ପ୍ରେକ୍ଷାପଟ୍ଟର ଦୃଶ୍ୟ ସେହିପରି କୌତୁହଳପ୍ରଦ ଭାବେ ପ୍ରତି ମୂହୁର୍ତ୍ତରେ ବଦଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ଦିନକୁ ଦିନ…

ନିର୍ବାଚନ ଅବ୍ୟବସ୍ଥା ଲାଗି ଡାଏଲ କରନ୍ତୁ- ୦୬୭୪-୨୩୯୫୦୧୫ ନଂ

ଭୁବନେଶ୍ୱର : ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ସମସ୍ତ ପ୍ରକାର ଅନିୟମିତତା ତଥା ଅବ୍ୟବସ୍ଥା ରୋକିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ଦିନ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଧାରଣ ଜନତାମାନେ…

ସୋନପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ସ୍ୱାମୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ରସିକ ଥପା କୌଣସି କାରଣବଶତଃ ନିଜ ସ୍ତ୍ରୀ ମମତା ଥପାଙ୍କୁ ଏକ…