Latest Odisha News

BREAKING NEWS

Yearly Archives

2020

ଅସ୍ତରଙ୍ଗ ବେଳାଭୂମିରୁ ୩୦ ଫୁଟର ମୃତ ତିମି ମାଛ ଉଦ୍ଧାର

ପୁରୀ: ଗୁରୁବାର ଦିନ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବେଳାଭୂମିରେ ତିମି ମାଛର ମୃତଦେହ ଠାବ ହୋଇଛି । ଏକ ଜାହାଜ କିମ୍ବା ଟ୍ରଲର ଧକ୍କାରେ ତିମିର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିଛି ସ୍ଥାନୀୟ ଲୋକେ ୩୦ ଫୁଟର ତିମି ମାଛର ଶବ ଦେଖିବା ପରେ ଶୁକ୍ରବାର ଦିନ ବନ ବିଭାଗକୁ ଖବର ଦେଇଥିଲେ ।…

ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିପଦରେ ପଡିଛି । ମୁଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା  ଦେବା ପରେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ଏହାକୁ ରୋକିବା ପାଇଁ କମଲନାଥ…

ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ସେଂଟର ଫରୱାର୍ଡ ଡାନିଏଲ ଲାଲଲିମ୍ପୁଆଙ୍କ ଚୁକ୍ତି ସମୟ ସୀମା ବୃଦ୍ଧି କରାଇଛି । ମିଜୋରମର ଏହି ଷ୍ଟାର ଖେଳାଳୀ ୨୦୨୨ ପର୍ଯ୍ୟନ୍ତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ଓଡିଶା ଟିମ୍ ସହିତ ରହିବେ । ଡାନିଏଲ ଚେନ୍ନାଇନ୍ ଏଫସି ଓ ବେଙ୍ଗାଲୁରୁ ଏଫସି ପକ୍ଷରୁ ଖେଳି ସାରିଛନ୍ତି…

ରିଲିଜ ହେଲା ଚଳଚ୍ଚିତ୍ର ଲଭ୍ ଫିଭର, ହୀରାଲାଲ ମୋତିଲାଲ୍‌ର ଅଡିଓ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ଲଭ୍ ଫିଭର’ ଓ ‘ହୀରାଲାଲ ମୋତିଲାଲ’ର ଅଡିଓ ରିଲିଜ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶିକୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସଂଳାପକାର ଡକ୍ଟର ରଜନୀ ରଂଜନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଯୋଜକ…

ଭୁବନେଶ୍ୱର ହୋଟେଲରୁ ଠାବ ହେଲେ ଏସସିବିରୁ ନିଖୋଜ କରୋନା ସନ୍ଦିଗ୍ଧ

କଟକ: ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରୁ ନିଖୋଜ ହୋଇଥିବା ଆୟର୍ଲାଣ୍ଡ ନାଗରିକଙ୍କୁ ଭୁବନେଶ୍ୱରର ଏକ ହୋଟେଲରୁ ଠାବ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ହେବା ପରେ ତାଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କରୋନା ସନ୍ଦେହରେ ଏସସିବି…

ବିଶ୍ୱକପ କ୍ରିକେଟ ଦ୍ୱିତୀୟ କ୍ୱାଲିଫାୟାର ଟୁର୍ନାମେଂଟ ଘୁଂଚିଲା

କୁଆଲଲୁମ୍ପୁର: କରୋନା ଭାଇରସ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାଲେସିଆରେ ହେବାକୁ ଥିବା ୨୦୨୩ ଚ୍ୟାଲେଞ୍ଜ ଲିଗ୍‌-ଏ କ୍ୱାଲିଫାୟର ଟୁର୍ଣ୍ଣାମେଂଟକୁ ଘୁଂଚାଇ ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।…

ଖୁବ୍ ଶୀଘ୍ର ଆସୁଛି ‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍‌’…

ଭୁବନେଶ୍ୱର: ‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍‌’ । ଓଲିଉଡର ଥ୍ରୀ ଷ୍ଟାରଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଚାଲିଛି ଏହି ଚଳଚ୍ଚିତ୍ରଟି । ତିନି ଅଭିନେତା ସମରେଶ ରାଉତରାୟ, ଦୁର୍ଗାଶଙ୍କର ଦାଶ ଓରଫ ବୁଲୁ ଓ ସମ୍ବିତ ଆଚାର୍ଯ୍ୟ ନିଜ ନିଜ ପ୍ରଡକ୍ସନ ହାଉସ ବ୍ୟାନରରେ ମିଳିତ ଭାବେ ଏହି ସହ ସିନେମା…

ପ୍ରଧାନମନ୍ତ୍ରୀଙ୍କ #SheInspiresUs ରେ ଓଡିଆ ଲେଖିକା ସୁଲଗ୍ନା ମହାନ୍ତି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରେରଣାଦାୟୀ ମହିଳାମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା  କ୍ୟାମ୍ପେନ #SheInspiresUs ରେ ସ୍ଥାନ ପାଇଛନ୍ତି ଓଡିଆ ଲେଖିକା ସୁଲଗ୍ନା ମହାନ୍ତି । ଭାରତ ସରକାରଙ୍କ ପକ୍ଷରୁ ‘ସି ଇନସ୍ପାଇରସ ଅସ୍‌’ରେ ସୁଲଗ୍ନାଙ୍କ ସମ୍ପର୍କରେ ଟ୍ୱିଟ୍…

କରୋନା ଭାଇରସ: ଦେଶରେ ଆକ୍ରାନ୍ତ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଭାଇରସ(କୋଭିଡ-୧୯) ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଥାଇଲାଣ୍ଡ ଓ ମାଲେସିଆ ଗସ୍ତରୁ ଫେରିଛନ୍ତି । ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି ଓ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ପିଆଇବିର ଏକ ବିଜ୍ଞପ୍ତିରୁ…

ଆଡଭାନ୍ସ ବୁକିଂରେ ତାହ୍ନାଜୀକୁ ପଛରେ ପକାଇଲା ବାଗୀ-୩

ମୁମ୍ବାଇ: ବଲିଉଡର ସଫଳ ଫିଲ୍ମ ଭାବେ ପରିଗଣିତ ତାହ୍ନାଜୀ: ଦି ଅନସଙ୍ଗ ୱାରିୟରକୁ ଆଡଭାନ୍ସ ବୁକିଂରେ ପଛରେ ପକାଇଛି ବାଗୀ-୩ । ବକ୍ସ ଅଫିସ ରିପୋର୍ଟ ଅନୁସାରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କାପୁର ଅଭିନୀତ ଫିଲ୍ମ ୫.୫୦ କୋଟି ଟଙ୍କା କେବଳ ଆଡଭାନ୍ସ ବୁକିଂରେ ଆୟ କରିଛି । ତାହ୍ନାଜୀ ଫିଲ୍ମ ୫.୧୮…