Latest Odisha News

BREAKING NEWS

Yearly Archives

2020

ନିଜ ଓଜନର ରୁପା ଦାନ କଲେ ବିଜେପି ନେତା !

ସୁରଟ: ନିକିତିର ଗୋଟିଏ ପଟେ ବିଜେପି ନେତା ଓ ଆଉ ଗୋଟଏ ପଟେ ରୁପା ଇଟା । ନିଜ ଓଜନର ଦାନ କଲେ ରୁପା । ଗୁଜରାଟର ରାଜ୍ୟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲ ଏହି ରୁପା ଦାନ କରିଛନ୍ତି । ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇ ଏହି ଦାନ…

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ

କଟକ: ଜଣାଶୁଣା ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।  ଆଜି ହଠାତ୍ ସେ ଘରେ ଖାଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ…

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ମହିଳା

ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା ମହିଳା। କରୋନା ଆକ୍ରାନ୍ତ ହୋଇ ସମ୍ କୋଭିଡ ହସ୍ପିଟାଲ୍‌ରେ  ଉତମ ଚିକିତ୍ସା ପାଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଂଚଳର ୯୨ ବର୍ଷୀୟା ସରୋଜିନୀ ପଟ୍ଟନାୟକ। କିଛି ଦିନ ଧରି ଥଣ୍ଡା,…

ଭୁବନେଶ୍ୱରରେ ବାଲିଯାତ୍ରା ବାତିଲ

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ବନ୍ଦ ହେଲା ବାଲିଯାତ୍ରା । ଏନେଇ କମିଶନରେଟ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ…

ଚାକିରି ନମିଳିଲେ ବନ୍ଧୁକ ଧରିବେ ଜମ୍ମୁ-କାଶ୍ମୀର ଯୁବପିଢି: ମେହବୁବା ମୁଫତି

ଶ୍ରୀନଗର: ଚାକିରି ନମିଳିଲେ ଯୁବପିଢି ବନ୍ଧୁକ ଧରିବେ ଭଳି ମନ୍ତବ୍ୟ ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ରାଜ୍ୟ ରାଜନୀତିରେ ନିଜର ଅସନ୍ତୋଷ ପରିପ୍ରକାଶ କରିବା ସହ ମେହବୁବା ମୁଫତି କହିଛନ୍ତି ଯେ ୩୭୦ ହଟାଇବା ପରେ ଜମ୍ମୁ କାଶ୍ମୀରର ଜମି ଓ ଚାକିରୀ…

ଏ ଓଡିଶାକୁ ଉଜାଡି ଦେଲା କିଏ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଓଡିଶା ପ୍ରାକୃତିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ । ଅଥଚ ଆମ ରାଜ୍ୟ ଦରିଦ୍ର, ଅନଗ୍ରସର, ପଛୁଆ – ଏଇ କଥା ଶୁଣି ଶୁଣି କାନ ତାବ୍‌ଦା ହୋଇଗଲାଣି । ସମସ୍ତେ କାନ୍ଦୁଛନ୍ତି, କିନ୍ତୁ କାହା ଆଖିରୁ ଲୁହ ବୁନ୍ଦେ ବହୁ ନାହିଁ । କୁମ୍ଭୀର କାନ୍ଦଣା…

ବିରକ୍ତ ହେଲେ ହାଇକୋର୍ଟ, ଡିଜିପିଙ୍କୁ ହାଜର ହେବାକୁ ଦେଲେ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ ।ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ହାଜର ସହ…

ବିନା ବ୍ୟାଣ୍ଡ, ବାଜା ଓ ବରଯାତ୍ରୀରେ ବିବାହ କରିବେ ରେସଲର ବଜରଙ୍ଗ

ନୂଆଦିଲ୍ଲୀ:ରେସଲର ବଜରଙ୍ଗ ପୁନିଆଙ୍କ ଧୂମଧାମରେ ବିବାହ କରିବା ସ୍ୱପ୍ନ ସାକାର ହୋଇପାରିବ ନାହିଁ । ଭାରତୀୟ ଆଥଲେଟ ଦୁନିଆର ଦୁଇ ମହାରଥୀ ବଜରଙ୍ଗ ଓ ସଙ୍ଗୀତା ଫଗୋଟ କରୋନା କାଳରେ ସାମନ୍ୟ ଢ଼ଙ୍ଗରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ୨୫ ନଭେମ୍ବରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ…

ଅର୍ଣ୍ଣବଙ୍କୁ ମିଳିଲାନି ଅନ୍ତରୀଣ ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଅନ୍ତରୀଣ ଜାମିନ । ଜାମିନ ଦେବାକୁ ବମ୍ବେ ହାଇକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି । ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଏହି ଶୁଣାଣି କରିଛନ୍ତି।…

ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପୂର୍ବରୁ ଚୀନ ବିରୋଧରେ ଟ୍ରମ୍ପ ବଡ କାର୍ଯ୍ୟାନୁଷ୍ଠାନ ନେବେ !

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ଯାଇଛି । ଡେମୋକ୍ରେଟିକ ପାର୍ଟିର ଜୋ ବାଇଡେନ ବିଜୟୀ ହୋଇଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ତୀରରେ ଦୁଇଟି ଶୀକାର କରିବା ଲକ୍ଷ୍ୟରେ ରହିଛନ୍ତି । ରାଷ୍ଟ୍ରପତି…