ଗଳ୍ପ: ଝିଅଜନ୍ମ
ଶ୍ରୁତକୀର୍ତ୍ତି ତ୍ରିପାଠୀ
ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି । ତା ପାପୁଲିକୁ ରଙ୍ଗେଇଛି ମଞ୍ଜୁଆତିରେ, ନାକରେ ନୋଥ ଓ କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି ।…