Latest Odisha News

BREAKING NEWS

Yearly Archives

2020

ଭୁୁବନେଶ୍ୱରରେ ୨୪ ଘଂଟାରେ ସେଞ୍ଚୁରି ପାର୍ କଲା କରୋନା କେସ୍

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ସେଂଚୁରି ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ସର୍ବାଧିକ ୧୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରୁ ୯୩ ଜଣ ଥିବାବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଉ ୮୧ ଆକ୍ରାନ୍ତ ସୁସ୍ଥ…

ପ୍ଲାଜମା ଦାନ କଲେ ଓଡ଼ିଶା ଅଗ୍ନିଶମ ବାହିନୀର ଦୁଇ କର୍ମଚାରୀ

ଭୁବନେଶ୍ୱର: ଏନଡିଆରଏଫ୍ ପରେ ପ୍ଲାଜମା ଦାନ କରିଛନ୍ତି ଓଡ଼ିଶା ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ । ଆଜି କଟକ ବଡ଼ ମେଡିକାଲ ପ୍ଲାଜମା ବ୍ୟାଙ୍କରେ ସେମାନେ ପ୍ଲାଜମା ଦାନ କରିଛନ୍ତି । ସେମାନେ ହେଲେ ଆଗ୍ନିକ ସନ୍ତୋଷ ସାମଲ ଓ ଡ୍ରାଇଭର ହାବିଲଦାର ତାପସ ରାଉତ । ଚିକିତ୍ସା ପରେ ନିକଟରେ…

ରାମ ମନ୍ଦିର ଭୂମିପୂଜା ମୁହୂର୍ତ୍ତକୁ ଅଶୁଭ କହିଲେ ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା: ବହୁ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତାରଖ ନିର୍ଦ୍ଧାରିତ ହୋଇଛି । ତେବେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶିଳାଦ୍ୟାସ ତାରିଖକୁ ନେଇ ବିବାଦ ସୃଷ୍ଟି ହୋଇଛଇ । ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭୂମିପୂଜା ପାଇଁ ନିର୍ଣ୍ଣୟ ହୋଇଥିବା ମୁହୂର୍ତ୍ତକୁ…

ମାସ୍କ ନ ପିନ୍ଧିଲେ ଲକ୍ଷେ ଟଙ୍କା ତଣ୍ଡ ଗଣିବେ, କେଉଁଠି ଜାଣନ୍ତୁ ?

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ କଡ଼ା ଗଣ୍ଡା ଜରିମାନା ଗଣିବେ । ଶହେ କି ହଜାରେ ନୁହେଁ, ଏକାଥରରେ ପଡ଼ିବ ଲକ୍ଷେ ଟଙ୍କା ଫାଇନ୍ । ସେମିତି ହେଲେ ଲୋକ ସଚେତନ ହେବେ ଓ କୋଭିଡ୍ କଟକଣାକୁ ମାନିବେ । ମାସ୍କ ପିନ୍ଧିବେ । ଏଭଳି କଠୋର ନିୟମ ଆଣିଛନ୍ତି ଝାଡ଼ଖଣ୍ଡ ସରକାର ।…

ରାଜସ୍ଥାନ ରାଜନୀତି: ସଚିନଙ୍କୁ ସୁପ୍ରିମ ଆଶ୍ୱସ୍ତି

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିର ହାଇଡ୍ରାମା ଭିତରେ ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ଆଶ୍ୱସ୍ତି । ସୁପ୍ରିମକୋର୍ଟ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି  ।  ଅର୍ଥାତ ଶୁକ୍ରବାର ଦିନ ହାଇକୋର୍ଟ ନିଜ…

ଅମିତାଭ ବଚ୍ଚନ ଫ୍ୟାନଙ୍କ ପାଇଁ ଖୁସି ଖବର: କୋଭିଡ୍ ରିପୋର୍ଟ ନେଗେଟିଭ୍ !

ମୁମ୍ୱାଇ: କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଅମିତାଭ ବଚ୍ଚନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଅମିତାଭଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କି ନିଜେ ବିଗ୍ ବି ଏଯାଏଁ ବିଧିବଦ୍ଧ ଭାବରେ ସ୍ପଷ୍ଟ କରି…

ବାଲ ଗଙ୍ଗାଧର ତିଲକଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ, ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ହିନ୍ଦୁ ରାଷ୍ଟ୍ର ବାଦର ଜନକ ବୋଲାଉଥିବା ବାଲ ଗଙ୍ଗାଧର ତିଲକ ମଧ୍ୟ ‘ଲୋକମାନ୍ୟ ତିଲକ’ ଭାବେ ଜନମାନସରେ ଖୁବ୍ ପରିଚିତ । ୧୮୫୬ ମସିହା ଆଜିର ଦିନରେ ମହାରାଷ୍ଟ୍ର ଅନ୍ତର୍ଗତ ରତ୍ନଗିରୀ ଜିଲ୍ଲାର ଚିଖଲୀ ଗ୍ରାମର ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ସେ…

ଅଡୁଆରେ ବାବା ଆର୍ତ୍ତତ୍ରାଣ

ଭୁବନେଶ୍ୱର: ଅଡୁଆରେ ଆତ୍ମଘୋଷିତ ବାବା ଆର୍ତ୍ତତ୍ରାଣ । ଫୋନ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ସେ ଅଡୁଆରେ ଫଡିଛନ୍ତି । ତାଙ୍କ ନାଁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ହାଇକୋର୍ଟର ଜଣେ ଆଇନଜୀଜୀ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ କରିଛନ୍ତି ।…

କାହିଁକି ସୋନୁ ପଂଜାବନକୁ ନେଇ ଥରହର ଦିଲ୍ଲୀ ?

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ପୋଲିସ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ପାଇଛି । ଗୀତା ଅରୋରା ଓରଫ ସୋନୁ ପଂଜାବନକୁ ମିଳିଲା ୨୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ କିଏ ଏହି ସୋନୁ ପଂଜାବନ ଓ ତାକୁ ନେଇ କାହିଁକି ଥରହର ଦିଲ୍ଲୀ ? ଦିଲ୍ଲୀର ସବୁଠୁ ବଡ ସେକ୍ସ ରାକେଟ୍ ଅପରେଟର୍ ସାଜିଥିଲା…

କାଶରୁ ଜଣାପଡିବ କରୋନା ପଜିଟିଭ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କାଶର ଶବ୍ଦକୁ ନେଇ ଗବେଷଣା ଚାଲିଛି । ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ ରହୁଛି ସେନେଇ ଗବେଷଣା କରାଯାଉଛି । ନିପି ଓ ଆରଏମଆରସି ସହଭାଗିତାରେ ଗବେଷଣା କରାଯାଉଥିବା ଆରଏମଆରସି ନିର୍ଦ୍ଦେଶିକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିପି…