Latest Odisha News

BREAKING NEWS

Yearly Archives

2021

ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ସୋସିଆଲ୍‌ ମିଡିଆରୁ ବିରତି ନେଲେ ଅଙ୍କିତା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ସୋସିଆଲ ମିଡିଆରୁ ବିରତି ନେବା ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, 'ଏହା ବିଦାୟ ନୁହେଁ, ଏହା ହେଉଛି ପରେ ଦେଖା ହେବା'। ସେ ସମ୍ପୁର୍ଣ୍ଣ ରୂପେ…

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତାଳଚେର : ଘରୋଇ କଳିର କୁ ପରିଣତି । ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ।ତାଳଚେର ବଙ୍ଗାଲିତଇଲା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ଶୁକ୍ରବାର ସକାଳେ ଗାଁର ଜୀବନ ବେହେରା ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା…

ବାତିଲ ହେଲା ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଭୁବନେଶ୍ବର: ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଅପେକ୍ଷା ଛାତ୍ରଛାତ୍ରୀଙ୍କ ଜୀବନ…

କରୋନା ଲଢ଼େଇରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ

ଭୁବନେଶ୍ୱର: କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ । ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲାରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ମାସେ ଧରି ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ…

ଅଦୃଶ୍ୟ ଅଭିଶାପ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ନରୋତ୍ତମ ଗଡ଼ନାୟକ । ଥୁଣ୍ଟା ଗଛଟା ତଳେ ଠିଆ ହୋଇ ଆକାଶକୁ ଅନାଇଛନ୍ତି । କିନ୍ତୁ ଅନେଇ ପାରୁନାହାନ୍ତି । ଠିକ୍ ଭାବେ ଆଖି ଖୋଲିପାରୁନାହାନ୍ତି ସେ । ନିଜ ଦେହକ ଭିତରେ ଏମିତି ଖରା ସତେ ଯେମିତି ସେ କେବେ ବି ଅନୁଭବ କରିନଥିଲେ ।…

ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଛନ୍ତି ଯାଜପୁରର ମୋନାଲିସା; ୟୁଟ୍ୟୁବ୍‌ରୁ ମାସକୁ ରୋଜଗାର ୧.୫ ଲକ୍ଷ

ଯାଜପୁର: ଆଜିର ମହିଳା କୌଣସି ଗୁଣରେ ପୁରୁଷଠୁ କମ୍‌ ନୁହନ୍ତି। ପୁରୁଷ ସହ କାନ୍ଧରେ କାନ୍ଧ ମିଶାଇ ସମନ୍ବୟ ଭାବେ ଅଗ୍ରସର ହେଉଛନ୍ତି ଆଜିର ନାରୀ। ଓଡ଼ିଶା ଯାଜପୁର ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ନିଜ ଉଦ୍ୟମ ଏବଂ ଉତ୍ସାହ ବଳରେ ୟୁଟ୍ୟୁବ୍‌ ମାଧ୍ୟମରେ ଆଜି ସମଗ୍ର ବିଶ୍ବର ୭୬ କୋଟି ଦର୍ଶକଙ୍କ…

ଟିକା ପାଇଁ ହାହାକାର: ଗୋଟିଏ ରାଜ୍ୟର ଲୋକ, ଆଉ ଗୋଟିଏ ରାଜ୍ୟରେ ସ୍ଲଟ୍ ବୁକିଂ

ନୂଆଦଲ୍ଲୀ: ଗୋଟିଏ ରାଜ୍ୟର ଲୋକ । ଆଉ ଗୋଟିଏ ରାଜ୍ୟରେ ଟିକା ପାଇଁ ସ୍ଲଟ୍ ବୁକିଂ କରୁଛନ୍ତି । କରୋନା ଟିକା ପାଇବାକୁ ଦେଶର ରାଜଧାନୀ ଦିଲ୍ଲାରୁ ସାମନାକୁ ଆସିଛି ଏଭଳି ଚିତ୍ର । ଦିଲ୍ଲୀରେ ଲୋକଙ୍କୁ କୋଭାକ୍ସିନ ଦ୍ୱିତୀୟ ଡୋଜ୍ ମିଳୁନି । ଦ୍ୱିତୀୟ ଡୋଜ୍ ସମୟ ଆସିଥିଲେ ବି ଟିକା ଉପଲବ୍ଧ…

ମମତା ଶରଣଂ ଗଚ୍ଛାମି: ଟିଏମସି ଆସିବାକୁ ୩୩ ବିଜେପି ବିଧାୟକ ଆଗ୍ରହୀ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଦିନ କେହି ନା କେହି ଟିଏମସି ନେତା ପଦ୍ମ ପୋଖରୀରେ ବୁଡ଼ ପକାଉଥିଲେ । ଏବେ ଭୋଟ୍ ସରିବା ପରେ ଚିତ୍ର ବଦଳିଛି । ବିଜେପି ଯାଇଥିବା ନେତାଙ୍କ ମୋହ ଭାଙ୍ଗିଲାଣି । ପୁଣି ଥରେ ଦିଦିଙ୍କ ହାତ ଧରିବାକୁ ମନ ବଳାଇଛନ୍ତି ଟିଏମସି ଛାଡ଼ି…

ଭାରତ ଆସିଲେ ମେହୁଲ ଚୋକସିଙ୍କ ଜୀବନ ପ୍ରତି ବିପଦ ରହିଛି; ପତ୍ନୀ ପ୍ରୀତି ଚୋକସି

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ପଳାତକ ମେହୁଲ ଚୋକସିଙ୍କ ପତ୍ନୀ ପ୍ରୀତି ଚୋକସି କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଆଣ୍ଟିଗୁଆରେ ଅପରାଧୀ ଭଳି ବ୍ୟବହାର କରାଯାଉଛି ଏବଂ ଯଦି ତାଙ୍କୁ ଭାରତ ପଠାଯାଏ ତେବେ ତାଙ୍କ ଜୀବନ ପାଇଁ ବିପଦ ରହିଛି ବୋଲି କହିଛନ୍ତି ପତ୍ନୀ। ପ୍ରୀତି ତାଙ୍କ ସ୍ୱାମୀଙ୍କ…

ଟିକା ନେବାକୁ ମନା କରିବାରୁ ଅନ୍ଧାରରେ ରହିଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନ୍ନୁଜର ସୌରିଖ ଅଞ୍ଚଳର ଏକ ଗାଁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସେମାନେ କରୋନା ଟିକା ନେବାକୁ ମନା କରିବା ପରେ ସେମାନଙ୍କ ଘରର ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଛି। ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ, "କରୋନା ବିରୋଧରେ ଲୋକଙ୍କୁ ଟିକାକରଣ କରିବା ପାଇଁ…