Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରେ ଦିନକରେ ରେକର୍ଡ ୪ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା

ଭୁବନେଶ୍ୱର: ଦିନକରେ ରେକର୍ଡ ଟିକାକରଣ । ଓଡ଼ିଶାରେ ଗୋଟିଏ ଦିନକରେ ରେକର୍ଡ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟିକାଦାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ସ୍ୱାସ୍ଥ୍ୟ ବିଭାଗ…

ଶ୍ରୀମନ୍ଦିରରେ ରୂପକାର ସେବା

ଦେବୀ ପ୍ରସନ୍ନ ନନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ନିର୍ମାଣରେ ନିୟୋଜିତ ‘ସପ୍ତରଥି‘ଭାବରେ ପରିଚିତ ଶିଳ୍ପସେବକମାନଙ୍କ ମଧ୍ୟରେ ରୂପକାର ଅନ୍ୟତମ । ଶ୍ରୀମନ୍ଦିର ସତ୍ୱଲିପିର ୮୩ ପରିଚ୍ଛଦରେ ରୂପକାର ସେବା ବିଷୟରେ ବର୍ଣ୍ଣନା କରାଯାଇଛି ।ଏହି…

କବିତା : ବୋଉ

ସ୍ମୃତି ରଞ୍ଜନ ତ୍ରିପାଠୀ ଗୋଟେ ପାହାଡକୁ ଦେଖିଲି ଝରିବାର ଲୁଚାଚୋରା ସମ୍ପର୍କ ସବୁ ଏବେ ଆଗ ଧାଡିରେ ସେ ସବୁ ବି ଅମାନିଆ କୋଉଠି ଫେରିବାର ନାଁ ଧରୁନାହାଁନ୍ତି ସତେ ଯେମିତି ଆଖିରୁ ପୁଣି ଆଖିକୁ ଗୋଟେ ବୁଢା ବରଗଛ କୋରଡ ଖୋଜିବା ବାହାନା କରୁଛି।। ଆଜି ଜାଣିଲି ଲୁହର ଘର ନ ଥାଏ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୬-୭-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୬ ରିଖ ମଙ୍ଗଳବାର ମିଥୁନ ୨୨ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର- ମିଥୁନ ରାଶିର ଘାତ ଚନ୍ଦ୍ର- ବିଛା ରାଶି ପୁରୁଷଙ୍କର ନିଷେଧ ଖାଦ୍ୟ-…

କରୋନା ଯୋଗୁ ସଙ୍କଟରେ କୌଳିକ ବୃତ୍ତି

ଗୁଣପୁର : କରୋନା ଯୋଗୁ ହଜିବାକୁ ବସିଛି କୌଳିକ ବୃତ୍ତି । ଚିନ୍ତାରେ ପଡିଛନ୍ତି ଗୁଣପୁରର ବାଉଁଶ କାରିଗର । ଦିନକୁ ଦିନ ବାଉଁଶ ତିଆରି ସାମଗ୍ରୀର ଚାହିଦା କମୁଥିବା ବେଳେ ଏବେ ପୁଣି କରୋନାର ଛାଟ । ଦିନରାତି ପରିଶ୍ରମ କରି ବାଉଁଶରୁ ଭଳିକିଭଳି ଜିନିଷ ତିଆରି କରୁଛନ୍ତି କାରିଗର । ହେଲେ ଦୋକାନ…

ମଦ ଦୋକାନ ଖୋଲିବାକୁ ବିରୋଧ

ଢେଙ୍କାନାଳ: ବାରମ୍ବାର ଅଭିଯୋଗ ସତ୍ୱେ ମଦ ଦୋକାନ ବନ୍ଦ ହେଉନାହିଁ  ।  ଢେଙ୍କାନାଳ ପୌରାଂଚଳର ୱାର୍ଡ ନଂ-୧୨ରେ ମଦ ଦୋକାନ ଖୋଲିବାକୁ ବିରୋଧ । ସ୍ଥାନୀୟ ବାସୀନ୍ଦା ବାରମ୍ବାର ନିବେଦନ କରିବା ସତ୍ୱେ ପୁନର୍ବାର ସେଠାରେ ମଦ ଦୋକାନ ଖୋଲିବାକୁ ଯାଉଛି । ପୂର୍ବରୁ ମଧ୍ୟ ମୀନାବଜାର ଓ ଜବାହରଚୌକ…

ସ୍ୱାମୀ ବାଣ୍ଟିଲା ସ୍ତ୍ରୀର ଅଶ୍ଳୀଳ ଭିଡିଓ, ବାନ୍ଧିନେଲା ପୋଲିସ

ଯାଜପୁର: ସ୍ୱାମୀ ହେଉଛି ସ୍ତ୍ରୀର ସୁରକ୍ଷା କବଚ । ଜନ୍ମଜନ୍ମର ସାଥୀ, ବୈବାହିକ ଜୀବନର ସାରଥୀ । ହେଲେ ଏହି ସମସ୍ତ ଉକ୍ତିକୁ ଭୁଲ ପ୍ରମାଣିତ କରି ଜଣେ ସ୍ୱାମୀ ଆଜି ପୁରୁଷ ସମାଜକୁ କଳଙ୍କିତ କରିଛି । ଖୋଦ ନିଜ ସ୍ତ୍ରୀର ଅଶ୍ଳୀଳ ଭିଡିଓ ପ୍ରଘଟ କରି ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତି ପୋଲିସ…

ଚାଷୀ ମାନଙ୍କ ପାଇଁ ସଫଳ ମହୁ ଚାଷ ତାଲିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ମହୁ ଚାଷ ଲାଗି ଅଧିକାରୀ ଓ ତାଲିମଦାତାଙ୍କୁ ନେଇ ପ୍ରଶାସନର ବିଶେଷ କର୍ମଶାଳା ।  ମହୁଚାଷ ମାଧ୍ୟମରେ ଚାଷୀମାନଙ୍କ ରୋଜଗାର ବଢ଼ାଇବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଜିଲ୍ଲାର ୮ଟି ବ୍ଲକରେ ଉନ୍ନତ ମାନର ମହୁ…

ଆସନ୍ତାକାଲିଠୁ ୪୩ଟି ରୁଟରେ ଗଡ଼ିବ OSRTC ବସ୍

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । ସଂକ୍ରମଣ କମୁଥିବାରୁ ସରକାର କଟକଣାରେ କିଛିଟା କୋହଳ କରିଛନ୍ତି । ଏହି କ୍ରମରେ ଆସନ୍ତାକାଲିଠୁ ୪୩ଟି ରୁଟରେ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ସଡ଼କ ଓ ପରିବହନ ନିଗମ । OSRTC ବସରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା…

ବିୟର ଫ୍ୟାକ୍ଟ୍ରିରେ ଦୁର୍ଘଟଣା, ଚାଲିଗଲା ଶ୍ରମିକଙ୍କ ଜୀବନ

ପାଟଣାଗଡ : ବଲାଙ୍ଗିର ବେଲପଡା ଥାନା ସରମୁହାଣ ଗାଁରେ ଥିବା ବିୟର ଫ୍ୟାକ୍ଟ୍ରିରେ ଦୁର୍ଘଟଣା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନୁନହାଡ ଗାଁର ବିଶ୍ବନାଥ ହଂସ । ସେ ଛାତ ଉପରେ ବିୟର ଫ୍ୟାକ୍ଟ୍ରିର କୁଲିଙ୍ଗ ପ୍ଲାଣ୍ଟ କାମ କରିବା ସମୟରେ ତଳକୁ ଖସିପଡ଼ିଥିଲେ । ଫଳରେ…