Latest Odisha News

BREAKING NEWS

Yearly Archives

2022

ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ  ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଚୟନ ପାଇଁ ବିଜେପି ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏ ପକ୍ଷରୁ ଏହି ଘୋଷଣା କରିଛନ୍ତି । …

ରାଜ୍ୟଗୋଷ୍ଠୀ କ୍ରୀଡା: ୧୦୦ ମିଟରରେ ସ୍ଥାନ ନ ପାଇବା ନେଇ ଦୋଷ ଦେଲେ ଦୂତି

ଭୁବନେଶ୍ୱର: ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଆଥଲେଟିକ୍ସ ପାଇଁ ଭାରତୀୟ ଦଳ ଚୟନ କରାଯାଇଛି । ୧୦୦ ମିଟର ମହିଳା ବିଭାଗରେ ଓଡିଶାର ଦୂତି ଚାନ୍ଦଙ୍କୁ ଏଥର ସୁଯୋଗ ମିଳିନି । ସେ ଏହି ବିଭାଗରେ କ୍ରମାଗତ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି…

ହସ୍ପିଟାଲରୁ ଘରକୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୋମବାର ସୋନିଆ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରୁ ତାଙ୍କ ବାସ ଭବନକୁ ଫେରିଛନ୍ତି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଘରେ ରହି ମଧ୍ୟ ତାଙ୍କର ଚିକିତ୍ସା ଜାରି ରହିବ । କୋଭିଡ…

ଭେଙ୍କେୟା ନାୟୁଡୁ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ?

ନୂଆଦିଲ୍ଲୀ: ବିଜେପି ଏବଂ ଏହାର ସହଯୋଗୀ ଦଳ ଭେଙ୍କେୟା ନାୟୁଡୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିପାରନ୍ତି । ବିଜେପି ସ୍ଥିତି ଭଲ ଥିଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୨/୩ଟି ଦଳର ସହାୟତା ଆବଶ୍ୟକ ହେଉଛି । ରିପୋର୍ଟ ମୁତାବକ ବିଜେଡି ଓ ୱାଇଏସଆର ଏନଡିଏକୁ ଏ ନେଇ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

-  ଯଶଓ୍ୱନ୍ତ ସିହ୍ନା ହେଲେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ପ୍ରେସମିଟ୍ କରି ଯଶଓ୍ୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିହ୍ନା । ଆଜି…

ମାଓବାଦୀଙ୍କ ଆକ୍ରମଣରେ ୩ ଜଣ CRPF ଯବାନ ସହିଦ

ନୂଆପଡ଼ା: ସୀମାନ୍ତରେ ନକ୍ସଲଙ୍କ ବଡ଼ ଆକ୍ରମଣ । ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ । ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୭ ଜଣ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଏବେବି ଉକ୍ତ ସ୍ଥାନରେ…

ମାଲଦିବସରେ ଯୋଗ ଦିବସ ପାଳନ ବେଳେ ଭାରତୀୟଙ୍କୁ ଆକ୍ରମଣ

ମେଲ: ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ଦେଶ ମାଲଦିବସରେ ଭାରତୀୟଙ୍କ ଉପରେ ହୋଇଛି ଆକ୍ରମଣ । ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କ ଦ୍ୱାରା ଆୟୋଜିତ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ ବେଳେ ବିରୋଧ ପ୍ରଦର୍ଶନକାରୀ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ । ମଙ୍ଗଳବାର ହାଇ କମିଶନଙ୍କ ଦ୍ୱାରା…

କନ୍ନଡ ଷ୍ଟାର ସତୀଶ ବଜ୍ରଙ୍କ ହତ୍ୟା : ଦୁଇ ଗିରଫ

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଉଦୀୟମାନ କଳାକାର ୩୨ ବର୍ଷୀୟ ସତୀଶ ବଜ୍ରଙ୍କୁ ହତ୍ୟା କରାଯାଇଛି । ରକ୍ତରେ ଜୁଡୁବୁଡୁ ତାଙ୍କ ମୃତ ଶରୀର ପୋଲିସ ସତୀଶଙ୍କ ବାସଭବନରୁ ଉଦ୍ଧାର କରିଥିଲା । ପ୍ରାରମ୍ଭିକ ତଦନ୍ତରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସତୀଶ ଯେଉଁ ପ୍ଲାଟରେ ରହୁଥିଲେ ତାର…

ଭାଙ୍ଗିଯିବ କି ଉଦ୍ଧବଙ୍କ ସରକାର?

ମୁମ୍ବାଇ:  ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ସରକାର ରହିବ କି ଭାଙ୍ଗିବ ଏହି ଚର୍ଚା ଏବେ ସବୁଠି । ଅଢ଼େଇ ବର୍ଷର ମେଂଟ ସରକାର ଏବେ ବିପଦରେ ଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି । କାରଣ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ…

[ଦେଖନ୍ତୁ ଭିଡିଓ] ବିଶ୍ୱସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ରଥଯାତ୍ରା ପାଇଁ ଗଡ଼ିବ ୨ ଶହ ଟ୍ରେନ୍

ପୁରୀ: ଖୁବଶୀଘ୍ର ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ୨ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।…