Latest Odisha News

BREAKING NEWS

Yearly Archives

2023

ଭାରତୀୟ କ୍ରିକେଟପ୍ରେମୀଙ୍କ ମନ ଭାଙ୍ଗିଗଲା

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟ ଫାଇନାଲ ପୂର୍ବ ଦିନ ରାତିରୁ ଭାରତୀୟ କ୍ରିକେଟପ୍ରେମୀ ଅନେକ ଆଶା ଓ ଉତ୍କଣ୍ଠାରେ ଫାଇନାଲକୁ ଅପେକ୍ଷା କରିଥିଲେ । ଅପରାଜେୟ ଥିବା ଟିମ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆକୁ ସହଜରେ ମାତ ଦେବ, ଏହି ବିଶ୍ୱାସ ସମସ୍ତଙ୍କର ଥିଲା । ମାତ୍ର ରବିବାର ରାତିରେ ଭାରତର…

ଆନ୍ତର୍ଜାତିକ ବାଣିଜ୍ୟ ମେଳା: ପ୍ରମୁଖ ଆକର୍ଷଣ ସାଜିଛି ‘ଓଡ଼ିଶା ପାଭିଲିୟନ’

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଜମୁଛି ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ଏବଂ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ ପାଭିଲିୟନର ଶୋଭା ବଢ଼ାଉଛି । ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ…

ଇମ୍ଫାଲ ବିମାନବନ୍ଦରରେ ଉଡିଲା ଅଜଣା ଡ୍ରୋନ, ବିମାନ ଚଳାଚଳ ବନ୍ଦ

ଇମ୍ଫାଲ: ବିମାନ ବନ୍ଦରରେ ଏକ ଅଜଣା ଡ୍ରୋନ ଉଡୁଥିବା କାରଣରୁ ବନ୍ଦ ହେଲା ବିମାନ ଚଳାଚଳ । ଏଭିଳି ଘଟଣା ଦେଖିବାକୁ ମିଳିଛି ମଣିପୁରର ରାଜଧାନୀ ଇମ୍ଫାଲର ବୀର ଟିକେନ୍ଦ୍ରଜିତ ଅନ୍ତର୍ଜାତୀୟ ବିମାନବନ୍ଦରରେ। ଏୟାର ସ୍ପେସରେ ଏକ ଅଜଣା ଡ୍ରୋନ୍ ମିଳିବା ପରେ ବିମାନ ଚଳାଚଳକୁ ବନ୍ଦ କରିଦେବାକୁ…

ପ୍ରଶଂସକଙ୍କ ହୃଦୟ ଜିତିଲେ ଶାହରୁଖ

ଅହମ୍ମଦାବାଦ୍ : ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଦେଖିବାକୁ ଆଜି ବଲିଉଡର ଅନେକ କଳାକାର ଅହମ୍ମଦାବାଦରେ ପହଞ୍ଚିଥିଲେ । ଦୀପିକା ପାଦୁକୋନ ତାଙ୍କ ଭଉଣୀ ଅନିଶା ଏବଂ ପିତା ପ୍ରକାଶ ପାଦୁକୋନ ରଣବୀର ସିଂଙ୍କ ସହ ମ୍ୟାଚ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆକୁ…

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନୈରାଶ୍ୟର କ୍ଷଣ: ହେଡଙ୍କ ସ୍ମରଣୀୟ ଶତକ,ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱ ଚାମ୍ପିୟନ

ଅହମ୍ମଦାବାଦ: ଟ୍ରେଭିସ ହେଡଙ୍କ ଚମତ୍କାର ଶତକ ବଳରେ ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ସଂସ୍କରଣରେ ଚାମ୍ପିୟନ ହୋଇଛି । ଏଥିସହ ଅଷ୍ଟ୍ରେଲିଆ ଟିମ ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଛି । ଅପରପକ୍ଷରେ ୨୦୧୧ ପରେ ଚାମ୍ପିୟନ ହେବା ଲକ୍ଷ୍ୟରେ ଥିବା ଭାରତ…

୬୩ଟି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି (ରବିବାର) ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା…

ବିରାଟ ଆଉଟ ହେବା ପରେ ଭାଙ୍ଗିଲା ଅନୁଷ୍କାଙ୍କ ଦିଲ୍‌

ଅହମ୍ମଦାବାଦ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଟସ ପରେ ପ୍ରଥମେ ବ୍ୟାଟିଂ କରିିଥିବା ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଏହି ସମୟରେ ବିରାଟ କୋହଲି, ଯେଉଁଥିରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ସେ ୫୪…

ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ପ୍ରଶାସନିକ ଓ ଶୈକ୍ଷିକ ଭବନର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଲକ୍ଷ୍ମୀସାଗର ସ୍ଥିତ ପୂର୍ବାଞ୍ଚଳ ଭାଷା କେନ୍ଦ୍ରରେ ଆଜି (ରବିବାର) ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବ ନିର୍ମିତ ପ୍ରଶାସନିକ ଓ…

ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା, ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ

କୋରାପୁଟ: ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା। ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ। ଏଭଳି ଅଭାବନାୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ। ସୂଚନା ଅନୁସାରେ ସରୁଜବା ଗାଁରେ ୟୁଟ୍ୟୁବ ଭିଡିଓ ଦେଖିବା ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଭଣଜାକୁ ମାମୁଁ ହତ୍ୟା କରିଥିବା…

ପୁଣି ଜଙ୍ଗଲରୁ ଉଦ୍ଧାର ହେଲା ଛୁଆ ହାତୀର ମୃତଦେହ

କେନ୍ଦୁଝର: ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କ ଅନୁଯାୟୀ ମୃତ ଛୁଆ ହାତୀର ବୟସ ପାଞ୍ଚ ବର୍ଷ ଥିବା…