Latest Odisha News

BREAKING NEWS

Browsing Category

ପୁରୀ

Puri

ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ପିପିଲି : ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍। ପିପିଲି ଅଞ୍ଚଳରେ ଲୁଟେରା ମାନେ ଦିନ ଦ୍ୱି ପ୍ରହରରେ ଲୁଟି ନେଇଛନ୍ତି ଟଙ୍କା। ସୂଚନା ଅନୁସାରେ ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା ଦୋକାନ ସମ୍ମୁଖରେ ଜଣେ ବ୍ୟବସାୟୀଙ୍କ ବାଇକ ଡିକିରୁ ୫୦ ହଜାର ଟଙ୍କା…

[ ଭିଡ଼ିଓ] ପୁରୀ ପାଖ ଦେଇ ଚାଲିଯିବ ‘ଜୱାଦ’

ଭୁବନେଶ୍ବର: ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଧିରେ ଧିରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର…

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି…

କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ : କରୋନା କଟକଣା ମଧ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ ଓ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ । ଭର୍ଚୁଆଲ ମାଧ୍ୟମରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋତ୍ସବକୁ ଉଦଘାଟନ କରିଥିଲେ । ଓଡିଶୀ ଓ କଥକ ନୃତ୍ୟରେ କମ୍ପି ଉଠୁଛି ରଙ୍ଗମଞ୍ଚ। ଏହି କୋଣାର୍କ ମହତ୍ସୋବ…

ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ନାଗ ସାପ ଉଦ୍ଧାର

ପୁରୀ : ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ଉଦ୍ଧାର ହୋଇଛି ନାଗ ସାପ । ପୁରୀ ବଳଙ୍ଗା ମାଧିପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ବାଡିପଟେ ଏହି ସାପଟିକୁ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ସ୍‌ଥାନରେ ପଡିଥିବା ଏକ ବିୟର କ୍ୟାନରେ ସାପଟି ଫସି ଯାଇଥିଲା । କ୍ୟାନ୍ ଭିତରେ ନାଗର ମୁଣ୍ଡ ଫସି ରହିଥିବା ବେଳେ…

ଥଇଥାନ ଦାବିରେ ଉଠା ଦୋକାନୀଙ୍କ ବିରୋଧ

ପୁରୀ: ପ୍ରତିଶ୍ରୁତି ଦେବା ପରେ ବି ଥଇଥାନ କରାଯାଇପାରୁନି । ଯାହର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ । ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଚଳିତ ମାସରେ ଉଚ୍ଛେଦ କରଯାଇଥିଲା । ଥଇଥାନ ନକରି…

ବାଲୁକା କଳାରେ ଏଡ୍‌ସ ସଚେତନତା

ଆଜି ବିଶ୍ୱ ଏଡ୍ସ ଦିବସ । ଡିସେମ୍ବର ୧ ତାରିଖକୁ ପ୍ରତିବର୍ଷ ଏଡସ୍ ଦିବସ ଭାବେ ପାଳିତ ହେଉଛି । ଏଡସ୍ ର ଭୟାବହତାରୁ ରକ୍ଷା କରିବା ଓ ସାବଧାନତା ଅବଲମ୍ବନ କରିବା ସହ ଲେକାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ଏଡସ୍ ଦିବସ ଅବସରରେ ପୁରୀ ବେଳାଭୂମିରେ ତିଆରି ହୋଇଛି…

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପୁରୀ: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି । ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀଙ୍କ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂଜାର୍ଚ୍ଚନା ଆରମ୍ଭ ,୨୪ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆସନ୍ତା ୨୪ ତାରିଖର ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନା ପୂର୍ବରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ଆସନ୍ତା କାଲି…

[ଭିଡ଼ିଓ] ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ…