Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରଥଯାତ୍ରା ସମନ୍ୱୟ କମିଟି ବୈଠକ ୬ ତାରିଖକୁ ଘୁଞ୍ଚିଲା

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ତାରିଖରେ ତୃତୀୟ ତଥା ଶେଷ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଯୋଗ ଦେବାକୁ ସ୍ଥିର ହୋଇଥିଲା । ଏହି ବୈଠକ ୩ ତାରିଖ ପରିବର୍ତ୍ତେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି । ପୂର୍ବ ନିର୍ଦ୍ଧାରିତ ବିିଭିନ୍ନ…

ଏସୀୟ କ୍ରୀଡ଼ା ଖେଳିବାକୁ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଯୋଗ୍ୟତା ଅର୍ଜନ କଲେ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ଲାଗି ପୁଣି ଏକ ଖୁସିର ଖବର । ଓଡ଼ିଶାର ଉଦୀୟମାନ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଜିମ୍ନାଷ୍ଟିକ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଆ ଯୁବକ ରାକେଶ ହେଉଛନ୍ତି ଏକମାତ୍ର…

ପରୀକ୍ଷା ଖାତା ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ପ୍ରସଙ୍ଗ: ସିବିଏସଇ ଦ୍ୱାରା ଓଡ଼ିଶାର ୭ଜଣ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେୀଣୀ ବାର୍ଷିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ରେ ତ୍ରୁଟି କରିଥିବାରୁ ସିବିଏସଇ ସମୁଦାୟ ୧୩୦ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛି । ଏହି ନିଲମ୍ବିତ ହୋଇଥିôବା ଶିକ୍ଷକଙ୍କ ତାଲିକାରେ…

ପ୍ରବଳ ବର୍ଷା ଆଶଙ୍କା: ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ଲାଗି ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ/ବ୍ରହ୍ମଗିରି : ପୁରୀ ଶ୍ରୀମନ୍ଦିରର ଅଣସର ଘରେ ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରୁ ୩୫ କିମି ଦୂର ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଏବେ ଭକ୍ତମାନେ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରୁଛନ୍ତି । ହଜାର ହଜାର ଭକ୍ତମାନେ ଭିଡ଼ ଲାଗିଲାଣି…

ବାନ୍ଧବୀ ଆସିଲା ବାନ୍ଧବଗଡ଼ରୁ: ସାତକୋଶିଆରେ ମହାବଳର ସାଥ୍ ଦେଲା ‘ସୁନ୍ଦରୀ’

ଅନୁଗୁଳ : ଏକୁଟିଆ ହୋଇ ପଡ଼ିଥିବା ମହାବଳ ବାଘର ସାଥ୍ ଦେବ ଏବେ ଗୋଟିଏ ବାଘୁଣୀ । ବାଘ ପାଇଁ ବାଘୁଣୀଟିଏ ଖୋଜା ଚାଲିଥିଲା । କିନ୍ତୁ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି ସାକକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ । ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପ୍ରାୟ ସପ୍ତାହକ ପୂର୍ବରୁ…

‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ: ‘ଓଡ଼ିଶା-ଉତ୍କଳ’କୁ ନେଇ ବିବାଦ ତେଜିଲା

ଭୁବନେଶ୍ୱର : ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟର ଜାତୀୟ ଗାନ କରିବାକୁ ଦାବୀ ହୋଇଥିଲା । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହେଲା ଯେତେବେଳେ…

ପବିତ୍ର ସ୍ନାନପୂର୍ଣ୍ଣିମା: ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଜନ୍ମତିଥି ଓ ସ୍ନାନବିଧି ପାଳନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ପହଣ୍ଡି ବିଜେକରି ରତ୍ନବେଦୀରେ ସ୍ନାନ କରିଛନ୍ତି । ସ୍ନାନପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡ ଗୁରୁବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉଛୁଳି ପଡୁଛି । ଆଜି ପାରମ୍ପରିକ ଭାବେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ…

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ…

ଭଦ୍ରକରେ ଚାଞ୍ଚଲ୍ୟ: ଧରାପଡ଼ିଲେ ୧୨୬ଟି ନାଗସାପଙ୍କ ୫ଟି ‘ନାଗ-ନାଗୁଣୀ’ ମା’ବାପା

ଭଦ୍ରକ: ଦୁଇଦିନ ପୂର୍ବରୁ ଶତାଧିକ ସାପ ଯେଉଁ ସ୍ଥାନରୁ ଧରାପଡ଼ିଥିଲେ ସେହି ସ୍ଥାନରୁ କିଛି ଘଣ୍ଟା ପରେ ପୁଣି ଧରାପଡ଼ିଛନ୍ତି ବିଷଧର ୫ଟି ନାଗନାଗୁଣୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଶ୍ୟାମପୁର ଗ୍ରାମର ପାଇକସାହିରେ ବିଜୟ ଭୁୟାଁଙ୍କ ଘର ମଧ୍ୟରୁ ଉଦ୍ଧାର କରାଯାଇଥିଲା ଶତାଧିକ ନାଗସାପ…