Latest Odisha News

BREAKING NEWS

Browsing Category

ଅପରାଧ

IFS ଅଭୟ ପାଠକ ଚାକିରିରୁ ବିଦା: ବାଧ୍ୟତାମୂଳକ ଅବସର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହେବେ । ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମୋହର ମାରିଛନ୍ତି…

ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଲୋକ

ବାରିପଦା: କରୋନା କାଳରେ ଚଇତି ପର୍ବ ପାଳନ । ବନ୍ଦ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଲୋକଙ୍କ ଆକ୍ରମଣରେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଦେବାନବାହାଳି ଗାଁରେ ଏହି ଘଟଣା ଘଟିଛି । ଲୋକଙ୍କ ଆକ୍ରମଣରେ ଶରତ ଥାନା ଏଏସଆଇ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ବାଲେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ଜଣେ ମହିଳା ଶୁଖିଲା ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ବସନ୍ତ ସିଂ ନାମକ ଜଣେ…

ଭୁବନେଶ୍ୱରରୁ ବୋଲେରୋ ଲୁଟେରା ଗ୍ୟାଙ୍ଗ ଗିରଫ, କୋଲକାତାକୁ ଲମ୍ବିଛି ଚେର

ଭୁବନେଶ୍ୱର: ରାଜଧାନୀରୁ ସିରିଜ୍ ବୋଲେରୋ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଲୁଟେରା ଗ୍ୟାଙ୍ଗ୍‌ର ଚେର କୋଲକାତା ଯାଏ ଲମ୍ବିଥିବା ସୂଚନା ମିଳିଛି । ଲୁଟେରା ଗ୍ୟାଙ୍କରେ ଆଉ କେଉଁମାନେ…

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ

କଟକ: ଦରଘାବଜାର ଅଞ୍ଚଳରେ କମିଶନରେଟ ପୋଲିସର ଏନକାଉଣ୍ଟର । ହାର୍ଡକୋର୍ କ୍ରିମିନାଲ୍ ଶେଖ ବାବୁ ଆହତ ହୋଇଛି । ସ୍ପେଶାଲ୍ ସ୍କ୍ୱାଡ୍ ତାକୁ ଏନକାଉଣ୍ଟର କରିଥିଲା । ବାବୁର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବିରେ ଚିକିତ୍ସା କରାଯାଉଛି । ଗତକାଲି ରାତିରେ…

ଭିଜିଲାନ୍ସ ଜାଲରେ ତହସିଲଦାର, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଧରିଛି । ମଣ୍ଡାକିଆର ସେନାପତି ପ୍ରଧାନଙ୍କ ସିଜ୍ ଟ୍ରାକ୍ଟରକୁ ମୁକ୍ତ କରିବା ଲାଗି ତହସିଲଦାର ୪୦ ହଜାର ଟଙ୍କା…

OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର OYO ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର…

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ

ସୋନପୁର: କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ ଗୁରୁବାର ଦିନ କଲରାପତରିଆ ବାଘ ଛାଲ ଜବତ କରିବା ସହ ବୌଦ୍ଧରୁ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଏସଟିଏଫ୍ ଟିମ୍ ମନମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧନଝୁଲି ନିକଟରେ ଚଢାଉ କରି ବାଦଲଗୁଡା ଗାଁର ମହେନ୍ଦ୍ର ଭାଇନାଙ୍କୁ…

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ । ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ…