Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଦେଖନ୍ତୁ ଭିଡ଼ିଓ: ଚଳନ୍ତା ଟ୍ରେନରୁ ଖସି ପଡିଥିଲେ ଜଣେ ଯୁବକ, ମୃତ୍ୟୁମୁଖରୁ ଟାଣିଆଣିଲେ ‘ଆରପିଏଫ’ ଯବାନ

କୋଏମ୍ବାଟୁର: ଦ୍ରୁତଗତିରେ ଟ୍ରେନଟିଏ ଚାଲୁଥିଲା ବେଳେ ଜଣେ ଯୁବକ ବଗିରେ ଚଢିବାକୁ ଚେଷ୍ଟା କରୁଥିଲେ । ମାତ୍ର, ଦେଖୁ ଦେଖୁ ଖସିପଡ଼ିଲେ ଚଳନ୍ତା ଟ୍ରେନରୁ । ଟ୍ରେନ ଚକା ତଳେ ପଡ଼ି ପ୍ରାଣ ହରାଉଥିବାର ଏକ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କଲେ ସେଠାରେ ଉପସ୍ଥିତ ଥିବା ଜଣେ ଆରପିଏଫ ଜବାନ ।…

ଗଭୀର ସମୁଦ୍ରରେ ଫସିଯାଇଥିଲେ ୧୧ଜଣ ନାବିକ; କିପରି ଉଦ୍ଧାର ହେଲେ, ଜାଣନ୍ତୁ

ଧାମରା: ଭଦ୍ରକ ଜିଲ୍ଲାରେ ଥିବା ଧାମରା ବନ୍ଦରରେ ୧୧ ଜଣ ନାବିକଙ୍କୁ ପୋର୍ଟ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୧ ଜଣ ନାବିକ ଜଳବନ୍ଦୀ ହୋଇ ଫସିଯାଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ଶନିବାର ଦିନ ଦ୍ୱିପ୍ରହରରେ ବଙ୍ଗୋପସାଗରର ଧାମରା ପୋର୍ଟ…

ପ୍ରଚଣ୍ଡ ଖରାରେ ତୃଷାର୍ତ୍ତ ଟ୍ରାଫିକ୍ ପୋଲିସଙ୍କୁ ଜଳଦାନ କରି ସମ୍ମାନିତ ହେଲେ ଏହି ବାଳକ…

କଟକ: ଏବର୍ଷ ଗ୍ରୀଷ୍ମଋତୁର ପ୍ରଚଣ୍ଡ ଖରାରେ ଏକ ଘଟଣା କଟକ ସହରରେ ଦେଖିବାକୁ ମିଳିଥିଲା, ଯାହାକି ସମସ୍ତଙ୍କ୍ୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ପ୍ରବଳ ଗୁଳଗୁଳି ସାଙ୍ଗକୁ ମୁଣ୍ଡଫଟା ଖରାରେ ଜଣେ ଛୋଟିଆ ବାଳକ ଟ୍ରାଫିକ୍ ପୋଲିସ ମାନଙ୍କୁ ପାଣି ବାଣ୍ଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।…

ରାୟଗଡ଼ାର କମଳେଶ ସାହୁ; ଚା’ ବିକି ଶହ-ଶହ ଅନାଥ ପିଲାଙ୍କୁ ପାଠ ପଢାଉଥିବା ମଣିଷ !

ରାୟଗଡ଼ା: କଟକ ସହରର ଡ଼ି ପ୍ରକାଶ ରାଓଙ୍କୁ କିଏ ବା ନ’ଜାଣେ ! ଚା’ ବିକ୍ରିି କରି ନିଜେ ଗଢିଥିବା ଅନାଥାଶ୍ରମର ଶିଶୁମାନଙ୍କୁ ମଣିଷ କରାଉଥିବା ପ୍ରକାଶଙ୍କୁ ଭାରତର ରାଷ୍ଟ୍ରପତି ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ଲାଗି ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ମଧ୍ୟ କରିଛନ୍ତି । ସେହିପରି ରାୟଗଡ଼ାରେ…

ଭୁବନେଶ୍ୱରକୁ ନେଇ ଚର୍ଚ୍ଚାରେ ଏବେ ଭିଭିଏସ୍ ଲକ୍ଷ୍ମଣଙ୍କ ଟ୍ୱିଟ୍ !

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍ ଲକ୍ଷ୍ମଣଙ୍କ ଏକ ଟ୍ୱିଟ୍ ଏବେ ଚର୍ଚ୍ଚାରେ । ଓଡ଼ିଶାର ରାଜଧାନୀ ଫୁଟପାଥରେ କିପରି ଜଣେ ଅସହାୟ ବ୍ୟକ୍ତିଟିଏ ବୁଲା କୁକୁରଙ୍କୁ ସବୁଦିନ ଭୋଜନ ଦେଉଛନ୍ତି ତାକୁ ନେଇ ଫଟୋ ସହିତ ଟ୍ୱିଟ୍…

ପରିମଳ ଓ ସ୍ୱଚ୍ଛତା ଲାଗି ଜାରି ରହିଛି ରିଙ୍କି ନାଗଙ୍କ ପ୍ରଚେଷ୍ଟା; ଗାଁ’କୁ ମିଳିବ ‘ଓଡ଼ିଏଫ ଷ୍ଟାଟସ୍’ !

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଲାଦେରପାଲି ଗ୍ରାମର ରିଙ୍କି ନାଗ ଗାଁ ପରିମଳ ଏବଂ ସ୍ୱଚ୍ଛତାର ଗୁରୁତ୍ୱ ବୁଝିପାରିଛନ୍ତି । ନିକଟସ୍ଥ ଗ୍ରାମର ସ୍ୱଚ୍ଛତା ଦେଖି ସେ ଏବେ ନିଜ ଗାଁ’କୁ ଖୋଲା ପାଇଖାନା ରହିତ (ଓଡ଼ିଏଫ) ଭାବେ ଗଢି ତୋଳିବାକୁ ଉଦ୍ୟମ ଜାରି ରଖିଛନ୍ତି ।…

ଝାରସୁଗୁଡ଼ାର ବିସ୍ମୟ ବାଳିକା ଦିପ୍ତି, ଟାଇପିଂ କରି ଭାଙ୍ଗିଚାଲିଛନ୍ତି ରେକର୍ଡ଼ !

ଝାରସୁଗୁଡ଼ା: ନଅ ବର୍ଷର କୁନି ଝିଅ ଦିପ୍ତି ଶର୍ମା । ଏବେ ଦିପ୍ତୀଙ୍କୁ ସମସ୍ତେ କହୁଛନ୍ତି, ‘ଝାରସୁଗୁଡ଼ାର ବିସ୍ମୟ’ । ଦିପ୍ତୀ କମ୍ପ୍ୟୁଟର୍ ନଦେଖି ଅଦ୍ଭୁତଭାବେ ଟାଇପିଂ କରିପାରୁଛନ୍ତି । ତାଙ୍କର ଟାଇପିଂ ଦକ୍ଷତା ଦେଖି ବଡ଼ ବଡ଼ ଟାଇପିଷ୍ଟମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ତାଙ୍କର ଏହି…

ଅଭିନବ କାର୍ଯ୍ୟକ୍ରମ ‘ଥିଲେ ଦିଅ, ନ’ଥିଲେ ନିଅ’; ଉପକୃତ ହେଲେ ଗରିବ ଜନସାଧାରଣ

ଟିକିରି: ରାୟଗଡା ଜିଲ୍ଲା ଟିକିରି ଗ୍ରାମ ପ୍ରାଥମିକ ବିଦ୍ୟାଲୟ ସମୁଖରେ ଶୁକ୍ରବାର ଦିନ ଟିକିରି ବିକାଶ ପରିଷଦ ପକ୍ଷରୁ ଥିଲେ ଦିଅ, ନଥିଲେ ନିଅ କାର‌୍ୟ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ଏଥିରେ ଟିକିରି ଥାନାଧିକାରୀ ସୁଜ୍ଞାନୀ ସାହୁ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ । ଟିକିରି ଅଂଚଳର…

ଭିନ୍ନ ଉପାୟରେ ସମୁଦ୍ରରୁ ପ୍ରଚୁର ମାଛ ଧରିପାରୁଛନ୍ତି ଏହି ମତ୍ସ୍ୟଜୀବୀ; କିପରି ଜାଣନ୍ତୁ…

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ନୀଳକଣ୍ଠ ମଲ୍ଲିକ ଜଣେ ମତ୍ସ୍ୟଜୀବୀ ଭାବେ ସବୁଦିନ ସମୁଦ୍ରରେ ମାଛ ଧରନ୍ତି । ପୂର୍ବରୁ ପାରମ୍ପରିକ ଢଙ୍ଗରେ ନୀଳକଣ୍ଠ ସମୁଦ୍ରରୁ ସେମିତି ବିଶେଷ ମାଛ ଧରିପାରୁନଥିଲେ, ମାତ୍ର ଏବେ ଭିନ୍ନ ଉପାୟରେ ମାଛ ଧରି ସେ ପ୍ରଚୁର ଆୟ କରିପାରୁଛନ୍ତି । କେବଳ ନୀଳକଣ୍ଠ ଏକା…

ଜାଣନ୍ତୁ କନ୍ଧମାଳ ଆଦିବାସୀ ଗାଁର ଏହି ଯୁବକଙ୍କୁ; କିପରି ହେଲେ ଇସ୍ରୋ ବୈଜ୍ଞାନିକ

ଫୁଲବାଣୀ: କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ଼ ମନୋବଳ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି । ଏହା କିଛି ରାକେଟ ସାଇନ୍ସ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ସିମ୍ବାଳି ଗ୍ରାମର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ । ଯିଏକି ଏବେ ଭାରତୀୟ ମହାକାଶ ଗବେଷଣା…