Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୀତା ଫୋଗାଟ ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ୍ !

ନୂଆଦିଲ୍ଲୀ: ଗିରଫ ହେଲେ କୁସ୍ତି ଯୋଦ୍ଧା ଗୀତା ଫୋଗାଟ୍। ଦିଲ୍ଲୀର ଜନ୍ତର ମନ୍ତର ଆନ୍ଦୋଳନ କରୁଥିବା ତାଙ୍କ ଭଉଣୀମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୀତା ଓ ତାଙ୍କ ସ୍ୱାମୀ ପବନ ସରୋହାଙ୍କୁ…

ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ

ମୁମ୍ବାଇ: ହନିଟ୍ରାପ ମାମଲାରେ ଡିଆରଡିଓ ବୈଜ୍ଞାନିକ ଗିରଫ। ମହାରାଷ୍ଟ୍ର ପୁଣେର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ନିର୍ଦ୍ଦେଶକ ପ୍ରଦୀପ କୁରୁଲକର ହନିଟ୍ରାପ ଜାଲରେ ଫସି ଦେଉଥିଲେ ଗୁପ୍ତ ତଥ୍ୟ। ମହାରାଷ୍ଟ୍ର ଏଟିଏସ ଟିମ୍ ପ୍ରଦୀପ କୁରୁଲକରଙ୍କୁ ଏବେ ଗିରଫ କରିଛି। …

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ଜ୍ୟୋତିର୍ବିଦଙ୍କ ମତାମତ ଓ କେତେବେଳେ ରହିଛି ସମୟ

ନୂଆଦିଲ୍ଲୀ: ଯେତେବେଳେ ଚନ୍ଦ୍ର ଏବଂ ପୃଥିବୀ ଏକ ସରଳ ରେଖା ବା ଧାଡିରେ ଆସନ୍ତି, ଚନ୍ଦ୍ରଗ୍ରହଣ ହୁଏ। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଅଶୁଭ ବୋଲି ବିବେଚନା କରାଯାଏ। ଅର୍ଥାତ୍ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାମ କରିବା ନିଷେଧ।…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ଟିଏମସି ନେତାଙ୍କ ୭ଟି ଠିକଣାରେ ସିବିଆଇର ଚଢାଉ

କୋଲକାତା: ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲା, କୋଲକାତାରେ ଟିଏମସି ନେତାଙ୍କ ୭ଟି ଠିକଣାରେ ସିବିଆଇ ଗୁରୁବାର ଚଢ଼ାଉ କରିଛି। ଏପ୍ରିଲ ମାସରେ କୋଲକାତାର ୬ଟି ସ୍ଥାନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ଚଢ଼ଉ କରିଥିଲା। ଏହାପରେ ପୁଣିଥରେ ସିବିଆଇ ସାଂସଦ ଅଭିଷେକ…

ଭାରତରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ, ଟ୍ବିଟ୍ କରି ଶେହବାଜ କହିଲେ ଗସ୍ତର କାରଣ

ପାଣାଜି: ଦୁଇ ଦେଶର ବିବାଦ ମଧ୍ୟରେ ସାଂଘାଇ ସହଯୋଗ ସଂଗଠନ ବୈଠକ ବା ଏସସିଓରେ ଯୋଗଦେବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଗୋଆରେ ପହଞ୍ଚିଛନ୍ତି। ବିଲାୱାଲ ଭୁଟ୍ଟୋଙ୍କୁ ଭାରତରେ ସ୍ୱାଗତ କରାଯାଇଛି। ଭାରତରେ ପହଞ୍ଚିବା ପରେ ବିଲାୱାଲ ବିମାନ ବନ୍ଦରରୁ ସିଧାସଳଖ…

ମଣିପୁରରେ ହିଂସା, ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି କରିବାକୁ ସରକାରଙ୍କ ନିର୍ଦ୍ଦେଶ

ଇମ୍ଫାଲ: ମଣିପୁରରେ ହୋଇଥିବା ହିଂସାକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେଇଛନ୍ତି ମଣିପୁର ସରକାର। ଦଙ୍ଗାକାରୀଙ୍କୁ ଦେଖିଲେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆଦିବାସୀ ଏବଂ ଅଧିକାଂଶ ମେଇତି ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହେବା ପରେ ରାଜ୍ୟପାଳଙ୍କ ନିକଟକୁ…

ଡ୍ରୋନ ଆକ୍ରମଣ ପରେ ରୁଷ ରାଷ୍ଟ୍ରପତି ବଙ୍କରକୁ ହେଲେ ସ୍ଥାନାନ୍ତରିତ

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ହତ୍ୟା ପାଇଁ ୟୁକ୍ରେନ କ୍ରେମଲିନ ଉପରେ ଡ୍ରୋନ ଉଡାଇଥିଲା । ଅବଶ୍ୟ ରୁଷ ସେନା ଏହାକୁ ଖସାଇ ଦେଇଥିଲେ । ତଥାପି ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବାରୁ ପୁଟିନଙ୍କ ସୁରକ୍ଷିତ ବଙ୍କରକୁ ସ୍ଥାନାନ୍ତରିତ କରାଯାଇଛି । ରୁଷ ଏହା ପରେ ୟୁକ୍ରେନ…

‘ଏଫଆଇଆର’ ରୁଜୁ ହୋଇସାରିଛି, କୁସ୍ତିଯୋଦ୍ଧାଙ୍କ ଆବେଦନର ଶୁଣାଣି କରିବେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲା ସୁପ୍ରିମକୋର୍ଟ ଆଉ ଶୁଣାଣି କରିବେ ନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଶୁଣାଣି ବନ୍ଦ କରିବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇସାରିଛି। ସୁପ୍ରିମକୋର୍ଟର ଶୁଣାଣିର ଉଦ୍ଦେଶ୍ୟ…

ଛତିଶଗଡ଼ରେ ହାତ ମୋଡ଼ିଦେବ ଝାଡୁ !

ଭୁବନେଶ୍ୱର: ବଦଳୁଛି କଂଗ୍ରେସର ନିର୍ବାଚନ ଲଢ଼ିବା ଷ୍ଟାଇଲ। ପାରମ୍ପରିକ ଢାଞ୍ଚା ଛାଡି ଅତ୍ୟାଧୁନିକ ଶୈଳୀ ଆପଣାଉଛି ଦଳ। ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଆଗକୁ ହେବାକୁ ଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳ ନିଜର ସର୍ଭେ କରିବା ସହ ଏହି ଆଧାରରେ ଟିକେଟ ଦେବାକୁ ନିଷ୍ପତ୍ତି…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପିକୁ ହରାଇବେ ସିନ୍ଧିଆ !

ଭୁବନେଶ୍ୱର: କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ବିଜେପିର ବରିଷ୍ଠ ନେତାଙ୍କ ଅସନ୍ତୋଷର କଥା ପଦାକୁ ଆସୁଛି। ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏଭଳି କିଛି ଖବରକୁ ନେଇ ରାଜ୍ୟ ରାଜନୀତି ଗତିଶୀଳ ହେଉଛି। ନିର୍ବାଚନ ବହୁ ପୂର୍ବରୁ ଟିକେଟକୁ ନେଇ ଅଡୁଆ ସ୍ଥିତି…