Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ…

କଂଗ୍ରେସ ସଭାପତି ନିର୍ବାଚନ : ଦିଗବିଜୟ କହିଲେ ଲଢ଼ିବାକୁ ଆଗ୍ରହ ଅଛି

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲ ପୂର୍ବରୁ ଏବେ ଜଣଙ୍କ ପରେ ଜଣଙ୍କ ନାମ ସଭାପତି ପାଇଁ ଚର୍ଚା ହେଉଛି । ଏବେ କଂଗ୍ରେସ ସଭାପତି ଦୈାଡ଼ରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଶଶୀ ଥରୁର, ଅଶୋକ…

ଆସନ୍ତୁ ଜାଣିବା ପୃଥିବୀରେ ପିମ୍ପୁଡିଙ୍କ ସଂଖ୍ୟା କେତେ ?

ହଂକଂ: ପୃଥିବୀ ପୃଷ୍ଠରେ ମଣିଷ ହେଉ କିମ୍ବା ବିଶେଷ ପ୍ରଜାତିର ଜୀବଜନ୍ତୁଙ୍କ ଗଣତି ସହଜରେ ହୋଇ ଯାଇଥାଏ । ତେବେ ପୃଥିବୀ ପୃଷ୍ଠରେ କେତେ ପିମ୍ପୁଡି ଅଛନ୍ତି ତାର ଗବେଷଣା କରିବା ପରେ ଏହାର ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ୫୦୦ ପ୍ରକାରର ପିମ୍ପୁଡିଙ୍କ ଉପରେ ଗବେଷଣା କରାଯାଇ…

ମନ୍ଦିର ଉପରେ ଆକ୍ରମଣ ବରଦାସ୍ତ କରାଯିବନି, ୟୁକେ-କାନାଡା ପ୍ରତି କଠୋର ହେଲା ଭାରତ

ନୂଆଦିଲ୍ଲୀ:  ନିକଟ ଦିନରେ ବ୍ରିଟେନ୍ ଏବଂ କାନାଡାରେ  ମନ୍ଦିର  ଉପରେ ଆକ୍ରମଣ ଏବଂ ହିନ୍ଦୁ ଧର୍ମର ପ୍ରତୀକର ଭଙ୍ଗାରୁଜାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହା ଭାରତୀୟଙ୍କୁ ବହୁତ ବ୍ୟଥିତ କରିଛି। ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ପ୍ରତିଟି ସ୍ଥିତି ଉପରେ କଡା ନଜର…

ପାଶ୍ଚାତ୍ୟ ଦେଶକୁ ପୁଟିନ୍ ଦେଲେ ପରମାଣୁ ଧମକ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ପୁଟିନ୍ ପୁଣି ଥରେ ଧମକ ଦେଇଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ଅନ୍ୟ ଦେଶ ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । ଋଷ ଏହାକୁ ବରଦାସ୍ତ କରିବ ନାହିଁ । ବରଂ କେହି ଆକ୍ରମଣ କଲେ ଋଷ ପାଖରେ…

ଏନଡିଏ ସରକାରରେ ବିରୋଧୀ ନେତାଙ୍କ ବିରୋଧରେ ୯୫% ଇଡି ରେଡ୍ କରିଛି, ୟୁପିଏ ସରକାରରେ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସିବିଆଇ ପରେ ଇଡି କେଉଁ ସରକାର ଅମଳରେ କେତେ ରେଡ୍ ହୋଇଛି ତାର ଏକ ରିପୋର୍ଟ ପ୍ରକାଶ କରିଛି ଇଂରାଜୀ ଦୈନିକ ଖବରକାଗଜ 'ଦ ଇଣ୍ଡିଆନ୍ ଏକ୍ସପ୍ରେସ'। ଯେଉଁଥିରେ କୁହାଯାଇଛି ୨୦୧୪ରୁ ମୋଦୀ ସରକାର ଆସିବା ପରେ ବିରୋଧୀ ନେତାଙ୍କ ଉପରେ ଇଡି ରେଡ୍ ୯୫ ପ୍ରତିଶତ…

ସିସୋଦିଆଙ୍କ ନାଁରେ ଶୌଚାଳୟ ଘୋଟାଲା ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ବିରୋଧୀ ବିଜେପି ପରେ ଏବେ କଂଗ୍ରେସ ଘେରିଲା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ। ଶୌଚାଳୟ ଦୁର୍ନୀତିରେ ସିସୋଦିଆ ସାମିଲ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ମଙ୍ଗଳବାର କଂଗ୍ରେସ ନେତାମାନେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ସିସୋଦିଆ…

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରାଜୁଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରେ…

ପ୍ରେମ ପାଇଁ ପ୍ରେମିକାକୁ ଆକ୍ରମଣ କରି ଆତ୍ମହତ୍ୟା କଲା ପ୍ରେମିକ

ରାଞ୍ଚି: ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କଲା ପ୍ରେମିକ। ଏପରି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି। ପଶ୍ଚିମବଙ୍ଗରେ ରହୁଥିବା ଏବଂ ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛି। ଉକ୍ତ ଛାତ୍ର ଜଣକ ପ୍ରଥମେ ନିଜ…

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ, ୪ ମୃତ

ନୂଆଦିଲ୍ଲୀ: ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ସୀମାପୁରୀରେ ଘଟିଥିବା ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରାତି ପ୍ରାୟ ୨.୧୫ ରେ ଡିଟିସି ଡିପୋ ରେଡଲାଇଟ ନିକଟରେ ଥିବା ଡିଭାଇଡରରେ କିଛି…