Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

WHOର ସତର୍କବାଣୀ: ଡେଲଟା ସହ ମିଶି ଓମିକ୍ରନ୍ ଆଣିବ କରୋନାର ସୁନାମୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଗ୍ରାସିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆମେରିକାରୁ ୟୁରୋପ ମହାଦେଶ ସମସ୍ତେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି । ସଂକ୍ରମଣ ଦ୍ରୁତ ବ୍ୟାପୁଛି । ଆମେରିକାରେ ଦୈନିକ ସଂକ୍ରମଣ ପାଖାପାଖି ୫ ଲକ୍ଷ । ୟୁରୋପ ମହାଦେଶର ଅନେକ ଦେଶରେ କରୋନା ବିସ୍ଫୋରଣ ସୃଷ୍ଟି…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୬ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ୬ ଆତଙ୍କୀ ନିହତ ହୋଇଛନ୍ତି । ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି । ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣଙ୍କର ପରିଚୟ ମିଳି ପାରିଥିବା…

କାଳିଚରଣ ମହାରାଜ ଗିରଫ, ମହାତ୍ମାଗାନ୍ଧିଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ଟିପ୍ପଣୀ

ରାୟପୁର: ମହଙ୍ଗା ପଡ଼ିଲା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀ ଟିପ୍ପଣୀ ଦେବା । ଗିରଫ ହୋଇଛନ୍ତି ସନ୍ଥ କାଳିଚରଣ ମହାରାଜ । ତାଙ୍କୁ ଖୁଜୁରାହୋରୁ ରାୟପୁର ପୋଲିସ ଗିରଫ କରିଛି । କାଳିଚରଣ ମହାରାଜଙ୍କ ନାଁରେ ରାୟପୁରର ୨ଟି ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ…

ଓମିକ୍ରନ୍ ଭୟ: ମୁମ୍ବାଇରେ ଆଜିଠୁ ୭ ତାରିଖ ଯାଏ ୧୪୪ ଧାରା

ମୁମ୍ବାଇ: ମହାରାଷ୍ଟ୍ରରେ ମାଡ଼ି ଚାଲିଛି ଓମିକ୍ରନ୍ । ସଂକ୍ରମଣ ପୁଣି ଥରେ ଉପରମୁହାଁ । ମୁମ୍ବାଇରେ ଦୈନିକ କେସ୍ ବଢୁଛି । ଆଗକୁ ନୂଆବର୍ଷ ଥିବାରୁ ଲୋକଙ୍କ ଭିଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଆଜିଠାରୁ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।…

ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାନୁଆରୀ ପହିଲାରେ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ତୃଣମୂଳସ୍ତରରେ ଚାଷୀଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ…

ପରିବର୍ତ୍ତନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନେତୃତ୍ବ, ସୂଚନା ଦେଲେ ମୁକେଶ ଅମ୍ବାନି

ମୁମ୍ବାଇ : ପରିବର୍ତ୍ତନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନେତୃତ୍ବ । ଏନେଇ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି । କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସେ ନିଜେ ଏହି ପ୍ରକ୍ରିୟାକୁ ତ୍ବରାନ୍ୱିତ କରିବାକୁ ଏବଂ ଯୁବ ନେତୃତ୍ବକୁ ଦାୟିତ୍ବ ହସ୍ତାନ୍ତର…

ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ

ଭୁବନେଶ୍ବର : ଶେଷ ହେବାକୁ ଯାଉଛି ବର୍ଷ ୨୦୨୧ । ଆରମ୍ଭ ହେବ ନୂଆବର୍ଷ । ନୂଆବର୍ଷ ପାଳନ କରିବାକୁ ଦେଶବାସୀ ପ୍ରସ୍ତୁତ ଥିବା ବେଳେ, ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି । ଭୁବନେଶ୍ବର ସମେତ ଦେଶର ୧୧ଟି ସହରରେ ୨୬ଟି…

ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି ଗିରଫ

ଚଣ୍ଡିଗଡ଼ : ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ଗିରଫ ହୋଇଛି ମାଷ୍ଟରମାଇଣ୍ଡ ଯଶବିନ୍ଦର ସିଂ ମୁଲତାନି । ଖଲିସ୍ତାନୀ ଆତଙ୍କବାଦ ଯୋଜନାରେ ସମ୍ପୃକ୍ତ ଯଶବିନ୍ଦରକୁ ଜର୍ମାନୀରୁ ଗିରଫ କରାଯାଇଛି । ସେ ପଞ୍ଜାବ, ମୁମ୍ବାଇ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଆତଙ୍କୀ ହମଲା କରିବାକୁ ଯୋଜନା କରିଥିବା…

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲଗାଗଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତକୁ ସାମରିକ ଏବଂ ଯନ୍ତ୍ରପାତି ଉତ୍ପାଦନର କେନ୍ଦ୍ର କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ…

ଶେଷ ହେଲା ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ, ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି

ଉତ୍ତରପ୍ରଦେଶ : ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ଶେଷ ହୋଇଛି ତଦନ୍ତ ପ୍ରକ୍ରିୟା । ଏକ ସପ୍ତାହ ମଧ୍ୟରେ ଚାର୍ଜସିଟ ଦାଖଲ କରିବ ଏସଆଇଟି । ଗତ ଅକ୍ଟୋବର ୩ ତାରିଖରେ ଘଟିଥିବା ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ…