Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ କଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । କୋର୍ଟ କହିଛି କି, ତିହାଡ ଜେଲ ରିପୋର୍ଟ ମୁତାବକ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ତା’ର ମାନସିକ ଅବସ୍ଥାକୁ ନେଇ ଚିକିତ୍ସା କରାଇବାର କୌଣସି…

ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ହେବେ ହନୁମାଙ୍କଡ

ଆଗ୍ରା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ଆମେରିକୀୟ ସିକ୍ରେଟ ସର୍ଭିସ ପାଖରେ ରହିବ । କିନ୍ତୁ ବାହ୍ୟ ସୁରକ୍ଷା ଦାୟିତ୍ୱ ଏନଏସଜି ଓ ଉତ୍ତର ପ୍ରଦେଶ…

ଭାକ୍ୟୁମ କ୍ଲିନର ବଂଚାଇବ କରୋନା ସଂକ୍ରମଣ!

ଚଣ୍ଡିଗଡ: ଗୋଟିଏ ପଟେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଚିନ୍ତାରେ ଥିବା ବେଳେ ଏହାକୁ ରୋକିବା ପାଇଁ ବାଟ ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ମହାଲି ଆଇଜରର ଡାକ୍ତର ସମ୍ରାଟ ଘୋଷ ଏହି ମାରାତ୍ମକ ରୋଗରୁ ବଂଚିବାର ବାଟ ବାହାର କରିଛନ୍ତି । ତାଙ୍କ ମତରେ ପ୍ରତି ଦିନ ନିଜ ଘରକୁ…

ଅନନ୍ତନାଗରେ ଏନକାଉଂଟର, ୨ ଲସ୍କର ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର: ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର ସଂଗମ ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଥିବା ବେଳେ ଏଥିରେ ଲସ୍କର-ଇ-ତୋଇବାର ଦୁଇଜଣ…

ଶାହିନବାଗ୍ ମାମଲା: ଚତୁର୍ଥ ଦିନରେ ମଧ୍ୟ ମଧ୍ୟସ୍ତି ଟିମର ହାତ ଖାଲି

ନୂଆଦିଲ୍ଲୀ: କେବେ ଖୋଲିବ ଶାହିନବାଗ ରାସ୍ତା । ସିଏଏ ଏବଂ ଏନଆରିସିକୁ ନେଇ ଶାହିନବାଗରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ମଧ୍ୟସ୍ତି ଟିମ୍ ନିଯୁକ୍ତ କରାଯାଇଛି । ଲଗାତର ତିିନି ଦିନ ହେଲା ଆନ୍ଦୋଳନକାରୀଙ୍କ ସହ ମଧ୍ୟସ୍ତି ଟିମ ଆଲୋଚନା…

ମେଲାନିଆଙ୍କ ‘ହାପିନେସ କ୍ଲାସ’ରେ ରହିବେନି କେଜ୍ରୱାଲ-ସିସୋଦିଆ

ନୂଆଦିଲ୍ଲୀ: ଆସନ୍ତା ୨୪ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଓ ଝିଅ ଇଭାଙ୍କା ମଧ୍ୟ ଆସୁଛନ୍ତି । ଏହି ସମୟରେ ମେଲାନିଆ ରାଜଧନୀ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ କ୍ଲାସ’ରେ…

ଖୁବଶୀଘ୍ର ଆସୁଛି ଭିଭୋର ନୂଆ ସ୍ମାର୍ଟଫୋନ; ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ଭିଭୋ ବ୍ରାଣ୍ଡ ଆଇକ୍ୟୁOO ଭାରତରେ ୨୫ ଫେବୃଆରୀକୁ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି | କମ୍ପାନୀ ତରଫରୁ ବହୁ ସମୟ ଠାରୁ ଆଇକ୍ୟୁOO 3 ର ଟିଜର ଜାରିକରିଥିଲା | ହେଲେ ଲଞ୍ଚ ପୂର୍ବରୁ ମୋବାଇଲର ସବୁ ଫିଚର୍ସ ଓ ତଥ୍ୟ ଲିକ ହୋଇଯାଇଛି | ଏହି ସ୍ମାର୍ଟଫୋନ ଇକମର୍ସ…

ଭାରତର ବାୟୁସେନା ବିମାନକୁ ଅନୁମତି ଦେଉନି ଚୀନ; ସଂକଟରେ ଉହାନରେ ଫସିଥିବା ଭାରତୀୟ

ବେଜିଂ: ଭାରତୀୟ ବାୟୁସେନା ବିମାନକୁ ଉହାନ ଯିବାକୁ ଦେଉନି ଚୀନ । ଏବେ ବି କରୋନା ଭାଇରସର କେନ୍ଦ୍ରସ୍ଥଳ ଚୀନର ଉହାନରେ କିଛି ଭାରତୀୟ ଫସିରହିଛନ୍ତି । ଏହି ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟର ଚୀନ ଯିବାର ଥିଲା । କିନ୍ତୁ ଏହି ବିମାନକୁ ଉଡାଣ ପାଇଁ…

ଭୟାବହ ହେଉଛି କରୋନା; ଦକ୍ଷିଣ କୋରିଆରେ ୫ଦିନରେ ୧୧ଗୁଣ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା

ସିଓଲ: ଦକ୍ଷିଣ କୋରିଆରେ କରୋନା ଭାଇରସ ପାଇଁ ସ୍ଥିତି ଏବେ ଜଟିଳ ହୋଇପଡିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୪୨ରୁ ୩୪୬କୁ ବୃଦ୍ଧି ପାଇଛି । ଦକ୍ଷିଣ କୋରିଆର ଡେଗୁ ସହର ଓ ଦକ୍ଷିଣ ସିଓଲର ପାଖାପାଖି ଅଂଚଳରେ ଏହି ଭାଇରସର ପ୍ରଭାବ…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୨୩୪୫ ଛୁଇଁଲା, ୭୬ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୩୪୫ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୬,୨୮୮ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…