Latest Odisha News

BREAKING NEWS

Browsing Category

ଫିଚର

ବାରିପଦା ITDA ସହକାରୀ ଯନ୍ତ୍ରୀଙ୍କ ଘରୁ ୪୧ ଲକ୍ଷ ଟଙ୍କା, ୬୫୯ ଗ୍ରାମ୍ ସୁନା ଜବତ

ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଥିବା ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ହିସାବ ଚାଲିଛି । ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଛି ନଗଦ ୪୧ଲକ୍ଷ ୭୭ହଜାର ଟଙ୍କା । ଗତକାଲି ୧୩ ଲକ୍ଷ ୬୦ହଜାର ଟଙ୍କା ମିଳିଥିଲା । ୬୫୯ଗ୍ରାମ ସୁନା ଜବତ ହୋଇଛି…

ଏହି ୩ ଦେଶରୁ ଭାରତ ଫେରିଲେ ଏଣିକି ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ହାଇ ଆଲର୍ଟରେ ସାରା ବିଶ୍ୱ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ସତର୍କ କରାଇଛନ୍ତି । ଦକ୍ଷିଣ ଆଫ୍ରିକା,…

ଘାତକ କରୋନାର ନୂଆ ଭାରିଆଣ୍ଟ: ଡେଲଟାଠୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ପୁଣି ଥରେ ସାରା ବିଶ୍ୱରେ ହଇଚଇ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ନୂଆ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଏହାର ନାଁ ରହିଛି B.୧.୧.୫୨୯ । ଏହା ଦ୍ରୁତଗତରେ ବ୍ୟାପୁଛି । ଡେଲଟା ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ । ଅଧିକ ସଂକ୍ରାମକ ବୋଲି କହୁଛନ୍ତି ବିଶେଷଜ୍ଞ ।…

ଆଜିଠୁ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ନବମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍.ଏ)-୧ ପରୀକ୍ଷା । ଏହା ୨୬ତାରିଖରୁ ଆରମ୍ଭ ହୋଇ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ । ଦିନକୁ ଦୁଇଟି ବିଷୟରେ ପରୀକ୍ଷା ହେବ । ପ୍ରତି ବିଷୟରେ ମୋଟ୍ ୪୦ ନମ୍ବର ପରୀକ୍ଷା କରାଯିବ…

ଆଜିଠୁ ଶିମିଳିପାଳରେ ବାଘ ଗଣନା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ କେତେ ବାଘ ଅଛନ୍ତି ? ଆଜିଠୁ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାଙ୍ଗରିପୋଷି, ଦେଉଳି, ଉଦଳା, କପ୍ତିପଦା, ରାସଗୋବିନ୍ଦପୁର ରେଞ୍ଜ ଅଧିନ ଜଙ୍ଗଲରେ ଗଣନା ଚାଲିଛି ।…

ବାଲେଶ୍ୱରବାସୀଙ୍କୁ ଆଜି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଆଜି ଯୋଡ଼ି ହେବ ବାଲେଶ୍ୱର ଜିଲ୍ଲା । ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପୋଲସ୍ ଲାଇନ୍ ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର…

ମହାନଦୀରେ ୪ ଛାତ୍ରଙ୍କ ସଲିଳ ସମାଧି

କଟକ: କୋଳି ତୋଳିବାକୁ ଯାଇ ମହାନଦୀରେ ଭାସିଗଲେ ୪ ସ୍କୁଲ ଛାତ୍ର । ବହୁ ଖୋଜାକୋଜି ପରେ ଆଜି ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି । କଟକ ଗାନ୍ଧିପଲ୍ଲୀ ବାଲିଗଡ଼ା ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା । ଗତକାଲି କହ୍ନେଇପୁର ଉଦିମୂଳ ଘାଟରୁ ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ କାରଣ ଦର୍ଶାଅ ନୋଟିସ

ଅମ୍ରିତସର : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରିନୀତ କୌରଙ୍କୁ କାରଣ ଦର୍ଶାଅ ନୋଟିସ । ଦଳ ବିରୋଧୀ କାର୍ଯ୍ୟରେ ସେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ପରେ ତାଙ୍କୁ ଏହି ନୋଟିସ ଜାରି କରିଛନ୍ତି ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ । କ୍ରମାଗତ ଭାବେ…

ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ: ୨୦୨୨ରେ ଆସିବ ପ୍ରଳୟ !

ପୁରୀ: ଫ୍ରାନ୍ସର ପ୍ରଖ୍ୟାତ ଭବିଷ୍ୟଦ୍ରଷ୍ଟା ମାଇକେଲ ଡି ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ସର୍ବଦା ସତ୍ୟ ହୋଇ ଆସିଛି । ଆଜତକ, ଜୀ ନ୍ୟୁଜ ଓ ଅମର ଉଜାଲା ପରି ପ୍ରତିଷ୍ଠିତ ଖବର ସଂସ୍ଥା ନୋଷ୍ଟ୍ରାଡମସଙ୍କ ୨୦୨୨ ଭବିଷ୍ୟବାଣୀ ଭୟଙ୍କର ହେବ ବୋଲି ଗୁରୁବାର ଉଲ୍ଲେଖ କରିଛନ୍ତି । ସବୁଠାରୁ…

ଦେଶରେ କମିଲା ପ୍ରଜନନ ହାର

ନୂଆଦିଲ୍ଲୀ : ଦେଶରେ କମିଲା ମୋଟ ପ୍ରଜନନ ହାର । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସ-୫ର ରିପୋର୍ଟରେ ଏହା ପ୍ରକାଶ ପାଇଛି ​। ଏଥିରେ ଦର୍ଶାଯାଇଛି ମହିଳା ପିଛା ହାରାହାରି ଶିଶୁ ହାର ୨.୨ରୁ ୨.୦କୁ ଖସିଛି । ପ୍ରଜନନ ହାର, ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୁଷ୍ଟି ଓ…