Latest Odisha News

BREAKING NEWS

Browsing Category

ଫିଚର

ହାଇଓ୍ୱେରେ ଅବତରଣ କଲା ସୁଖୋଇ, ଜାଗୁଆର୍ ଲଢୁଆ ଯୁଦ୍ଧ ବିମାନ

ରାଜସ୍ଥାନ: ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି । ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା । ପରେ ଲଢୁଆ ଯୁଦ୍ଧ ବିମାନ…

ବିରୋଧୀ ଚଳାଇ ଦେଲେନି ବିଧାନସଭା, ଗାନ୍ଧି ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ଧାରଣା

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆଜି ଶେଷ ହେଉଛି । ସ୍ୱଳ୍ପକାଳୀନ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ହୋଇଛି । ଗତକାଲି ବିରୋଧୀ ବାଚସ୍ପତିଙ୍କୁ ଘେରାଉ କରିଥିଲେ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ । ଗୃହ ଚଳାଇ ନଦେବାକୁ ନେଇ ପ୍ରତିବାଦ କରିଛି ବିଜେଡି । ବିଜେଡି…

ବିଧାନସଭା ପ୍ରଶ୍ନକାଳ ଆଜି ବି ଠପ୍, ଦିନ ସାଢ଼େ ୧୧ଟା ଯାଏ ମୁଲତବି

ଭୁବନେଶ୍ୱର: ଆଜି ଶେଷ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଶେଷ ଦିନରେ ବି ଚାଲି ପାରିଲା ନାହିଁ ପ୍ରଶ୍ନକାଳ । ଗୃହ କାର୍ୟ୍ୟ ଆରମ୍ଭରୁ ବିରୋଧୀ ନାରାବାଜି ଓ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଗୃହରେ ଖଣି ଦୁର୍ନୀତି ଓ…

ତାଲିବାନ ବର୍ବରତାର ଫଟୋ ଦେଖିଲେ ଛାତି ଫାଟିଯିବ, ବିରୋଧ ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ଏମିତି ମାଡ଼

କାବୁଲ: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଛି । ବର୍ବରତା ବି ସୀମା ଟପିଲାଣି । ନରସଂହାର କରୁଛନ୍ତି ତାଲିବାନୀ । ଲୋକଙ୍କୁ ଧମକାଉଛନ୍ତି । ଫତଓ୍ୱା ଜାରି କରୁଛନ୍ତି । କଥା କଥାରେ ବନ୍ଧୁକ ଦେଖାଉଛନ୍ତି । ବିରୋଧ କଲେ ଗୁଳି ମାରୁଛନ୍ତି । ତାଲିବାନ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କର…

ଆଜି ଓଡ଼ିଶାରୁ ୭୭୧ କରୋନା ପଜିଟିଭ୍, ଆଉ ୧୧୭ ପିଲା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ଏବେ ସ୍ଥିର ସ୍ଥିତିରେ ରହୁଛି । ୬ଶହରୁ ୮ଶହ ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୬୫ହଜାର ୩୭ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୭୭୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୦-୧୮ ବର୍ଷ ଭିତରେ ଆଉ ୧୧୭ ଜଣ ସଂକ୍ରମିତ…

ହେଲମେଟ୍ ଚେକିଂ ବେଳେ ବଚସାରୁ ପୋଲିସ-ଅବସରପ୍ରାପ୍ତ ସେନା କର୍ମଚାରୀ ପିଟାପିଟି

କେନ୍ଦ୍ରାପଡ଼ା: ଖାକିର ଦାଦାଗିରି । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସର୍ବସମ୍ମୁଖରେ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏସମ୍ପର୍କିତ ଭିତିଓ ଏବେ ଭାଇରାଲ୍ ହୋଇଛି । ହେଲମେଟ୍ ଓ ମାସ୍କ ଚେକିଂ ବେଳେ ବଚସାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…

ଏସିଏଫ୍ ସୌମ୍ୟଙ୍କୁ ନ୍ୟାୟ ଦାବି, ଖଇରାରେ ୬ ଘଣ୍ଟିଆ ବନ୍ଦ ପାଳନ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୫୭ ଦିନ ବିତିଲାଣି । ତଥାପି ଜଣା ପଡ଼ିଲା ନାହିଁ କେମିତି ସେ ପୋଡ଼ି ହେଲେ ? ମୃତ୍ୟୁ ରହସ୍ୟକୁ ଏଯାଏ ଗଜପତି ପୋଲିସ କି କ୍ରାଇମବ୍ରାଞ୍ଚ କେହି ଭେଦି ପାରିଲେ ନାହିଁ । ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ତାଙ୍କ ପୈତୃକ…

ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର ହେଲେ ଆଡୋବ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶିକା

ନୂଆଦିଲ୍ଲୀ: ଟେକ୍ନୋଲୋଜି ଇଣ୍ଡଷ୍ଟ୍ରିର ଟପ୍ ପୋଜିସନରେ ଓଡ଼ିଆ ଜିଅ । ଆଡୋବ୍ ଇଣ୍ଡିଆର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଦର ଜଣେ ଓଡ଼ିଆ ଝିଅଙ୍କୁ ନିଯୁକ୍ତି ମିଳିଛି । ତାଙ୍କ ନାଁ ପ୍ରତିଭା ମହାପାତ୍ର । ଆଡୋବ୍ ଇଣ୍ଡିଆର ଏମଡି ହେବାରେ ସେ ପ୍ରଥମ ମହିଳା ହୋଇଛନ୍ତି । ଏହାପୂର୍ବରୁ…

ମହଙ୍ଗା ପଡିଲା ଦବଙ୍ଗଗିରି, ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି । ବିଜେପି ନେତାଙ୍କୁ ମାଡି ମାରିବା ପରେ ବିଜେଡି ତାଙ୍କୁ ଦେଇଛି ଶକ୍ତ ଝଟ୍‌କା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବାଲୁଗାଁ ନଗର…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ଅଶ୍ୱୀନ ଫେରିଲେ, ଧୋନୀ ଟିମ ମେଂଟର

ମୁମ୍ବାଇ: ୟୁଏଇ ଓ ଓମାନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରୁ ବାଦ୍ ପଡିଛନ୍ତି ୟୁଜଭେନ୍ଦ୍ର ଚହଲ ଓ ଶିଖର ଧାୱନ । ଦୁଇ ଉଇକେଟ କିପର ରିଷଭ ପନ୍ତ ଓ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ଦୀର୍ଘ ଦିନ ପରେ…