Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ଫୁଲବାଣୀ: କରୋନା ଲଢ଼େଇରେ ହାରିଗଲେ ଆଉ ଜଣେ ସମ୍ମୁଖ ଯୋଦ୍ଧା । ରାଜ୍ୟରେ ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଡାକ୍ତର ସ୍ନେହାଶିଷ ଗିରି । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ପ୍ରାଣ ହରାଇଛନ୍ତି । ସ୍ନେହାଶିଷ…

କୋଭିଡ୍ ନେଗେଟିଭ୍ ମୃତଦେହକୁ ନେଇପାରିବେ ପରିବାର ଲୋକ, ମାନିବାକୁ ପଡ଼ିବ ଏହି ସର୍ତ୍ତ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ପ୍ରଶାସନ ଶବ ସତ୍କାର କରୁଛି । ଏଣିକି ପରିବାର ଲୋକଙ୍କୁ ସର୍ତ୍ତ ସହ ମୃତଦେହ ଦିଆଯିବ । ଯଦି ମୃତକ ଜଣଙ୍କ କୋଭିଡ୍ ନେଗେଟିଭ୍ ଥିବେ ତାଙ୍କ ମରଶରୀରକୁ ନେଇ ପାରିବେ ପରିବାର ଲୋକ । ଏନେଇ ନୂଆ…

ଦୀପଗ୍ରେସଙ୍କ ଭୁଲ ରହିଲା କେଉଁଠି, କେନ୍ଦ୍ର ପରେ ରାଜ୍ୟ କ୍ରୀଡା ବିଭାଗ ବି ପଚାରିଲାନି !

ଭୁବନେଶ୍ୱର: ଭାରତୀୟ ହକି ସବୁଠାରୁ ସିନିୟର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ପରାକ୍ଷରେ ଅସମ୍ମାନିତ କରାଯାଇଛି । ୧୦ ବର୍ଷ ହେବ ଜାତୀୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏହି ମହାନ ଖେଳାଳିଙ୍କ ନାମ ଏଥର ବି ଅର୍ଜୁନ ପୁରସ୍କାର ପାଇଁ ପଠାଗଲାନି । ପ୍ରଥମେ କେନ୍ଦ୍ର ଏବଂ ଏବେ ରାଜ୍ୟ କ୍ରୀଡା…

କରୋନା ମୃତ୍ୟୁରେ କେତେ ଦେବ ଅନୁକମ୍ପା ରାଶି ? ସ୍ଥିର କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କଲେ ଦେବାକୁ ପଡ଼ିବ ଅନୁକମ୍ପା ସହାୟତା ରାଶି । କେତେ ଟଙ୍କା ଦିଆଯିବ ସ୍ଥିର କରିବେ କେନ୍ଦ୍ର ସରକାର । ସବୁ ଦିଗକୁ ବିଚାର କରି ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏସମ୍ପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନାରେ…

ପୁଣି ଜମ୍ମୁ ସୀମାରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ସପ୍ତାହକ ମଧ୍ୟରେ ଜମ୍ମୁ ସୀମାରେ ତୃତୀୟ ଥର ପାଇଁ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । କୁଞ୍ଜୱିନି ଏବଂ କାଲୁଚକ ଅଂଚଳରେ ଏହି ଡ୍ରୋନ ଉଡୁଥିଲା । ସେନା ପକ୍ଷରୁ ଡ୍ରୋନକୁ…

ଲକଡାଉନ୍ ଖୋଲିବ ନା ବଢ଼ିବ: ଜୁଲାଇ ଗାଇଡଲାଇନ୍ ନେଇ ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍ । ଆଜି ଆସିବ ଜୁଲାଇ ମାସ ପାଇଁ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରେସ ବିବୃତି ଜାରି କରିବେ । ଜୁଲାଇରେ ସଂକ୍ରମଣ ହାର କମିଥିବାରୁ ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-ଇକୁ ଯିବ ?…

ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଭାରତ ବାଜି ମାରିବ ତ ?

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଆଉ ହାତ ଗଣତି କିଛି ଦିନ ପରେ ଆରମ୍ଭ ହେବ । ରେସଲିଂ ଅଲିମ୍ପିକ୍ସରେ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଛି । ସେଥିପାଇଁ ୧୯୦୦ ବ୍ୟତୀତ ଅନ୍ୟ ସମସ୍ତ ସଂସ୍କରଣରେ ଏହି ଇଭେଂଟ ସାମିଲ ହୋଇଛି । ଏଥର ଭାରତର ୮ ପହିଲୱାନ ଅଂଶଗ୍ରହଣ କରୁଛନ୍ତି । ସୁମିତ ମଲିକ ଡୋପ…

ବ୍ରାଜିଲ୍-ଭାରତ ବାୟୋଟେକ୍ ଚୁକ୍ତି ସ୍ଥଗିତ

ନୂଆଦିଲ୍ଲୀ: ଟିକାକିଣା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ଭାରତ ବାୟୋଟେକ୍ ସହ ଟିକାକିଣା ଚୁକ୍ତିକୁ ସ୍ଥଗିତ ରଖିଛି ବ୍ରାଜିଲ। ଏହି ଚୁକ୍ତି ସ୍ଥଗିତ ହେବା ପରେ ୩୨୪ ମିଲିୟନ ଡଲାରର ଚୁକ୍ତିର ଭବିଷ୍ୟତ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଅନିୟମିତତାରେ ରାଷ୍ଟ୍ରପତି ଜାଏର…

ରାଜ୍ୟରେ ଦିନକରେ ୭୫ ହଜାର କୋଭିଡ୍ ଟେଷ୍ଟିଂ, ଚିହ୍ନଟ ହେଲେ ୩୩୭୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଦିନେ କମୁଛି, ପୁଣି ଦିନେ ବଢୁଛି । ଗତକାଲି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୭୧ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୬୪୦…

ରାଜ୍ୟରେ ୪ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: କାଲି କମିଥିଲା, ଆଜି ପୁଣି ବଢିଲା ମୃତ୍ୟୁସଂଖ୍ୟା । ରାଜ୍ୟରୁ କରୋନା ଆଉ ୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ…