Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରେ ୩୨ କରୋନା ପଜିଟିଭ୍

ଭୁବନେଶ୍ବର : ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୦୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୨ କରୋନା ପଜିଟିଭ୍ । ଏଲେନ୍ ଇନଷ୍ଟିଚ୍ୟୁଟରୁ ୭ ଜଣ ଆକ୍ରାନ୍ତ ଥିବା…

ଭବାନୀପାଟଣାର ପ୍ରଗତି କଲେଜରେ ୩୨ କରୋନା ପଜିଟିଭ୍

ଭବାନୀପାଟଣା : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତା ବି ବଢ଼ିଲାଣି । ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ରାଜ୍ୟର ବିଭିନ୍ନ କଲେଜରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଆଜି…

ରାଜ୍ୟରୁ ଆଉ ୧୧୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଲଗାତର ପାଞ୍ଚ ଦିନ ଧରି ଦୁଇ ଶହ ଉପରେ ରହୁଛି ଆକ୍ରାନ୍ତ । କରୋନାର ଦ୍ବିତୀୟ ଲହରକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୧୮ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । କଟକରୁ ସର୍ବାଧିକ ୨୬ ଜଣ…

ହୋଲିରେ ଅଘଟଣ, ଅକାଳରେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର: ରାଜ୍ୟରେ ହୋଲିକୁ ନେଇ ଲାଗିଥିଲା ସରକାରୀ କଟକଣା । ତଥାପି ଘରେ ହେଉ ଅବା ସାହି ପଡିଶାରେ ଜମିଥିଲା ହାଲକାଫୁଲକା ହୋଲି ଖେଳର ରଙ୍ଗିନ୍ ମାହୋଲ । ହେଲେ ଏହି ରଙ୍ଗିନ୍ ମାହୋଲରେ ସତରେ ଯେମିତି କଳାର ବାଦଲ ଘୋଟିଆସିଥିଲା ସୋନପୁର ଅଂଚଳରେ । ମହାନଦୀରେ ଘଟିଥିଲା ଅଘଟଣ । ହୋଲି…

ଚାଲୁ ରହିବ ନବମ ଓ ଦଶମ ଶ୍ରେଣୀ କ୍ଲାସ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମାମଲାରେ ବୃଦ୍ଧି ସତ୍ତ୍ୱେ ସରକାରୀ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ବନ୍ଦ କରିବାକୁ କୌଣସି ପ୍ରସ୍ତାବ ନାହିଁ ବୋଲି ସୋମବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ସୂଚନା…

ଓଡ଼ିଶାରୁ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୈନିକ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୨୨ କ୍ବାରେଣ୍ଟାଇନ ଓ ୮୬ ଲୋକାଲ କେସ୍ ରହିଛି।…

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

କଟକ: ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ଘଟିଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଆଦେନି ଅନେକ ହିଟ୍ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ…

ସୁଏଜ୍ କେନାଲରେ ୬ ଦିନ ହେଲା ଫସିଥିବା ବିଶାଳ କାର୍ଗୋ ଉଦ୍ଧାର

ସୁଏଜ୍: ଇଜିପ୍ଟର ସୁଏଜ୍ କେନାଲରେ ଗତ ୬ ଦିନ ଧରି ଫସି ରହିଥିବା ଜାହାଜ ଆଜି ପୁଣି ଚାଲିଛି । ଏହି କାର୍ଗୋ ଜାହାଜକୁ ଦୁନିଆର ସବୁଠୁ ବିଶାଳ ମାଲବାହୀ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ‘ଏଭରଗ୍ରୀନ୍’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ । ଏହି…

ଦେଶରେ କରୋନାର ଲମ୍ବା ଲମ୍ଫ: ଚିନ୍ତା ବଢାଉଛି ଡେଥ୍, ୫ଲକ୍ଷ ଟପିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରୁଛି ଲମ୍ବା ଲମ୍ଫ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ତିନି ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୮ହଜାର ୨୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୯୧ ଆକ୍ରାନ୍ତଙ୍କ ଜୀବନ । ଅକ୍ଟୋବର…

ମୁଖ୍ୟମନ୍ତ୍ରୀ ଜଣାଇଲେ ହୋଲି ଶୁଭେଚ୍ଛା, ଘରେ ରହି ରଙ୍ଗ ଲଗାଇବାକୁ ଅନୁରୋଧ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ମହାମାରୀ କରୋନା ପାଇଁ ଆମେ ଏବେ ଏକ ଅସାଧାରଣ ସମୟ ଦେଇ ଗତି କରୁଛେ । ତେଣୁ, ଆପଣମାନେ ଘରେ ରହି ହୋଲି ଖେଳିବା ସହ ନିଜ…