Latest Odisha News

BREAKING NEWS

Browsing Category

ଫିଚର

କମୁଛି ହୀରାକୁଦ ଜଳସ୍ତର: ଟଳିଲା ବନ୍ୟା ବିପଦ

ସମ୍ବଲପୁର ; କମୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୦ ଫୁଟ ତଳକୁ ଖସିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ଲକ୍ଷ ୭୫ହଜାର କ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୦ହଜାର ଜଳ ନିଷ୍କାସିତ ହେଉଛି ।…

ଚୀନକୁ ଭାରତର ଉଚିତ୍ ଜବାବ, ସୀମାରେ ଥିବା ଭିତ୍ତିଭୂମିକୁ ସୁଦୃଢ଼ କରିଛି ସରକାର: ଜୟଶଙ୍କର

ନୂଆଦିଲ୍ଲୀ: ଚୀନକୁ କଡ଼ା ଜବାବ ଦେବା ପାଇଁ ସୀମା ଭିତ୍ତିଭୂମିରେ ଭାରତ ଅଭୁତପୂର୍ବ ଅଗ୍ରଗତି କରିଛି। ଦୁର୍ଗମ ଅଞ୍ଚଳରେ ସଡ଼କ, ଟନେଲ, ବ୍ରିଜ୍ ନିର୍ମାଣ କରାଯାଇଛି। ଯାହା ଦ୍ୱାରା ସୁରକ୍ଷା ବାହିନୀ ଦ୍ରୁତଗତିରେ ଯାତାୟାତ କରି ଶତ୍ରୃ ଉପରେ ନଜର ରଖିପାରିବେ। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ…

ଶ୍ରାବଣ ସୋମବାରରେ ଅଘଟଣ ; ସାଳନ୍ଦୀର ପ୍ରଖର ସ୍ରୋତରେ ଭାସିଗଲେ ୨ କାଉଡିଆ

ଖଇରା: ଭାସିଗଲେ କାଉଡିଆ । ଶ୍ରାବଣ ସୋମବାରରେ ଆସିଛି ଏପରି ଦୁଃଖଦ ଖବର । ଶ୍ରାବଣ ସୋମବାରରେ ମହାଦେବଙ୍କ ମୁଣ୍ଡରେ ପାଣି ଢାଳିବା ପାଇଁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସିଗଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରଦା ଅଞ୍ଚଳରେ । ବରଦା ବ୍ଲକର ସିନ୍ଧୁକେଶ୍ୱର ମହାଦେବ…

ସରକାରୀ ବାସଭବନରେ ବିଧାୟକ ଝିଆରୀଙ୍କ ଆତ୍ମହତ୍ୟା; ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ୱର:ଓଡ଼ିଶା ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଖାରବେଳନଗରସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରୁ ତାଙ୍କ ଶବ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀ ରାଇରଙ୍ଗପୁର   ବିଧାୟକ ନବ ଚରଣ ମାଝିଙ୍କ ଝିଆରୀ ବୋଲି…

ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକା ମାଡ଼

ଉତ୍ତରପ୍ରଦେଶ: ପୁଣି ବନ୍ଦେ ଭାରତ ଉପରକୁ ପଥର ମାଡ଼ । ଉତ୍ତରପ୍ରଦେଶ ଅନ୍ତର୍ଗତ ବାରବଙ୍କୀଠାରେ ଗତକାଲି ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ କୋଚର ଝରକା କାଚ ଭାଙ୍ଗିଯାଇଥିବା ‘ରେଲୱ ପ୍ରୋଟେକସନ ଫୋର୍ସ’ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ,…

ଜଳୁଛି ମଣିପୁର: ୮୦୦ରୁ ଉର୍ଦ୍ଧ୍ୱ ସେନା ନିୟୋଜିତ, ଆଦିବାସୀ ସଂଗଠନକୁ ଭେଟିବେ କି ଅମିତ ଶାହ ?

ଇମ୍ଫାଲ: ଅଗଷ୍ଟ ୫ରେ ମଣିପୁରରେ ଆଉ ପାଞ୍ଚ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ୮୦୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହି ସମୟରେ ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କହିଛି ଯେ ସୋମବାର ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ…

ସାଂସଦ ପଦ ଫେରି ପାଇଲେ ରାହୁଲ; ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି ପରେ ରାହୁଲ ତାଙ୍କ ସାଂସଦ ପଦ ଫେରି ପାଇଛନ୍ତି । ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ସୁପ୍ରିମ କୋର୍ଟ ଶୁକ୍ରବାର ମୋଦି ସରନେମ ମାମଲାରେ ରାହୁଲଙ୍କୁ ମିଳିଥିବା ୨ ବର୍ଷ…

ମଣିପୁରରେ ରାଜନୈତିକ ହଲଚଲ, ବୀରେନ ସିଂ ସରକାରରୁ ଓହରିଲେ ୨ କୁକି ବିଧାୟକ

ଇମ୍ଫାଲ: ମଣିପୁରର ରାଜନୈତିକରେ ହଲଚଲ ପରିସ୍ଥିତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ସହଯୋଗୀ କୁକି ପିପୁଲ୍ସ ଆଲାଏନ୍ସର ୨ ଜଣ ବିଧାୟକ ବୀରେନ୍ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ମଣିପୁରର ସାମ୍ପ୍ରତିକ ସ୍ଥିତିକୁ ନେଇ ଉପଯୁକ୍ତ ବିଚାରବିମର୍ଶ ପରେ ଉଭୟେ ସରକାରରୁ…

କିପରି ଦିଶୁଛି ଜହ୍ନମାମୁଁ ? ଚନ୍ଦ୍ରର ପ୍ରଥମ ଫଟୋ ଓ ଭିଡିଓ ପଠାଇଲା ଚନ୍ଦ୍ରଯାନ-୩, ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ

ଶ୍ରୀହରିକୋଟା: ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବା ପରେ ଚନ୍ଦ୍ରର ପ୍ରଥମ ଫଟୋ ଓ ଭିଡିଓ ପ୍ରକାଶ ପାଇଛି । ଗତକାଲି ପ୍ରଥମ କରି ଭରତୀୟ ମହାକାଶ ଗବେଷଣା ସଂସ୍ଥା(ISRO) ଚନ୍ଦ୍ରଯାନ-୩ କ୍ୟାମେରାରେ କଏଦ ହୋଇଥିବା ଫଟୋ ଓ ଭିଡ଼ିଓକୁ ଶେୟାର କରିଛି ।  ଆଗକୁ ଆହୁରି ସ୍ପଷ୍ଟ ଚିତ୍ର ସହିତ ଅଧିକ ତଥ୍ୟ…

ସରକାରୀ ରାଜକୋଷକୁ ରିଲାଏନ୍ସର ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତ ତିନି ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ସରକାରୀ ରାଜକୋଷରେ ୫ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସମେତ ସ୍ପେକ୍ଟ୍ରମ୍‌ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆରଆଇଏଲ ଏହି ଟଙ୍କା ସରକାରୀ ରାଜକୋଷର ଜମା କରିଛି। ଆରଆଇଏଲର…