Latest Odisha News

BREAKING NEWS

Browsing Category

କ୍ରିକେଟ

ଓଡିଶା ସିନିୟର କ୍ରିକେଟ ଟିମର କୋଚ ହେଲେ ୱାସିମ ଜାଫର

ଭୁବନେଶ୍ୱର: ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫରଙ୍କୁ ବୁଧବାର ଓଡିଶା ସିନିୟର ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଆଗାମୀ ୨୦୨୧ରୁ ୨୩ ପର୍ଯ୍ୟନ୍ତ ଘରୋଇ ପ୍ରତିଯୋଗିତାରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ।…

ଦିନିକିଆ କ୍ରିକେଟରେ ଦ୍ରୁତ ୧୪ ଶତକ ହାସଲରେ ଆମଲାଙ୍କ ରେକର୍ଡ ଭାଙ୍ଗିଲେ ବାବର

କରାଚୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଦିନିକିଆ କ୍ରିକେଟରେ ଦ୍ରୁତ ଶତକ ହାସଲ କରିବାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କୁ ପଛରେ ପକାଇ ଦେଇଛନ୍ତି । ଆମଲା ୮୪ ମ୍ୟାଚରେ ୧୪ ଶତକ ହାସଲ କରିଥିବା ବେଳେ ବାବର ୮୧ ମ୍ୟାଚରେ ଏହା ହାସଲ କରି ରେକର୍ଡ ନିଜ ନାମରେ କରିଛନ୍ତି ।…

୧୯୮୩ ବିଶ୍ୱବିଜୟୀ ଭାରତୀୟ କ୍ରିକେଟ ଦଳର ସଦସ୍ୟ ଯଶପାଲଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ୧୯୮୩ ବିଶ୍ୱବିଜୟୀ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ପଞ୍ଜାବର ଏହି କ୍ରିକେଟରଜଣକ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ ଟେଷ୍ଟ ଏବଂ ୧୯୭୮ରେ…

ଟି୨୦ରେ ଏହି ରେକର୍ଡ କରିବାରେ ପ୍ରଥମ ଖେଳାଳି ହେଲେ କ୍ରିସ ଗେଲ

ସେଂଟ ଲୁସିଆ:ୱେଷ୍ଟଇଣ୍ଡିଜର ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଖେଳାଳି ଭାବେ ଗେଲ ଟି୨୦ କ୍ରିକେଟରେ ୧୪ହଜାର ରନ ପୂର୍ଣ୍ଣ କରିଛନ୍ତି । ଖରାପ ଫର୍ମରେ ଥିବା ଗେଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ମୁକାବିଲାରେ ୩୩ ବଲରେ ଅର୍ଦ୍ଧଶତକ ହାସଲ…

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ

କଲମ୍ବୋ: କରୋନା ମହାମାରୀ ଯୋଗୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ଜୁଲାଇ ୧୩ ବଦଳରେ ୧୮ରୁ ଦିନିକିଆ ସିରିଜ ଆରମ୍ଭ ହେବ । ୨୦ ଓ ୨୩ରେ ବାକି ୨ଟି ଦିନିକିଆ ଏବଂ ୨୫ରୁ ଟି୨୦ ସିରିଜ ଆରମ୍ଭ ହେବ । ସେହିପରି ୨୭ ଓ ୨୯…

ହ୍ୟାପି ବାର୍ଥ ଡେ ଲିଟିଲ ମାଷ୍ଟର: ଅବସରର ୩୪ ବର୍ଷ ପରେ ବି ଅତୁଟ ରହିଛି ଗାଭାସ୍କରଙ୍କ ଏହି ରେକର୍ଡ

ମୁମ୍ବାଇ: ଭାରତୀୟ କ୍ରିକେଟକୁ ନୂଆ ଦିଗ ଦେଇଥିବା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ୭୨ ବର୍ଷରେ ପଦାର୍ପଣ କରିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତା ପଠାଯାଉଛି । ଟେଷ୍ଟ କ୍ରିକେଟରେ ୩୪ ଶତକ ଏବଂ ୧୦ ହଜାରରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିବା ଏହି ମହାନ ଖେଳାଳିଅବସର…

ହଠାତ ଅବସର ନେଲେ ବାଂଲାଦେଶର ଏହି ବରିଷ୍ଠ ଅଲରାଉଣ୍ଡର

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ବରିଷ୍ଠ ଅଲରାଉଣ୍ଡର ମହମ୍ମୁଦାଲ୍ଲା ଶନିବାର ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜିମ୍ବାୱେ ବିପକ୍ଷ ହରାରେ ଟେଷ୍ଟ ଅବସରରେ ସେ ଏହି ଘୋଷଣା କରିଛନ୍ତି । ଏହା ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ହେବ ବୋଲି କହିଛନ୍ତି । ବାଂଲାଦେଶ କ୍ରିକେଟ ବୋର୍ଡ…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏହି ସବୁ ରେକର୍ଡ ହାସଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କଲମ୍ବୋ: ଭାରତ-ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖା ଦେଇଛି । ଶ୍ରୀଲଙ୍କାର ବ୍ୟାଟିଂ କୋଚ ଏବଂ ଡାଟା ଆନାଲିଷ୍ଟ କରୋନା ପଜିଟିଭ ହେବା ପରେ ଏବେ ସିରିଜକୁ ୧୩ ବଦଳରେ ୧୭ ଜୁଲାଇରେ କରିବା ପାଇଁ ଯୋଜନା ଚାଲିଛି । ଏହି ସିରିଜରେ ଟିମ୍ ଇଣ୍ଡିଆ କେତେଗୁଡିଏ ଉପଲବ୍ଧି…

ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା, ଭାରତ ବିପକ୍ଷରେ ବି’ ଟିମ୍ ଖେଳିପାରେ !

କଲମ୍ବୋ: ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାରଙ୍କ ପରେ ଶୁକ୍ରବାର ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟ ଜିଟି ନିରୋଶାନଙ୍କ କରୋନା ପଜିଟିଭ ଥିବା ଜଣାପଡିଛି । ଫଳରେ ଭାରତ-ଶ୍ରୀଲଙ୍କା ସିରିଜ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ଟିମର ଅଧିକାଂଶ ଖେଳାଳି ଏମାନଙ୍କ ସଂସ୍ପର୍ଶରେ…

ଭାରତ-ଶ୍ରୀଲଙ୍କା ସିରିଜ ଅୟୋଜନ ନେଇ ସଙ୍କଟ, ଆୟୋଜକ ଦଳର ବ୍ୟାଟିଂ କୋଚ କରୋନା ସଂକ୍ରମିତ

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି୨୦ କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖାଦେଇଛି । ଗୁରୁବାର ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାର କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୧୩ ଜୁଲାଇରୁ ଦିନିକିଆ…