Latest Odisha News

BREAKING NEWS

Browsing Category

ସହର

City

ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ

ଭୁବନେଶ୍ୱର: ଚନ୍ଦକା ଡଁପଡ଼ା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦର ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନାହିଁ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ଭୋର୍ ୩ଟା ବେଳେ ନନ୍ଦର…

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ । ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ…

ହାଟରେ ଲାଗିଲା ମାଓ ପୋଷ୍ଟର, ୨୦ରେ ଓଡିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ

ବଲାଙ୍ଗୀର : କିଛି ଦିନର ନୀରବତା ପରେ ପୁଣି ମାଓ ବ୍ୟାନର । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓ ବ୍ୟାନର ଲାଗିଛି । ପୋଲିସ ଦମନ ବିରୋଧରେ ମେ ୨୦ ତାରିଖରେ…

[ଦେଖନ୍ତୁ ଭିଡିଓ] ୩୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲେ ଜଗବନ୍ଧୁ

ବାରିପଦା : କୂଅ ସଫା କରୁ କରୁ ଗଳିପଡ଼ିଲେ କୂଅ ଭିତରେ । ଗଭୀର କୂଅ ହୋଇଥିବାରୁ ସହଜରେ ବାହାରିପାରିନଥିଲେ କି ସ୍ଥାନୀୟ ଲୋକେ ବି ବାହାର କରିପାରିନଥିଲେ । ବହୁତ ସମୟ କସରତ ପରେ ଶେଷରେ ଲୋକେ ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ । ଶେଷରେ କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି । ୩୦ ଫୁଟ୍‌ କୂଅ…

[ଦେଖନ୍ତୁ ଭିଡିଓ] କାରରେ କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ୱର: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ…

[ଦେଖନ୍ତୁ ଭିଡିଓ] କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମଣିବିଗ୍ରହ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ରାସ୍ତା ବାଧକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ । ଜ଼ିଲ୍ଲାର ଆରାଧ୍ୟ ଦେବତା ହେଉଛନ୍ତି ସିଦ୍ଧବଳଦେବଜୀଉ ।  ବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ ଓ ପାଷାଣ ମୂର୍ତ୍ତି ।  ବଳଦେବଜୀଉଙ୍କର ମଧ୍ୟ୍ୟ ଭାଗରେ ତୁଳସୀକୁ ମଝିରେ ରଖାଯାଇଅଛି । ଯେପରି ପୁରୀରେ…

ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେଇଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତ ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ହେଲେ ଛତ୍ରପୁର ବୋରିଗାଁର ବାଦଲ ସାହୁ…

‘ଜୁନ ସୁଦ୍ଧା ବ୍ରାହ୍ମଣୀ ନଦୀର ଛଅ ଲେନ କାମ ଶେଷ ହେବ’

ଭୁବନେଶ୍ୱର: ରାଉରକେଲାରୁ ବାଲୁଘାଟରେ ବ୍ରାହ୍ମଣୀ ନଦୀ ଉପରେ ତିଆରି ହେଉଥିିବା ଦ୍ୱିତୀୟ ସେତୁ ନିର୍ମାଣର 6ଟି ଲେନ୍ ମଧ୍ୟରୁ 3ଟି ଲେନ୍ ନିର୍ମାଣ କାମ ଆସନ୍ତା 15 ଦିନ ମଧ୍ୟରେ ଶେଷ ହେବ । ଜୁନ୍ ଶେଷ ସୁଦ୍ଧା ଛଅ ଲେନରୁ ତିନୋଟି ଲେନ୍ କାମ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପାଳିତ ହେବ । ଆଜି ସଂଧ୍ୟାଧୂପ ବଢିବା ପରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ପରମ୍ପରା ଅନୁଯାୟୀ ଆଜିର ତିଥିରେ ରୂପକାର ସେବାୟତ ମାନେ କୋଣଗୁଜ ଅନୁକୂଳ…

[ଦେଖନ୍ତୁ ଭିଡିଓ] ଯୁବକଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ବାହିନୀ: ୨୫ ଫୁଟ୍ ଗଭୀର କୁଅରୁ ସୁରକ୍ଷିତ ଉଦ୍ଧାର

ଢେଙ୍କାନାଳ : ଯୁବକଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ବାହିନୀ। ସୁରକ୍ଷିତ ଭାବରେଏକ ଗଭୀର କୂଅରୁ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଟାଉନ ଭିତରେ ଥିବା ରଗଡିସାହିର ହେଉଛନ୍ତି ଏହି ଯୁବକ ଜଣକ। ଯୁବକ ଜଣକ କୂଅ ନିକଟରେ ଗ।ଧୋଉଥିବା ସମୟରେ…