Latest Odisha News

BREAKING NEWS

Browsing Category

ସହର

City

କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ, ୩ଜଣ ଅଟକ

ଯାଜପୁର: ଯାଜପୁର ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ। ଜିପିଏସ୍ ଟ୍ରାକ ଦ୍ୱାରା ଜବତ ହୋଇଥିଲା ଗାଡ଼ି। ପରେ ସାମ୍ନାକୁ ଆସିଲା ପୁରା ତଥ୍ୟ। ସୂଚନା ଅନୁସାରେ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି…

ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡି ଆଗରେ କଳା ପତକା ଦେଖାଇ ୩ ଯୁବକ ଅଟକ

ଢେଙ୍କାନାଳ : ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କଳା ପତାକା ପ୍ରଦର୍ଶନ। ଓଡ଼ିଶା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଅପରାହ୍ନରେ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ କିଛି ଯୁବକ ତାଙ୍କୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ପୋଲିସ ୩ ଜଣ…

ଜୋତା ଭିତରେ ଲୁଚିଥିଲା ନାଗ

ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ପରେ ସାପଟି ଯାଇ ଯୋତା ଭିତରେ ରହିଯାଇଥିଲା ।…

ଜାଗା ବିବାଦ ନେଇ ଆଶାକର୍ମୀଙ୍କୁ ମାଡ଼ ଅଭିଯୋଗ

ଢେଙ୍କାନାଳ: ଘର ଜାଗା ବିବାଦରୁ ନାରକୀୟକାଣ୍ଡ । ଜଣେ ମହିଳାଙ୍କୁ  ମାଡ଼ ମାରିବା ସହ ଜବରଦସ୍ତ ଟେକିନେଇ ଗୋବର ଗଦାରେ ପୋତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ମହିଳା ଜଣଙ୍କ ଜଣେ ଆଶା କର୍ମୀ ହୋଇଥିବା ବେଳେ ସେ ଠାକୁର ପାଳ ଗ୍ରାମର ମେନକା ସ୍ୱାଇଁ । ଆହତ ମେନକା ଏବେ ଢେଙ୍କାନାଳ ମୁଖ୍ୟ…

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା , ପୁଣି ବର୍ଷିବ

ଭୁବନେଶ୍ୱର: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଶୁକ୍ରବାର ଦିନ ସୁମାତ୍ରା ଦ୍ବୀପ…

ଯାତ୍ରୀଙ୍କୁ ମିଳିଲା ଆଶ୍ବସ୍ତି, ସମସ୍ତ ବର୍ଗର ବସ୍‌ ଭଡ଼ା ହ୍ରାସ କଲେ ସରକାର

ଭୁବନେଶ୍ୱର : କମିଲା ବସ୍‌ ଭଡ଼ା । ପୂର୍ବରୁ ତୈଳ ଦର ବୃଦ୍ଧି କାରଣରୁ ବସ୍‌ ଭଡ଼ା ବୃଦ୍ଧି ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ହ୍ରାସ କରିଛନ୍ତି ରାଜ୍ୟ ସରକାର । ସାଧାରଣ ବସ୍‌ କିମି ପ୍ରତି ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି । ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୯୬ ପଇସାରୁ ୯୧ ପଇସା ହୋଇଛି ।…

ନିର୍ବାଚନ ଆସିଲେ ବିରୋଧୀଙ୍କର ନାରୀ ସୁରକ୍ଷା କଥା ମନେପଡେ : ସସ୍ମିତ ପାତ୍ର

ଭୁବନେଶ୍ୱର: ମମିତା ମେହେର ହତ୍ୟା କାଣ୍ଡକୁ ନେଇ ରାଜ୍ୟରେ ରାଜନୀତି ଚାଲିଥିବା ବେଳେ। ଆଜି ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସମିଟ କରାଯାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସିଧାସଳଖ ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ…

ମମିତା ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: କଂଗ୍ରେସ

ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ଘଟଣା । ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ଚେଷ୍ଟା କରୁଛି ପୋଲିସ । ସମ୍ବାଦିକ ସମ୍ମିଳନୀରେ ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ଏପରିକି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ବିବାଦରେ…

DRDO ଗୁପ୍ତତଥ୍ୟ ଚୋରି ମାମଲାରେ ମୁମ୍ବାଇ ଲିଙ୍କ୍

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣା  ।  ଏବେ ମୁମ୍ବାଇ ଲିଙ୍କ୍ ସମାନକୁ ଆସିଛି । ୫ ଜଣ ଗିରଫ ହେବା ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଏହି ଘଟଣାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ…

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର: ଶଙ୍ଖ ଧରିଛନ୍ତି ପ୍ରଦୀପ ମାଝୀ । ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଧରାଶାୟୀ ବିରୋଧୀ, ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ପୂର୍ବତନ କଂଗ୍ରେସ ସାଂସଦ ଆଦି ବିଜେଡିରେ ଯୋଗ ଦେଇଛନ୍ତି । ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସିବା ସହ…