Latest Odisha News

BREAKING NEWS

Browsing Category

ସହର

City

ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସିଂହଦ୍ଵାର ଠାରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ…

ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC

ଭୁବନେଶ୍ୱର: ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ୍ କମିଶନର। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ବେଳେ ଏସଆରସି ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ଶୁଣାଣି ସମୟରେ…

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ ‘FFMA’

ଭୁବନେଶ୍ୱର: ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ । ଏମ ଏସ୍ ସ୍ୱାମୀ ନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହ ଯୋଗରେ ଓଡ଼ିଶା ସରକାର ଏହି ଆପ୍ ଲଞ୍ଚ୍ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଅପ୍ଲିକେସନ 'FFMA' ରଖାଯାଇଛି । କୃଷି ଭବନରେ ଏହି ଆପର ଲୋକାର୍ପଣ…

[ଭିଡ଼ିଓ] ବାଲିଯାତ୍ରା ଆୟୋଜନ କରିବାକୁ ଅନୁରୋଧ

କଟକ : କରୋନା ଯୋଗୁ ଫିକା ପଡିଛି ସମସ୍ତ ପର୍ବ ପର୍ବାଣୀ । ଦୁର୍ଗ। ପୂଜାରୁ ନେଇ ଲକ୍ଷ୍ମୀ ପୂଜା ଯାଏଁ ସବୁଠି କଟକଣା । ଏବେ ବାଲିଯାତ୍ରା ବନ୍ଦ କରାଯିବାକୁ ଶୁଣିବାକୁ ମିଳିଥିବା ବେଳେ ସରକାରଙ୍କୁ ଅନୁରୋଧ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗତବର୍ଷ ବାଲିଯାତ୍ରା ଆୟୋଜନ ସମ୍ପୁର୍ଣ୍ଣ…

ଡ୍ରାଇଭର ମହାସଂଘର ବିଶାଳ ରାଲି

ଭୁବନେଶ୍ବର: ଡ୍ରାଇଭର ମହାସଂଘର ବିଶାଳ ରାଲି । ବିଭିନ୍ନ ଦାବି ପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ରାଜଧାନୀରେ ଏକ ବିଶାଳ ରାଲି କରାଯାଇଛି । ନବୀନ ନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା ୧୦ ଦଫା ଦାବି  ନେଇ ରାଜରାସ୍ତାକୁ ଓହ୍ଲାଇଛି…

ମମିତାଙ୍କ ଘରେ ପହଁଞ୍ଚିଲେ ଜାତୀୟ ମହିଳା ମୋର୍ଚ୍ଚା ଟିମ୍

ନୂଆପଡ଼ା: ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି .ଶ୍ରୀନିବାସନ,ଶୀର୍ଷା ହରିୟାଣା ଲୋକସଭା ସାଂସଦ ସୁନିତା ଦୁଗଲ ,ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ରୂପା ମିତ୍ର ଚୌଧୁରୀ ଦୁଇ ଦିନିଆ…

[ଭିଡିଓ] ଶିବ ମନ୍ଦିରରେ ନାଗ

ବରଗଡ଼ : ଶିବ ମନ୍ଦିରରେ ନାଗ ସାପ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକରେ ସିଦ୍ଧେଶ୍ୱର ବାବା ଶିବ ମନ୍ଦିର ଭିତରେ ୩ ଫୁଟ ଲମ୍ବର ନାଗସାପ ପଶିିଥିବା ଦେଖାବାକୁ ମିଳିଛି । ଗତ କାଲି ପ୍ରାୟ ରାତି ୧୧ ଟା ପାଖାପାଖି ହେବ ମନ୍ଦିର ଭିତରେ ଏକ ନାଗ ସାପ ପଶିଯାଇଥିଲା । ସାପଟି ମନ୍ଦିର ବୃଷଭ ମୂର୍ତ୍ତିରେ…

ବିରଜା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି, ପରୀକ୍ଷା ବାତିଲ କରିବାକୁ ଦାବି

ଯାଜପୁର: ଯାଜପୁର ବିରଜା ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ନେଇ ଛାତ୍ରୀ ଅଶାନ୍ତି। ପରୀକ୍ଷାକୁ ବାତିଲ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ। କୋଭିଡ଼ ସମୟରେ କଲେଜ ପକ୍ଷରୁ ସଠିକ୍ଭାବେ ପାଠପଢ଼ା…

ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗ ପହଞ୍ଚିନଥିବାରୁ ଗାଁରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଗ୍ରାମରେ ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପରା ଗ୍ରାମର ସୋମନାଥ ସାହୁ। ସୂଚନା ଅନୁସାରେ, ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ…

ବନ ବିଭାଗର ଚଢ଼ାଉ: ଶାଳ ଓ ଗମ୍ଭାରୀ କାଠ ଜବତ, ୫ଗିରଫ

କେନ୍ଦୁଝର: କେନ୍ଦୁଝର ପାଟଣା ରେଞ୍ଜ ଖିରେଇଟାଙ୍ଗିରୀରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଶାଳ ଓ ଗମ୍ଭାରୀ କାଠ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ଖିରେଇଟାଙ୍ଗିରୀ ସେକ୍ସନ ନିକଟରେ କାଠ ଚିରା…