Latest Odisha News

BREAKING NEWS

Browsing Category

ସହର

City

ପୁଣି ଲଘୁଚାପ , ଫିକା ପଡିବ ପାର୍ବଣ

ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ । ଫିକା ପଡିବ ପାର୍ବଣ । ଏଥର ବର୍ଷାରେ ଭିଜିବ ପୁରା ଦଶହରା । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ।…

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ବିକ୍ଷୋଭ

ଯାଜପୁର: ଉତ୍ତରପ୍ରଦେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରିୟଙ୍କା ଲକ୍ଷ୍ମୀପୁର ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହାର ପ୍ରତିବାଦ କରି ଯାଜପୁର…

ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼ ପଜିଟିଭ୍

ଭୁବନେଶ୍ୱର:ଜଣାଶୁଣା ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼୍-୧୯ ପରୀକ୍ଷା କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଷସୀ କହିଛନ୍ତି, ଜ୍ୱର ହେବା ପରେ ସେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିଲେ। ମଙ୍ଗଳବାର ରିପୋର୍ଟ ପାଇବା ପରେ ସେ ପଜିଟିଭ ଥିବା ଜାଣିଥିଲେ। ଗତ…

ଯାଜପୁରରେ ଉଦ୍ଧାର ହେଲା ବିରଳ ମାଛ

ଯାଜପୁର : ନାଳରୁ ଉଦ୍ଧାର ହେଲା ବିରଳ ମାଛ । ଯାଜପୁର ବିଂଝାରପୁର ବରହମପୁର ନାଳରୁ ଏପରି ବିରଳ ମାଛ ଉଦ୍ଧାର କରାଯାଇଛି । ଏହି ମାଛର ଜିଭ ମଣିଷପରି ହୋଇଥିବା ଦେଖିବାକୁ ମିଳିଛି । ମାଛ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଏହି ମାଛକୁ କରେଣ୍ଟ ମାଛ କୁହାଯାଉଛି ।…

ପଚା ଅଣ୍ଡାରୁ କେକ୍‌, ଜବତ କଲା ସିଏମ୍‌ସି

କଟକ: ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ…

ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ଧାରଣା

ସୋନପୁର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରିଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ନ୍ୟାୟ ଦାବି କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ। ଏନେଇ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି…

ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ

ବାଲେଶ୍ୱର : ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ । ମହିଳା କ୍ରିକେଟ ଟିମ୍ ପାଇଁ ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ୫ ଜଣ ଛାତ୍ରୀ ମନୋନୀତ ହୋଇଛନ୍ତି । ଏହି ଟିମ୍ ରେ ପଦ୍ମୀନି ଟୁଡୁ ଓ ମାମିନା ନାୟକ ଶ୍ରେଷ୍ଠ ବୋଲର ଏବଂ ଫୁଲ ସୋରେନ ,ବାସନ୍ତି ହାଁସଦା…

ଆଜି ପବିତ୍ର ମହାଳୟା, ସନ୍ଧ୍ୟାରେ ଗଡ଼ିବ ମା’ ବିରଜାଙ୍କ ରଥ

ଯାଜପୁର: ଆଜି ପବିତ୍ର ମହାଳୟା। ପିତୃପକ୍ଷ ପିଣ୍ଡ ଦାନ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପବିତ୍ର ମହାଳୟାରେ ବିରଜା ମନ୍ଦିରସ୍ଥିତ ନାଭିଗୟାରେ ପିଣ୍ଡଦାନ…

ବେଲଗାମ୍ ଧଳା ଜହର କାରବାର

କଟକ: ଥମୁନି ଧଳାଜହର କାରବାର । କଟକରୁ ପୁଣି ଜବତ ହେଲା ଧଳାଜହର । ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା । …

ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। ଏହାକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ଏହି ପ୍ରୋଜେକ୍ଟକୁ ଆରମ୍ଭ କରାଯାଇଛି। ବଙ୍ଗେମୁଣ୍ଡାର ଗାୟତ୍ରୀ ମନ୍ଦିର…