Latest Odisha News

BREAKING NEWS

Browsing Category

କଟକ

Cuttack

କଟକ OMPରେ ବସ୍ତି ବାସିନ୍ଦାଙ୍କ ଥଇଥାନର ପ୍ରତିବାଦ, ଚାଉଳିଆଗଞ୍ଜ ବନ୍ଦ ଡାକରା

କଟକ: ଚାଉଳିଆଗଞ୍ଜ ଷଷ୍ଠ ବାଟାଲିୟନ ଅଫିସର କ୍ୱାର୍ଟର ଭଙ୍ଗା ହେବା ଘଟଣାର ପ୍ରତିବାଦ । ଚାଉଳିଆଗଞ୍ଜ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦିଆଯାଇଛି । ପ୍ରଶାସନ ପକ୍ଷରୁ କ୍ୱାର୍ଟର ଭାଙ୍ଗି ଛତ୍ରବଜାର, କେନାଲ ବସ୍ତିବାସୀଙ୍କୁ ଥଇଥାନ କରିବା ପଇଁ ନିଷ୍ପତ୍ତି ନିଆଯାଇଛି ।…

କାଲିଠାରୁ ୩ ମେଡିକାଲର ୫୫୦ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଷ୍ଟାଇପେଣ୍ଡ ବୃଦ୍ଧି ଦାବି

କଟକ : ଆସନ୍ତାକାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ । ଏହାସହ ରାଜ୍ୟର ୩ଟି ମେଡିକାଲ କଲେଜର ହାଉସ ସର୍ଜନ ଆରମ୍ଭ କରିବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଏସସିବି ମେଡିକାଲ କଲେଜ ସମେତ ସମ୍ବଲପୁର, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜର ୫୫୦ ହାଉସ୍ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନରେ…

କଟକରେ ନେତାଜୀ ବସ୍‌ ଟର୍ମିନାଲକୁ ଦେଶରେ ମଡେଲ ଟର୍ମିନାଲ ଭାବରେ ଗଢାଯିବ: ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କଟକରେ ତାଙ୍କ ନାଁରେ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତାପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ବଜାର…

ନେତାଜୀଙ୍କ ନାଁରେ କଟକରେ ବସ ଟର୍ମିନାଲ, ସୁଭାଷ ବୋଷଙ୍କ ଜୟନ୍ତୀରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୫ତମ ଜୟନ୍ତୀ । ଏହି ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଚଳଚଞ୍ଚଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାସହ ତାଙ୍କ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କ ନାଁରେ…

କୁଳମଣି ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

କଟକ: ମାହାଙ୍ଗାରେ ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଆଜି ଶ୍ରଦ୍ଧାଂଜଳି ସଭାରେ ଯୋଗ ଦେଇ ସେ କହିଛନ୍ତି । ସ୍ୱର୍ଗତ କୁଳମଣି ବରାଳ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍- SIT । ଗତ ଡିସେମ୍ବର ୧୬ ତାରିଖରେ SIT ଦେଇଥିବା ଷ୍ଟାଟସ ରିପୋର୍ଟ ଖୋଲାଗଲା । ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ…

ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

କଟକ: ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ଉନ୍ମତ୍ତକାଣ୍ଡ । ଘର ଆଗରେ ବୋମାମାଡ଼ କରି ପ୍ରଥମେ ଲୋକଙ୍କୁ ଭୟଭୀତ କଲେ । ତାପରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା । କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁରେ ଏଭଳି ଡକାୟତି…

‘ପୁରୀରେ ହାଜତ ମୃତ୍ୟୁ ନୁହେଁ’, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଉଲ୍ଲେଖ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି ରାଜ୍ୟ ସରକାର । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଧବଳେଶ୍ୱର

ଆଠଗଡ଼: ସମସ୍ତଙ୍କ ପାଇଁ ଖୋଲିଲା କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧା ଧବଳେଶ୍ଵର ପୀଠ । ଆଜିଠୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ଦୀର୍ଘ 9 ମାସ ପରେ ବାବା ଧବଳେଶ୍ୱରୁଙ୍କୁ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ମନ୍ଦିର ପରିସରରେ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା…

ସ୍କୁଲ ଫି’ ହ୍ରାସ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କଲେ ହାଇକୋର୍ଟ

କଟକ: ସ୍କୁଲ ଫି ହ୍ରାସ ମାମଲାରେ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏମଓୟୁକୁ ଗ୍ରହଣ କରିଛନ୍ତି । ଗତ ସେପ୍ଟେମ୍ବର ମାସ ୧୦ ତାରିଖରେ ରାଜ୍ୟ ସରକାରଙ୍କ ସହ ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଂଘ ଏମଓୟୁ…