Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେବୃଆରୀ ୨୭ରେ ନିର୍ବାଚନ; ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ, ଜାଣନ୍ତୁ କାହାର ସରିବ କାର୍ଯ୍ୟକାଳ?

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ୫୬ଟି ଆସନ ମଧ୍ୟରେ ଓଡିଶାର ତିନୋଟି ରହିଛି ସେହିପରି ଉତ୍ତରପ୍ରଦେଶର ସର୍ବାଧିକ ୧୦ଟି ଆସନ ଖାଲି…

ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଭୁବନେଶ୍ବର: ଟ୍ୱିନ୍ ସିଟିରେ ଆଜି ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ଆଜି ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ କାର୍ଯ୍ୟଭାର ହାତକୁ ନେଇଛନ୍ତି । ସେ ୧୦ତମ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଏହି ଅବସରରେ…

‘ପରୀକ୍ଷା ପେ’ ଚର୍ଚ୍ଚା’: ସୁବର୍ଣ୍ଣପୁରରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ରାଜ୍ୟପାଳ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଜିଲ୍ଲାର ହରଡଖୋଲ ସ୍ଥିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ହେଉଥିବା 'ପରୀକ୍ଷା ପେ'…

ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍, ୨ ମୃତ

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ଉଫୁଲା ନାରାୟଣୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟରେ ଏକ ବାଇକ୍ ପିଟିହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କମୀରା ଗାଁର ସମ୍ୱିତ ପ୍ରଧାନ (୨୧) ଏବଂ ବୁଠୀପଦର ଗାଁର ସିପକ ନାଗ (୧୮) ବୋଲି…

କଟକ ଦରଖାପଟଣା ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କଟକ: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଟକ ଦରଖାପଟଣାରେ । ଗତକାଲି ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରରୁ ମାଆଙ୍କର ବହୁ ମୁଲ୍ୟବାନ ସୁନା ରୁପା ଅଳଙ୍କାର ଚୋରି କରିନେଇଛନ୍ତି ଦୁର୍ବୃତ୍ତ…

ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ଫିଟିପାରିଲାନି ହତ୍ୟାକାଣ୍ଡର ଗୁମର

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୁରିଛି । ହେଲେ ନବ ଦାସଙ୍କୁ କାହିଁକି ଓ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି । ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ଝାରସୁଗୁଡ଼ା ଜିଲ୍ଲା ଦୌରା…

ଆଜି ଓଡିଶା ଆସିବେ ଖଡଗେ, ‘ଓଡ଼ିଶା ବଞ୍ଚାଅ ସମାବେଶ’ କୁ ସମ୍ବୋଧନ କରିବେ

ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ନେଇ ଗରମାଗରମ ହୋଇପଡିଛି ରାଜ୍ୟ ରାଜନୀତି । ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ । ଭୁବନେଶ୍ବରରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ କର୍ମୀଙ୍କୁ ମନ୍ତ୍ର ଦେବେ ଖଡଗେ । ଏହି ସାଧାରଣ ସଭାକୁ କଂଗ୍ରେସ ‘ଓଡ଼ିଶା ବଞ୍ଚାଅ ସମାବେଶ’…

ମୃତ୍ୟୁଯନ୍ତା ପାଲଟିଛି ଦ୍ୱାରଶୁଣି ଘାଟି: ଟ୍ରକ ଓଲଟି ଡ୍ରାଇଭର ମୃତ, ପିଆଜ ବୋହିନେଲେ ଲୋକ

ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । କିଛି ଦିନ ତଳେ ଏକ ଯାତ୍ରା ପାର୍ଟିର ଟ୍ରକ ଓଲଟି ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଆଜି ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି । ଯେଉଁଥିରେ ଟ୍ରକ ଚାଳକଙ୍କର ମୃତ୍ୟୁ ଘଟିଛି । ସୂଚନା…

BSKY ନବୀନ କାର୍ଡ; ଫେବ୍ରୁଆରୀ ୮ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି

ଭୁବନେଶ୍ୱର: BSKY ନବୀନ କାର୍ଡ ପଞ୍ଜୀକରଣ ଅବଧି ବୃଦ୍ଧି ପାଇଛି । ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଅନଲାଇନ୍ ପଞ୍ଜିକରଣ ବୃଦ୍ଧି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ…

ରାଷ୍ଟ୍ରୀୟ ସମ୍ମାନ ସହ ପଞ୍ଚଭୂତରେ ଲୀନ ହେଲେ ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ

ଯାଜପୁର: ପଞ୍ଚଭୂତରେ ଲୀନ ହେଲେ ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 102 ବର୍ଷ ହୋଇଥିଲା । ଶତାୟୁଙ୍କ ପାର୍ଥିବ ଶରୀର…