Latest Odisha News

BREAKING NEWS

Browsing Category

ଓଡିଶା

Odisha

କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ

ସମ୍ବଲପୁର:ବଡ଼ ସଫଳତା ମିଳିଛି ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ । ଟୋଲଗେଟ୍‌ ନିକଟରୁ ଏକ କଣ୍ଟେନରରୁ ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ । ସ୍ୱତନ୍ତ୍ର ସିକ୍ରେଟ୍‌ ଚାମ୍ବର ତିଆରି କରି ଗଞ୍ଜେଇ…

ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା

କଟକ: ଓଡ଼ିଶା ଉପକୂଳରେ କିଛି ଦିନ ତଳେ ବୁଡ଼ି ଯାଇଥିବା ବିଶାଳ ମାଲବାହୀ ଜାହାଜ 'ଏମଭି ଓସେନ୍ ୱିନର୍' ଘଟଣା ଏବେ ଏକ ନୂଆ ଆଇନଗତ ମୋଡ଼ ନେଇଛି। ଜାହାଜଟି ସମ୍ପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହେବା ଫଳରେ ସମ୍ପୃକ୍ତ କମ୍ପାନୀକୁ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି । ଏହି…

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ

ଭୁବନେଶ୍ୱର: ସରକାରୀ ତହବିଲରୁ ବିପୁଳ ଅର୍ଥ ହଡ଼ପ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଏକ ବଡ଼ ଧରଣର ସଫଳତା ହାସଲ କରିଛି । ସାଧାରଣ ଜନତାଙ୍କ ବିକାଶ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧ କୋଟି ୧୫ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଏକ ସରକାରୀ କାର୍ଯ୍ୟାଳୟର ଜଣେ କନିଷ୍ଠ…

ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ପବିତ୍ର ନାମ ତଥା ପରିଚୟଗୁଡ଼ିକୁ ବ୍ୟବସାୟିକ ଅପବ୍ୟବହାରରୁ ରକ୍ଷା କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଐତିହାସିକ ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଶ୍ରୀଜୀଉଙ୍କ ସହ ନିବିଡ଼…

ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ସାଇବର ଠକେଇ ନେଟୱାର୍କ ତଥା 'ମ୍ୟୁଲ୍ ଆକାଉଣ୍ଟ୍' ରାକେଟର ପର୍ଦ୍ଦାଫାଶ କରିଛି ସାଇବର ପୋଲିସ । ସାଇବର ଅପରାଧୀଙ୍କ ଠକେଇ ଟଙ୍କା କାରବାର ପାଇଁ ବେଆଇନ ବ୍ୟାଙ୍କ ଆକାଉଣ୍ଟ (ମ୍ୟୁଲ୍ ଆକାଉଣ୍ଟ) ଯୋଗାଉଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ…

ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ” ଆରମ୍ଭ;୧୬ଜିଲ୍ଲାର ୩୪…

ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟଠାରେ ଆଜି  ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ “ଉତ୍କଳା : ଶ୍ରୀ ଗଣେଶ”ର ଶୁଭାରମ୍ଭ ହୋଇଛି। ଏହି ପ୍ରଦର୍ଶନୀ ଚଳିତ ମାସ ୧୩ ତାରିଖ…

ନିଖୋଜ MKCG ଛାତ୍ର ସାଗର ସାହୁ ମୟୂରଭଞ୍ଜ ତିରିଂରୁ ଉଦ୍ଧାର

ବ୍ରହ୍ମପୁର: MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ MBBS ଛାତ୍ର ମୟୂରଭଞ୍ଜ ଜିଲ୍ଲା ତିରିଂରୁ ଉଦ୍ଧାର ହୋଇଛି। ଗତ ୩୧ ତାରିଖରୁ ସେ ନିଖୋଜ ଥିଲେ। ଏହାପରଠାରୁ ପରିବାର ଲୋକେ ଓ ମେଡିକାଲ କ୍ୟାମ୍ପସରେ ଚିନ୍ତାର କାରଣ ପାଲଟିଥିଲା। ଗତ ୩୧ ତାରିଖରୁ ସାଗରକୁ ଖୋଜିବାର ଜାରି ରଖିଥିଲା…

ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ୩ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ସରକାରୀ ଅର୍ଥ ଆତ୍ମସାତ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ। ୧୬ ଲକ୍ଷରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ କରିଥିଲେ। ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ପେନସନ୍ ଟଙ୍କା ହଡ଼ପ ଅଭିଯୋଗରେ ଭୋଗରାଇ ବ୍ଲକର ୩ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କୁ ଗିରଫ…

ଶିକ୍ଷକଙ୍କୁ ଲହୁଲୁହାଣ କଲା ଦୁର୍ବୃତ୍ତ: କାଠଫାଳିଆରେ ମୁଣ୍ଡକୁ କଲା ଆକ୍ରମଣ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ସହକାରୀ ଶିକ୍ଷକଙ୍କୁ ମାରଣାନ୍ତକ ଆକ୍ରମଣ। କାଠଫାଳିଆରେ ଆକ୍ରମଣରେ ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର। ଶିକ୍ଷକଙ୍କୁ ମାରି ଲହୁଲୁହାଣ କଲା। ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକ…

ଚଳିତ ଖରିଫ ଋତୁରେ ​ପଞ୍ଜୀକରଣରେ ଓଡ଼ିଶାର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଚଳିତ ଖରିଫ ଋତୁ (୨୦୨୬-୨୭) ପାଇଁ ଧାନ କିଣାରେ ରେକର୍ଡ ସୃଷ୍ଟି ହୋଇଛି। ୨୧.୪୨ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ହୋଇ ସାରିଥିବା ବେଳେ ଯେଉଁମାନେ ପଞ୍ଜୀକରଣ କରିନଥିଲେ, ସେମାନଙ୍କ ପାଇଁ କାଲି ରାତି ଯାଏଁ ଶେଷ ସୁଯୋଗ ଥିଲା। ହେଲେ ଆଉ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି…