Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ୧୦୮ ଦୀପଦାନ

ଯାଜପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ୧୦୮ ଦୀପଦାନ। ଆଜି ସକାଳୁ ଯାଜପୁର ଜିଲ୍ଲାର ଅନ୍ୟତମ  ପ୍ରସିଦ୍ଧ ଶୈବ ପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ…

କୁକୁଡ଼ା ଫାର୍ମରେ କୁକୁଡ଼ା ମାରି ଖାଉଥିବା ବେଳେ ଅଜଗର ଉଦ୍ଧାର 

ମୟୂରଭଞ୍ଜ : କପ୍ତିପଦା ବନ ବିଭାଗ ଅଧୀନସ୍ଥ ରାଢୋ ଗାଁରେ ୮ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି  । ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଫାର୍ମ ହାଉସରେ ବିଶାଳକାୟ ଅଜଗର ସାପ ପଶି ଫାର୍ମରେ ଥିବା କୁକୁଡ଼ାକୁ ଖାଉଥିଲା । ଫାର୍ମରେ ୩ ରୁ ଅଧିକ କୁକୁଡ଼ା ଖାଇଥିବା  ଜଣାପଡ଼ିଛି ।  ମାତ୍ର ଫାର୍ମ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ପାଇଁ ଯାଜପୁରରେ ସ୍ବତନ୍ତ୍ର ପ୍ରସ୍ତୁତି

ଯାଜପୁର : ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଜନ୍ମଦିନକୁ ମହାସମାରୋହରେ ପାଳନ କରିବା ପାଇଁ ଯାଜପୁରରେ ଚାଲିଛି ବ୍ୟାପକ ପ୍ରସ୍ତୁତି।ଯାଜପୁର ସହରସ୍ଥିତ ବାଳାଶ୍ରମ ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ଏହି ଭବ୍ୟ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୧୦୦ ଫୁଟର…

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ଏନେଇ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । ସାଧାରଣ ପ୍ରଶାସନ ଓ ସାଧାରଣ…

ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ

ଯାଜପୁର: ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଟ୍ରକ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।  ଭୁବନେଶ୍ଵର ସହିଦନଗର ଅଞ୍ଚଳରୁ ଏକ ପରିବାର ଯାଜପୁର ବିରଜା ଦର୍ଶନ ପାଇଁ ଯାଉଥିବା ବେଳେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥଲେ  । କାରର  ଡ୍ରାଇଭର ହ୍ୟାଣ୍ଡବ୍ରେକ ନ ପକାଇ ବାହାର କୁ…

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ଗିରଫ

କାମାକ୍ଷାନଗର : ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ…

ଶ୍ରୀକ୍ଷେତ୍ରର ମୁଖ୍ୟ ଜଳ ଉତ୍ସଥିବା ମୂଷାନଈ ଉପରେ ମାଫିଆଙ୍କ ନଜର !

ପୁରୀ: ରାହା ଖୋଜୁଛି ପୁରୀର ଐତିହ୍ୟ ସମ୍ପନ୍ନ ମୂଷାନଈ। ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଧୀରେଧୀରେ ସଙ୍କୁଚିତ ହୋଇ ପୋତି ହେବାକୁ ବସିଲାଣି ମୂଷାନଈ। ଅବଢ଼ା ଯୋଜନାରେ ସାମିଲ ଏହି ନଦୀର ଉନ୍ନତିକରଣ ଏବେ ଠପ୍ ହୋଇପଡ଼ିଛି। ଜମି ଅଧିଗ୍ରହଣ ସରୁନଥିବା ବେଳେ ମାଫିଆଙ୍କ କବଳରେ ଥିବା…

ଦୁଇବର୍ଷ ପରେ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନ ପାଇଁ ବାଜିଲା ବିଗୁଲ

ପାରାଦୀପ: ଦୁଇବର୍ଷ ପରେ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନର ବିଗୁଲ ବାଜିଛି। ଯାହାକୁ ନେଇ ବିଭିନ୍ନ ଟ୍ରେଡ଼ ୟୁନିୟନ ତରଫରୁ ଟ୍ରଷ୍ଟି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ନିର୍ଦ୍ଧାରିତ ସମୟ ଭିତରେ 6 ଗୋଟି…

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି କଲେ ବିରୋଧୀ

ଭୁବନେଶ୍ୱର: ଭଦ୍ରକ ଧାମନଗର ଉପ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ କମିଶନ ଡାକିଥିଲେ ଏହି ସର୍ବଦଳୀୟ ବୈଠକ। ନିର୍ବାଚନରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିରୋଧୀ ବିଜେପି ପୂର୍ବରୁ…