Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଶୀପୁରରେ ଝାଡବାନ୍ତି ଜନିତ ମୃତ୍ୟୁ: ବିରୋଧୀଙ୍କ ଅଭିଯୋଗ ପରେ ଜବାବ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାୟଗଡା କାଶୀପୁରରେ ହଇଜାରେ ୯ ନୁହେଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ବିରୋଧୀ ଏପରି ଅଭିଯୋଗ ଆଣି ବିଧାନସଭାରେ ରାଜ୍ୟ ସରକାର ମୃତ୍ୟୁ ରିପୋର୍ଟ ଲୁଚାଉଛନ୍ତି ବୋଲି କହିବା ପରେ ଜବାବ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଗତ ସପ୍ତାହରେ କାଶୀପୁର ଗସ୍ତ କରି ସ୍ୱାସ୍ଥ୍ୟମନ୍ତ୍ରୀ…

କାଶୀପୁରରେ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର? ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ । ଗତକାଲି ନିର୍ମାଣ ସୌଧନ ପ୍ରସଙ୍ଗ ବିରୋଧୀ ଉଠାଇଥିବା ବେଳେ ଆଜି ବିଜେପି ଓ କଂଗ୍ରେସ କାଶୀପୁର ପ୍ରସଙ୍ଗ ଉାଠାଇଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ…

କାଶୀପୁର ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ଦେଖାଇଛି: ମୋହନ ମାଝୀ

ଭୁବନେଶ୍ୱର: ରାୟଗଡ଼ା କାଶୀପୁରରେ ବ୍ୟାପିଥିବା ହଇଜା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଏଥିପାଇଁ ସରକାର ହିଁ ଦାୟୀ। ରାୟଗଡା କାଶୀପୁରରେ ବ୍ୟାପିଥିବା ଝାଡାବାନ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ଏପରି କିଛି କହି ବର୍ଷିଛନ୍ତି ବିରୋଧୀ ଦଳର ବିଧାୟକ ମୋହନ ମାଝୀ। କାଶୀପୁରରେ ୧୪ ଜଣଙ୍କର…

ଛୁଟିରେ ଗଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲ

ସମ୍ବଲପୁର :ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ନେଇ ଏବେ ଜୋରଦାର ଚର୍ଚା।  ବିବାଦୀୟ ନିଷ୍ପତ୍ତି ନେଇ କୋଣସେଠା ହୋଇପଡ଼ିଥିବା ପ୍ରଫେସର ମିତ୍ତଲ ଏବେ ଛୁଟିରେ ଯାଇଛନ୍ତି । କୁଳପତି ପ୍ରଫେସର ମିତ୍ତଲ ଛୁଟିରେ ଯିବା ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ ଭିତରେ ତ…

ନରସିଂହପୁର ଆଉ ଏକ ଗୁଳିବିଦ୍ଧ ହାତୀ

କଟକ:  ହାତୀ ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଚିଲାଣି । କିନ୍ତୁ ଶିକାରୀମାନଙ୍କ ଗୁଳି ହାତୀ ଦେହରୁ ଦିନକୁ ଦିନ ବାହାରିବାରେ ଲାଗିଛି । ଆଠଗଡ଼ ନରସିଂହପୁର ବନାଞ୍ଚଳରେ ପୁଣି ଏକ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଥିବା ସ୍ଥାନୀୟ ଅଂଚଳରେ ଚର୍ଚା ହେଉଛି । କେହି ଶିକାରୀ ହାତୀକୁ ଗୁଳି ମାରି…

ନୂଆପଡ଼ାରେ ବ୍ୟାପିଲା ଡାଇରିଆ : ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଗୁରୁତର

ନୂଆପଡ଼ା : କାଶୀପୁର ପରେ ନୂଆପଡ଼ାରେ ଡାଇରିଆ । କୋମନା ବ୍ଲକ ଜଟଗଡ଼ ଗାଁରେ ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଗୁରୁତର ଥିବା ନେଇ ସିଡିଏମ୍ଓ ସୂଚନା ଦେଇଛନ୍ତି । ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ରାଷ୍ଟ୍ରପତି ‘ଦ୍ରୌପଦୀ’ଙ୍କ ନାଁ ଶିକ୍ଷକ ଦେଇଥିଲେ, ମୂଳ ନାଁ କ’ଣ ଥିଲା ?

ଭୁବନେଶ୍ୱର: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ମୟୁରଭଞ୍ଜ ଉପରବେଡା ଗାଁରୁ ଯାଇ ଦେଶର ସର୍ବୋଚ୍ଚସ୍ଥାନରେ ବସିଥିବା ଦ୍ରୌପଦୀ ମୁର୍ମୁଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା…

ପୋଲାଭରମ ବୁଡି ଅଞ୍ଚଳ ବିବାଦରେ ଓଡିଶା ଜନଶୁଣାଣି କରିବାକୁ ମନା କରିଛି: ଟୁଡୁ

ନୂଆଦିଲ୍ଲୀ:  ମହାନଦୀ ଓ ବଂଶଧାରାର ଜଳକୁ ନେଇ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ବିବାଦ ରହିଛି । ଏହି ଦୁଇ ନଦୀର ଜଳ ବିବାଦ ନେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ  ବିଶ୍ୱେଶ୍ୱର ଟୁଡୁ ଏକ ପ୍ରଶ୍ନର ଉତ୍ତର କହିଛନ୍ତି ଯେ  ମହାନଦୀ  ଜଳ  ନେଇ ପଡୋଶୀ  ଛତିଶଗଡ଼ ସହିତ ଓଡିଶାର ଯେଉଁ…

ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

ଭୁବନେଶ୍ବର: କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ  ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଛାଡ କରାଯାଇଛି । ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ କରିଥିଲେ ରାଜ୍ୟ ସରକାର । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ…

ଜମି ପାଇଁ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ବିଷ ପିଇଲେ ଭିନ୍ନକ୍ଷମ

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ । ଜଣେ ଭିନ୍ନକ୍ଷମ ସେଠାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଭିନ୍ନକ୍ଷମ ଜଣଙ୍କ ଜେ. ବାଳକୃଷ୍ଣ ଦୋରା ତାଙ୍କ ଘର ଦିଗପହଣ୍ଡି ବ୍ଲକ ପତାଣ୍ଡ ଗାଁ…