Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରୁ କରୋନା ନେଲା ରେକର୍ଡ ୬୮ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । କିନ୍ତୁ ବଢୁଛି ମୃତ୍ୟୁସଂଖ୍ୟା । ଆଉ ୬୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭…

ନିଆଁରେ ପୋଡ଼ି ହୋଇ ସହକାରୀ ବନ ସଂରକ୍ଷକ ଗୁରୁତର

ପାରଳାଖେମୁଣ୍ଡି: ନିଆଁରେ ପୋଡ଼ି ହୋଇଗଲେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ । ସରକାରୀ ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ନାଁ ସୌମ୍ୟରଞ୍ଜନ ମହାପାତ୍ର । ଗୁରୁତର ଅବସ୍ଥାରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ୍ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ…

ପୁରୀ ସହରରୁ ଆଗୁଆ ହଟିଲା କର୍ଫ୍ୟୁ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଳବତ୍ତର

ପୁରୀ: ରଥଯାତ୍ରା ପାଇଁ ପୁରୀ ସହରରେ ଲାଗିଥିବା ୪୮ ଘଣ୍ଟିଆ କର୍ଫ୍ୟୁ ଆଗୁଆ ପ୍ରତ୍ୟାହାର ହୋଇଛି । ଆଜି ରାତି ୮ଟା ଯାଏ ପ୍ରଶାସନ କର୍ଫ୍ୟୁ ଜାରି କରିଥିଲା । ପୁରୀ ସହରରି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲେ ବି ଗୁଣ୍ଡିଚା ମନ୍ଦିର ସନ୍ନିକଟ ଅଞ୍ଚଳରେ କିନ୍ତୁ କଟକଣା ବଳବତ୍ତର ରହିବ ।…

ଦ୍ୱିତୀୟ ଦିନରେ ରାଜ୍ୟରେ ୨ ହଜାର ତଳେ ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାରରୁ କମ୍ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୯୩୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧ଶହ ୧୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୧୩ ।…

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବ ଦିନାତ୍ମକ ଯାତ୍ରାରେ ବଡ଼ଦେଉଳ ଛାଡ଼ି ଜନ୍ମବେଦୀ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଛି ତିନି ରଥ । ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କର ରଥ ଉପରେ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟାରେ ପହଣ୍ଡିରେ…

୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ମାଲକାନଗିରି ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ ସଫଳତା । ସୁନା ଅଳଙ୍କାର ଓ ଦେଢ଼ ଲକ୍ଷ ଟଙ୍କା ଚୋରି ଘଟଣାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଜବତ ହୋଇଛି ଚୋରି ହୋଇଥିବା ମୂଲ୍ୟବାନ ସୁନା ରୁପା ଅଳଙ୍କାର ସହ ନଗଦ ୧୭ ହଜାର ଟଙ୍କା । ସୂଚନା ଅନୁସାରେ,…

ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍ କଟକଣା ଭିତରେ ଦେଶବ୍ୟାପୀ ନିଟ୍ ପରୀକ୍ଷା ହେବ । ଏଥିପାଇଁ ଏନଟିଏ ୱେବସାଇଟରେ ଆସନ୍ତାକାଲି ଠାରୁ…

ନୂଆ ରୂପ ନେବ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣୀଙ୍କ ପୀଠ

ଭଦ୍ରକ : ନୂଆ ରୂପ ନେବ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ତଥା ଶୈବକ୍ଷେତ୍ର ବାବା ଆଖଣ୍ଡଳମଣୀଙ୍କ ପୀଠ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬ କୋଟି ଟଙ୍କା । ବିଶେଷକରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମନ୍ଦିର ବେଢ଼ାର ସୌନ୍ଦର୍ଯ୍ୟକରଣ କରାଯିବ । ଏହାସହ ଦର୍ଶନ ପାଇଁ…

ବାଲେଶ୍ବର ଚାନ୍ଦିପୁରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ

ବାଲେଶ୍ବର : ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ । ଉତ୍‌କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ଚାଲିଛି ସମୀକ୍ଷା । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଛି ସୁପରସୋନିକ୍‌ କ୍ରୁଜ୍‌…

ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ, ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ

କେନ୍ଦୁଝର : ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଗୋଠଛଡା ଦନ୍ତାହାତୀର ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ହାତୀପଲ କେତେବେଳେ ଘରଦ୍ବାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡି ଦେଉଛନ୍ତି । ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି । ତେବେ ଗତକାଲି…