Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ନଗଡାରେ ଚାଂଚଲ୍ୟ ଖେଳାଇଲା ବାଲ୍ୟ ବିବାହ

ଯାଜପୁର: ଆଜିର ସମୟରେ ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ତଥାପି ବାଲ୍ୟ ବିବାହ ଭଳି କୁପ୍ରଥାରୁ ମୁକୁଳିପାରିନି ଆମ ସମାଜ । ଏଥିପାଇଁ ସରକାର ବହୁ ପ୍ରକାର ସଚେତନ କରିଥିଲେ ବି ଲୋକେ କିନ୍ତୁ ସୁଧୁରିବାକୁ ନାଁ ଧରୁନାହାଁନ୍ତି । ଅନ୍ୟ କେଉଁଠି ନୁହେଁ ଯାଜପୁର ସୁକିନ୍ଦା ବ୍ଲକର ଅପହଂଚ ଇଲାକା…

ମଧୁବାବୁ ପେନସନ ଯୋଜନାରେ ଯୋଡ଼ି ହେଲା ନୂଆ ସେକ୍ସନ MBPY-Covid

ଭୁବନେଶ୍ୱର: କରୋନାରେ ବାପା-ମାଆଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ଓଡ଼ିଶା ସରକାର ମାସିକ ଆର୍ଥିକ ସହାୟତା ପ୍ରଦାନ କରିବେ । ସେହିପରି କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ବି ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର । ରଥଖଳା ଚଳଚଞ୍ଚଳ । ଏହାରି ଭିତରେ ଆଜି ପୁରୀରେ ତିନି ରଥ ପାଇଁ ଆବଶ୍ୟକ ଦଉଡ଼ି ପହଞ୍ଚିଛି । ରାଜ୍ୟ କତା ନିଗମରୁ ୨୦ଟି ଦଉଡ଼ି ଆସିଛି । ୩ ଟି ରଥର ୧୪ଟି ଦଉଡି ଓ ୬ଟି କର୍ଡନ ଦଉଡି ପୁରୀରେ ପହଞ୍ଚିଛି । ସେପଟେ…

ଭୁବନେଶ୍ୱରରେ ମହିଳାଙ୍କ ତଣ୍ଟି କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କ ତଣ୍ଟିକୁ କାଟି ଲୁଟ୍ ଉଦ୍ୟମ କରିଥିବା ଦୁର୍ବୃତ୍ତ ଗିରଫ । ଆକ୍ରମଣକାରୀକୁ ଗିରଫ କରିଛି ସ୍ପେଶାଲ୍ ସ୍କାଡ୍ । କାହିଁକି ସେ ମହିଳାଙ୍କୁ ଆକ୍ରମଣ କରିଥିଲା ସେନେଇ ତାକୁ ପଚଚରାଉଚରା କରାଯାଉଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ…

ଓଡ଼ିଶାରେ ବାତିଲ ହୋଇପାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ? କେମିତି ହେବ ମୂଲ୍ୟାୟନ

ଭୁବନେଶ୍ୱର: ସିବିଏସଇ ଓ ଆଇଏସସି ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି । ଓଡ଼ିଶାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ? ବାତିଲ କରିବେ କି ସରକାର ? ଦ୍ୱନ୍ଦ୍ୱରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ଆଜି ନିଷ୍ପତ୍ତି ଶୁଣାଇ ପାରନ୍ତି ସରକାର । ଏନେଇ…

ଓଡ଼ିଶାର ଏହି ଜେଲରେ ୭୫ ଅନ୍ତେବାସୀ କରୋନା ପଜିଟିଭ୍

ରାୟଗଡ଼ା: ଜେଲରେ ବ୍ୟାପୁଚି କରୋନା । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ TDCCର ଜିଲ୍ଲା ପରିଚାଳକ, କାରରୁ ୧୯ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା ବା TDCCର ଜିଲ୍ଲା ପରିଚାଳକ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଇସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଜୟପ୍ରକାଶଙ୍କ କାରରୁ…

କରୋନା ସେକେଣ୍ଡ ଓ୍ୱେଭରେ ଓଡ଼ିଶାରୁ ୨୨ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଛି । ଏହି ସମୟରେ ଅଧିକ ଡାକ୍ତର ବି ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ୫୯୪ ଡାକ୍ତରଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ମୃତକଙ୍କ ଭିତରେ ଓଡ଼ିଶାରୁ ୨୨ ଜଣ ଡାକ୍ତର ଅଛନ୍ତି । ଇଣ୍ଡିଆନ୍ ମେଡିକାଲ୍…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ରାଜ୍ୟରୁ ରେକର୍ଡ ୪୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବୋଲ ମାନୁନି କରୋନା ମୃତ୍ୟୁସଂଖ୍ୟା । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୦ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୪ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ଟି ଜିଲ୍ଲା ଅନୁଗୋଳ, କଟକ,…

ଆଜି ଓଡ଼ିଶାରୁ ୮୩୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରେ ହଜାରେ ତଳକୁ ଖସୁନି

ଭୁବନେଶ୍ୱର: ଓଡ଼ିଶାରେ ସ୍ଥିର ରହିଛି କରୋନା ସଂକ୍ରମଣ । ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୩୯୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୭୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୬୫୮ ।…