Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାଜପୁରରୁ ହାତୀ ଦାନ୍ତ ଜବତ, ତିନି ଗିରଫ

ଯାଜପୁର: ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍‌) ଆଜି କବାଟବନ୍ଧ ଛକନିକଟ ବ୍ରାହ୍ମଣୀ ବ୍ରିଜ ନିକଟରେ ଚଢଉ କରି ତିନିଟି ହାତୀ ଦାନ୍ତ ଜବତ କରିଛି । ଏଥି ସହ ତିନି ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ କେନ୍ଦୁଝର ଭଗବାନପୁରର ପୀତବାସ ବାରିକ, ବଡ଼ବିଲର ଆନନ୍ଦ ମହାକୁଡ଼ ଓ ଯାଜପୁର କଣ୍ଟାବନ୍ଧର…

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । Central Govt should immediately withdraw the…

ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡର ବେସରକାରୀ ସଦସ୍ୟ ମନୋନୀତ

ଭୁବନେଶ୍ୱର: ରାଜ୍ୟ ସରକାର ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡ ପାଇଁ ବେସରକାରୀ ସଦସ୍ୟଙ୍କୁ ମନୋନୀତ କରିଛନ୍ତି । ଓଡିଶା ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡ ୧୯୫୫ (୧୯୫୬ ଓଡିଶା ଅଧିନିୟମ ୮)ର ଆଇନ (୧) ଓ (୨) ଅନୁଯାୟୀ ଏହି ସଦସ୍ୟମାନଙ୍କୁ ମନୋନୀତ କରାଯାଇଛି । ମନୋନୀତ ହୋଇଥିବା ସଦସ୍ୟମାନେ…

ଗାଁ କଥା: ଯୌଥ ପରିବାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ଜ୍ୟେଷ୍ଠ ମାସର ଖରା । ସୂର୍ଯ୍ୟ ମୁଣ୍ଡ ଉପରେ । କାଉ କୋଇଲି ବି ବାହାରକୁ ବାହାରୁନାହାନ୍ତି । ଏମିତି ସମୟରେ ବୈଦ୍ୟନାଥ ବାବୁଙ୍କ ବାରଣ୍ଡାରେ ମୁଣ୍ଡରୁ ପସରାଟା ଓହ୍ଲାଇ ଥୋଉ ଥୋଉ ଫାଁ ଗାଳି ପଡ଼ିଗଲା ଦୀନବନ୍ଧୁ । ସାଙ୍ଗରେ ଦଶ ବର୍ଷର…

ଯୁଗଶ୍ରୀ ଯୁଗନାରୀ ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର : ବାଲେଶ୍ୱରର ଚୂନଭାଟି ସ୍ଥିତ ତଳସାହିରେ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶିଶୁରୋଗ ବିଶେଷଜ୍ଞ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ…

ଧଉଳି ଛକରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଧଳା ଜହର ବ୍ୟବସାୟ । ଆଜି ଧଉଳି ଛକ ନିକଟରୁ ଅବକାରୀ ବିଭାଗର ଅଧିକାରୀମାନେ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏଥି ସହ ଏକ ସ୍କୁଟି ଜବତ ରଖିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ ହୁଏ ସରସ୍ୱତୀ ପୂଜା

ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ସରସ୍ୱତୀ ପୂଜା ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ…

ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ତାତିଲେ ଚାଷୀ । ରାସ୍ତାରେ ଧାନ ଢ଼ାଳି ପ୍ରତିବାଦ କରିଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ…

ପୁଣି ରିମାଣ୍ଡରେ ପାଠକ ବାପା-ପୁଅ

ବ୍ରହ୍ମପୁର: ପୁଣି ପୋଲିସ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସେମାନଙ୍କୁ ନେଇଛି ପୋଲିସ । ୩ଟି ଠକେଇ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ । ଦୁଇ…

୫୩ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ଯିବ ‘କାଳିଆ’ ସହାୟତା ରାଶି

ଭୁବନେଶ୍ୱର:ଆଜି ଚାଷୀଙ୍କ ଆକାଉଣ୍ଟରେ ମିଳିବ କାଳିଆ ଯୋଜନାର କିସ୍ତି । ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ଡିବିଟି ଜରିଆରେ ବାଣ୍ଟିବେ ସରକାର । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ…