Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ରାଏବଗା ପଞ୍ଚାୟତର ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଦେବାଶିଷ ଘୋଷ ଗତ ଜୁନ୍ ୧୫ରେ ବୀରମିତ୍ରପୁର ଗୋଷ୍ଠୀ…

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଗଞ୍ଜାମ ପୌରାଞ୍ଚଳର ଏହି ୪ ୱାର୍ଡ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ ସଙ୍ଗିନ ହେଉଛି କରୋନା ସ୍ଥିତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ପୌର ଅଞ୍ଚଳର ୪ଟି ୱାର୍ଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଳା ପ୍ରଶାସନ। ଏହି ଅଞ୍ଚଳରୁ ଦୁଇଜଣ କରୋନା ପଜେଟିଭ ପରେ ପ୍ରଶାସନ ତରଫରୁ ଏହି ଘୋଷଣା କରଯାଇଛି । ପୌରାଞ୍ଚଳର…

ରାଜ୍ୟରେ ୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରେ ୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୪୨ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

କନ୍ଧମାଳରେ ଏନକାଉଣ୍ଟର; ମାଓବାଦୀ ମୃତ

ଫୁଲବାଣୀ: ଗତ ଦୁଇ ଦିନ ତଳେ ଚାରିଜଣ ମାଓବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିବା ପରେ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ସିର୍ଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଅନ୍ୟ ଏକ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଉକ୍ତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ…

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି । ପାଣିପାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜୁଲାଇ ୮ତାରିଖ ଓ ୯…

ସ୍ୟାଣ୍ଡ ଆନିମେସନରେ ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ ଅବସରରେ ସ୍ୟାଣ୍ଡ ଆନିମେସନ୍ । ଏଭଳି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଧୋନିଙ୍କ ଉଦ୍ଦେଶ୍ୟରେ ଏକ ସ୍ୟାଣ୍ଡ ଆନିମେସନ୍ କରିଛନ୍ତି । ଯେଉଁଥିରେ ଲେଖାଅଛି ହାପି ବର୍ଥ…

ଦୋକାନୀଙ୍କ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ: କରୋନା କଟକଣା ଭାଙ୍ଗିଲେ ଗଣିବେ ତଣ୍ଡ

ଗଞ୍ଜାମ: କରୋନା ମୁକାବିଲା ପାଇଁ ଦିନକୁ ଦିନ ନୂଆ କଟକଣା ମାନ ଲାଗୁ କରୁଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ ଅନୁଯାୟୀ, ଏଥର କରୋନା ନିୟମ ଭାଙ୍ଗିଲେ ଦୋକାନୀ ମାନେ ଗଣିବେ ତଣ୍ଡ। ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ ଅନୁଯାୟୀ, କୋରୋନା ନିୟମ ଭାଙ୍ଗିଲେ ତଣ୍ଡ ଗଣିବେ…

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ

ଦେବଗଡ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ଼ ମୁନସିପାଲିଟିର ନିର୍ବାହୀ ଅଧିକାରୀ କୁଞ୍ଜ ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଉପରେ ହୋଇଛି ଭିଜିଲାନ୍ସ ଚଢାଉ। ସୂଚନାନୁସାରେ, ଭିଜିଲାନ୍ସର ୪ ଟି ଟିମ ଏକ ସମୟରେ ୪ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ନିର୍ବାହୀ…

ଜୁଲାଇ ୩୧ ଯାଏ ରାଉରକେଲା ମ୍ୟୁନିସିପାଲିଟି ଅଫିସ ଆସିବାକୁ ଲୋକଙ୍କୁ ମନା

ରାଉରକେଲା: ଲୋକଙ୍କ ପାଇଁ ରାଉରକେଲା ମ୍ୟୁନିସିପାଲିଟି ଅଫିସ ବନ୍ଦ । ଆସନ୍ତା ୩୧ ତାରିଖ ଯାଏଁ ମହାନଗର ନିଗମ କାର୍ଯ୍ୟାଳୟକୁ ନଆସିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଆରଏମସି କର୍ତ୍ତୃପକ୍ଷ । ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ…

ମହଙ୍ଗା ପଡିଲା ମାଇଁ ପ୍ରେମ: ମାମୁଁ ଠେଙ୍ଗା ମାଡ଼ରେ ଭଣଜା ମୃତ

ବେଲଗୁଣ୍ଠା: ମାମୁଁର ଠେଙ୍ଗା ମାଡ଼ରେ ପ୍ରାଣ ହରାଇଛି ଭଣଜା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲକୁଣ୍ଠା ଅଞ୍ଚଳରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଉଭୟ ମାମୁଁ ଓ ଭଣଜା ମଧ୍ୟରେ କିଛି ଦିନ ଧରି ଘରୋଇ କଳହ ଲାଗିରହିଥିଲା ।ମୃତ କୃତିବାସ ନିଜ ମାମୁଁ ଗୋପାଳର ଘରେ ୭/୮ ବର୍ଷ…