Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ନୟାଗଡ, ଢେଙ୍କାନାଳ, ଦେବଗଡ, ରାୟଗଡା, କୋରାପୁଟ, ଗଜପତି,…

ସୁନ୍ଦରଗଡରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୫…

ଜଣେ ରେଲୱେ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

କନ୍ଧମାଳରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ଫରେଷ୍ଟର ଲଦପଦର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏସଓଜି ଓ ପୋଲିସର ମିଳିତ ଉଦ୍ୟମରେ ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଅଞ୍ଚଳରେ ମାଓବାଦୀ ଥିବା ନେଇ ଯବାନଙ୍କ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା ।…

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯୁବପିଢ଼ିଙ୍କ ନିଆରା ଅଭିଯାନ ‘ଘରେ ଘରେ ଜଗନ୍ନାଥ’

କଟକ: ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ଏକ ନିଆରା ଜିନିଷ। କିଛି ଯୁବପିଢି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଘର କାନ୍ଥ ମାନଙ୍କରେ ମହାପ୍ରଭୁଙ୍କ ଚିତ୍ର ଅଙ୍କନ କରି ଆରମ୍ଭ କରିଛନ୍ତି ଘରେ ଘରେ ଜଗନ୍ନାଥ ଅଭିଯାନ। ଓଡିଶାର ସମସ୍ତ ସ୍ଥାନରେ ରଥଯାତ୍ରା ବନ୍ଦ ପରେ ଭକ୍ତ…

ମାଲକାନଗିରିରେ କୁମ୍ଭୀରକୁ ମାରିଦେଲେ ଗ୍ରାମବାସୀ; ଭିଡିଓ ଭାଇରାଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛି ଗ୍ରାମବାସୀ ଏକ କୁମ୍ଭୀରକୁ ହତ୍ୟା କରିଥିବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ପଡିଆ ଥାନା ଅନ୍ତର୍ଗତ କାଲଦାପଲ୍ଲୀ ଗାଁର କିଛି ଯୁବକ ମଙ୍ଗଳବାର ନିଜ ଗ୍ରାମ ନିକଟ ଏକ ନଦୀରୁ ୧୦ ଫୁଟ ଲମ୍ବା କୁମ୍ଭୀର ଧରିଥିଲେ। ପରେ ଏକ ଦଉଡିରେ ତା’ର ପାଟି…

ଗଞ୍ଜାମରେ ଜୁଲାଇ ୩୧ ଯାଏଁ ଯାନବାହାନ ଚଳାଚଳ ବନ୍ଦ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ ଉଦବେଗ ହେଉଛି କରୋନା ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି ।ବଢୁଥିବା ସଂକ୍ରମଣ ସହ ଜିଲ୍ଲାରେ କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ଜୁଲାଇ ଯାଏଁ ସବୁ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିବ…

ଭିଜିଲାନ୍ସ ଜାଲରେ ଫସିଲେ ବରଗଡ ଅବକାରୀ ଅଧିକ୍ଷକ

ବରଗଡ: ବରଗଡ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାରଗିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନାନୁସାରେ, ଦୁର୍ନୀତି ନିବାରଣ ୱିଙ୍ଗର ଏକ ଦଳ ବରଗଡରେ ଥିବା ତାଙ୍କ ବାସଭବନରେ ଚଢାଉ କରିଥିଲେ । ଉକ୍ତ ଅଧିକାରୀଙ୍କ…

କରୋନା ଆତଙ୍କ: ଲୋକସେବା ଭବନ ସହ ୩ ସରକାରୀ ଅଫିସକୁ ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗ ସ୍ତରକୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଗୁରୁବାର ଦିନ ଲୋକ ସେବା ଭବନ ସମେତ ଚାରିଟି ପ୍ରମୁଖ ପ୍ରଶାସନିକ କାର୍ଯ୍ୟାଳୟ ପରିସରକୁ ଜୁଲାଇ ୩୧ ପର୍ଯ୍ୟନ୍ତ ପ୍ରବେଶ ଉପରେ…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଏହି…