Latest Odisha News

BREAKING NEWS

Browsing Category

ସାହିତ୍ୟ

ଏବେବି ଖୋଜୁଛି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ......  କୈଶୋରର ଚାପଳତା , ଯୌବନର କର୍ମମୟ ବ୍ୟସ୍ତଜୀବନ ଜଞ୍ଜାଳ ଭିତରେ ଗତି କରି ଷାଠିଏ ପରର ପରିଣତ ବୟସରେ ପହଞ୍ଚି ଆଜି ଯେବେ ମୁଁ ଅତୀତକୁ ରୋମନ୍ଥନ କରେ ବିବିଧ ଅନୁଭୂତି, ଅଭିଜ୍ଞତା ତଥା ଉପଲବ୍ଧି ପୃଷ୍ଟ ମନ କେତେବେଳେ ପ୍ରାପ୍ତିର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୭ ହାତୀ, ଘୋଡା, ଶୁଆ ଶାରୀ, ବରବୋହୂ, ଯୋଡି ନାଗରା ଇତ୍ୟାଦି ଗଢିବା ଜାରି ରହେ। ଦିନକୁ ଦିନ ହାତ ଭଲ ପାରେ, ସଳଖି ଯାଉଥାଏ। କାଦୁଅ ବଲବଲ ହାତରେ ଅଧାଗଢା କଣ୍ଢେଇ ପାଖରେ ମୁଁ ରହିଯାଏ ଟିକିଏ।  ପେଟରେ କଷ୍ଟ ଅନୁଭବ…

କବିତା : ମାଆଙ୍କ କ୍ଷୋଭ

ଆରତୀ ପଟ୍ଟଯୋଷୀ  ବିରଷ ବଦନେ ମାତା କାତ୍ୟାୟନୀ ବସିଥିଲେ କୈଳାସରେ, ପଚାରିଲେ ଶିବ ଆଗୋ ପ୍ରାଣପ୍ରିୟା କି ହୋଇଛି କହ ବାରେ। କାହିଁକି ଶୁଖିଛି ତୁମ ଚନ୍ଦ୍ର ମୁଖ କିସ ଅଭାବ ରହିଲା, ମନଖୋଲି କୁହ ମୁଁ, ଯେ ଦେବଦେବ କିଏ ଅବା କି କହିଲା। ସ୍ବାମୀ ମୁଖୁ ଶୁଣି ଶ୍ରୀମଧୁର ବାଣୀ…

ଅନୁବାଦ କବିତା : କିଏ କାନ୍ଦେ ଦୂରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ  ଶରୀର ଉପରେ ପହରା ଉଡ଼ି ଯାଉଛି ମନ ସାଥି କେବଳ ନିର୍ଜନତା ହଜିଗଲେ କାହାର ସ୍ୱଜନ କ୍ରନ୍ଦନତ ସର୍ବଦା କରୁଣ। ଉତ୍ସବ ମାନୁ ଆମ ଜନ୍ମଦିନରେ ମରଣ ଦିନ କାହିଁକି କରୁନା ପାଳନ ଅନ୍ତିମ ଯାତ୍ରାର ଅବସରେ ହୁଏତ ଏହା କୁଲକ୍ଷଣ। ଅନ୍ତର…

ପରପାରିରେ କବୀ ପ୍ରମିଳା ଶତପଥୀ

ବାଲେଶ୍ୱର : ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟର ଯଶସ୍ବୀ ପ୍ରତିଭା , ୨୯ ଖଣ୍ଡ କବିତା ସଙ୍କଳନର ସ୍ରଷ୍ଟା କବୀ ପ୍ରମିଳା ଶତପଥୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । କିଛିଦିନ ପୂର୍ବେ ସେ କରୋନାରେ ସଂକ୍ରମିତ ହୋଇଥି ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୬ ଶାଳବଣର ରାଣୀ ଥିଲା ମୁଗୁନି। ନିଜ ଇଚ୍ଛାରେ ବାହାହେଇଚି ସନିଆକୁ। କୋଉ ଅମଳରୁ ଚଉଦପୁରୁଷ କରିଆସୁଛନ୍ତି ବାଉଁଶକାମ ସେମାନେ । ଦୁହେଁ ଅଳ୍ପ ପାଠ ପଢିଛନ୍ତି। ପେଟ ପୋଷିବାକୁ ପାଠ ଠାରୁ କାମକୁ ଗୁରୁତ୍ବ ଦିଅନ୍ତି ଘରେ।…

କବିତା : ଦେବୀ

ମାନସ ରଞ୍ଜନ ମହାପାତ୍ର  କେବେ ସରିଯିବ ଏ ରହସ୍ୟର ଦିନସବୁ,କେବେ ? କେଉଁ ଅଜଣା ଶତାବ୍ଦୀରେ ଆମେସବୁ ଗପୁଥିବୁ ଅଧରାତି ଯାଏଁ ଖଟିରେ କେବେ ମୋର ଅଲିଅଳି ଝିଅ ଉଡି ବୁଲିବ ଚଢେଇଟେ ହେଇ ଆକାଶରେ ଜାଣ, ଏବେ ସବୁଆଡେ ବନ୍ଦ ବନ୍ଦ ଆକାଶ,ପବନ,ଅଗ୍ନି ଜଳମଗ୍ନ ପୃଥିବୀ, ନିରବ ସବୁ ହୃଦୟ…

ମୋ ପିଲାଦିନ ଆଉ କଟକ ଦଶହରା

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ....... ହଜାରେ ବର୍ଷ ର ଏ କଟକ ସହର । ଉତ୍ତର ଦିଗରେ ମହାନଦୀ ଆଉ ଦକ୍ଷିଣ ଦିଗରେ କାଠଯୋଡି ର ମଧ୍ୟ ଭାଗ ରେ ଗଢି ଉଠିଥିବା ଏହି ସହରଟି ବାଉନବଜାର ଆଉ ତେପନ ଗଳି ରେ ଛନ୍ଦା ଛନ୍ଦି ହୋଇଛି । ହିନ୍ଦୁ ମୁସଲିମ୍ ଶିଖ୍ ଖ୍ରୀଷ୍ଟିଆନ୍ ସମସ୍ତଙ୍କୁ ଭାଇଚାରା ରେ…

ବ୍ୟଙ୍ଗ : ପ୍ରକାଶନ ବିସମ୍ବାଦ

ଭାଇ ନମସ୍କାର । ଭଲ ଅଛନ୍ତି ? ଆପଣ ଅମୁକ ପତ୍ରିକା କିଣିଲେଣି ? ବଢିଆ ହୋଇଛି କୁଆଡେ । — ନା କିଣିନି । — ଗୋଟେ କପି କିଣିବେ ନିଶ୍ଚୟ । — ଆଚ୍ଛା ହଉ…। — କଥା କଣ କି ଭାଇ ମୋର ଗୋଟେ ଲେଖା ବାହାରିଛି ସେଥିରେ । ଆପଣ ପଠେଇ ନଥିଲେ କଣ ? କେଉଁ କେଉଁ ପତ୍ରିକାକୁ ଆପଣ ଲେଖା ଦେଇଥିଲେ ?…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୫ ମାଆ ହବ ଜାଣିବା ପରେ ବିରକ୍ତ  ଲାଗିଲା ଭୀଷଣ। ହେତ୍, ଆଘାତ ଦେଇଥିବା ମଣିଷ ହିଁ  ବାପା ହେବ ପିଲାଟିର।  ଜାବାଳି  ନା ଇତରା କ'ଣ ସିଏ ? ସତ୍ୟକାମ  ନା ଐତ୍ତେରୀୟ  ...କିଏ ସବୁ ଆସିବେ ୟା ପରେ। ତଥାପି ଆଗ୍ରହୀ ସେ।…