Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଜହ୍ନରାତି

ଦୁର୍ଲ୍ଲଭ କୁମାର ରାଉତ ଅର୍ଦ୍ଧନିଶିର ଚାନ୍ଦ ଢାଳିଛି ତରଳ ରୋପ୍ୟ ରେଣୁ ବିରହ ବଂଶୀ ତାଳରେ ନାଚେ ସ୍ମୃତିର ପ୍ରତି ଅଣୁ  । ବକ୍ଷ ବିଦାରି ଉକୁଟି ଉଠେ ବିଗତ କଥା ମାନ ହୃଦ କୁଞ୍ଜରେ ଫୁଟଇ ପୁଷ୍ପ ଆଜ ଯାହା ଶମଶାନ । ପ୍ରୀତି ସଙ୍ଗୀତ ମୂର୍ଚ୍ଛନା ତୋଳେ ମୃତ ପ୍ରେମୀର ଅଙ୍ଗେ ଧୂଳି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୮ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୮  ଆମ ଗାଈଆଳ ପିଲା ଶୁକ୍ରା ଭାରି ଚଗଲା। ଗୋଠଧରି ଗଲାବେଳେ କାହା ବାଡିରୁ ପିଜୁଳି, କାକୁଡି  ଅଣ୍ଟିରେ ନେଇଥିବ କୋଉ ଖଞ୍ଜରେ ଯେ ବୁଝିହବନି।  ତା' ସହିତ କିଏ ପିଠା ଖଣ୍ଡେ, ମୁଢିମୁଠେ ଦେଲେ ଗାମୁଛା କୋଣରେ ବାନ୍ଧିବ। …

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କଳା ପ୍ରଜାପତି ଦୁଃଖ ଏକ କଳା ପ୍ରଜାପତି । ପ୍ରତିଶ୍ରୁତିରେ ଉଡ଼େ , ପ୍ରେମରେ ପଡ଼େ , ଫୁଲ ଯାଏଁ ଯାଉ କି ନଯାଉ ପବନର ମାଡ଼ରେ ଡେଣା ଝଡିପଡ଼େ । କେତେ ଅଦ୍ଭୁତ ଦେଖ ! ଲାର୍ଭାର ଖୋଳପାରେ ଭୟାନକ ଲାଗୁଥିବା ପ୍ରଜାପତିଟି ତାର ମଞ୍ଜୁଳ ଡେଣାରେ ପ୍ରେମର ରଙ୍ଗ ନେଇ ଖେଦିଯାଏ କାନ୍ଥ, ବାଡ଼ ,…

ଲେଖକଟିଏ ପ୍ରଥମେ ଭଲ ପାଠକ ହେବା ଆବଶ୍ୟକ : ଅଙ୍ଗୁରବାଳା ପରିଡ଼ା

ଆଧୁନିକ ଓଡ଼ିଆ କବିତାରେ କବୀ ଅଙ୍ଗୁରବାଳା ପରିଡ଼ା ଜଣେ ପ୍ପ୍ରମୁଖ ସ୍ୱର , ଚର୍ଚ୍ଚିତ ଉଚ୍ଚାରଣ ଓ ଆଲୋଚିତ ପ୍ରତିଭା । ତାଙ୍କ କବିତାରେ ମାଟି ମନସ୍କତା , ସାମାଜିକ ବାସ୍ତବତା , ଜୀବନବାଦ ଓ ପ୍ରଗତିଶୀଳ ଚେତନାର ଉଦଭାସ ଏବଂ ସର୍ବୋପରି ପ୍ରେମର ପରିଭାଷାର ଗଭୀର ଭାବ ଓ ତନ୍ମୟ ଅନୁଭବର…

ଅନୁବାଦ ଗଳ୍ପ : ଧୀରେନ୍ଦୁ ମଜୁମଦାରର ମା’

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨ ମୂଳ ମାଲୟାଲମ୍‌ : ଲଳିତାମ୍ବିକା ଅନ୍ତର୍ଜାନମ୍‌  ଆପଣ ଜାଣନ୍ତି ମୁଁ କିଏ ? ମୋ ନାଁ ଶାନ୍ତି ମଜୁମଦାର । ମୋର ବୟସ ନବେ ବର୍ଷ । ପୂର୍ବ ବଙ୍ଗର ଗୋଟିଏ ଅଖ୍ୟାତ ପଲ୍ଲୀରେ ମୋର ଜନ୍ମ ଓ ସେଇଠି ମୁଁ ବଢ଼ିଥିଲି । ବାହା ସାହା ହୋଇ ନଅଟି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୭ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୭ ବିଦୁରନୀତି ଯାହା ମୂଳରୁ ଆମ ସହିତ ଅଛି  ତା'କୁ  ଭୁଲିଯାଉଚି ମଣିଷ, ଅଣଦେଖା କରୁଚି ଯୁଗ।ଖାଲଢିପରେ ସେ ରକ୍ଷାକବଚ। ସେଇ କଥାରେ ଅନୁଭୂତି ମିଶେଇ କୌଟିଲ୍ୟ କଲେ ଯେଉଁ ନୀତି ତାକୁହିଁ ଆମେ କଣ୍ଟାରେ ନ ଝୁଣ୍ଟିବା ପାଇଁ …

କୁଳାଙ୍ଗାର ଉବାଚ : ଗୁରୁ ତୁମେ ଗୁରୁ

ବନ୍ଧୁଗଣ ! ଜୀବନରେ ମୁଁ ଅନେକଙ୍କୁ ବ୍ୟଙ୍ଗ କରିଛି, ଅନେକ ଅବାଗ ଓ ଅବ୍ୟବସ୍ଥାକୁ ସୁଧାରି ପାରିଛି! ଏପରିକି ଗୁରୁଙ୍କୁ ବି କଲମ କମାଣର ମୂନରେ ରଖିଛି, କହିବାକି ଦ୍ବିଧା ନାହିଁ ଏହି ନିର୍ଭିକତା ବି ମୁଁ ଗୁରୁଙ୍କଠୁ ଶିଖିଛି! ଯାହାଙ୍କ ପାଇଁ ଆଜି ମୁଁ କବି କୁଳାଙ୍ଗାର ସୁଲକ୍ଷଣା,…

ଅନୁବାଦ କବିତା : ବାମାଙ୍ଗୀ

ମୂଳ ମରାଠୀ : ଅରୁଣ କୋଲଟକର ଅନୁବାଦ : ସରଳ କୁମାର ଦାସ  ମନ୍ଦିରକୁ ଯାଇଥିଲି ମଝିରେ କାହିଁ ସେଠି ବିଠଲ ଦିଶିଲେନି ଋକ୍ମିଣୀଙ୍କ ପାଖରେ ଖାଲି ଗୋଟେ ପଥର ମୁଁ କହିଲି ଚଳିବ ଋକ୍ମିଣୀ ତ ଋକ୍ମିଣୀ କାହାରି ପାଦରେ ତ ମୁଣ୍ଡିଆଟେ ପକାଇଲେ ହେଲା ପାଦରେ ମୁଣ୍ଡ ରଖିଲି ଉଠାଇ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୬ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୬ ଦନେ ଦେଖିଲାବେଳକୁ ବିକ୍ରମ ଭାଇ ଗାଁରେ ହାଜର। ସମସ୍ତେ ଟୁପୁର ଟାପୁର ହେଲେ। କାନରୁ କାନକୁ ଗଲା କଥା। ନିଜକୁ ମୁରବୀ ସଜେଇ ଦିନୁକକେଇ ଗଲେ ପଚାରିବାକୁ। ତାଙ୍କ ଖାତିର  ଟିକିଏ ଅଲଗା।ନ ପଚାରିଲେ କିଛି କହିବେନି। ସହଜେ…

ଲାଳୟେତ ପଞ୍ଚ ବର୍ଷାଣି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ପୁରୁଣା ଆଲବମ ଓଲଟଉ ଓଲଟଉ ଚାରି ଭଉଣୀଙ୍କ ପିଲାଦିନର କଳାଧଳା ଗୋଟିଏ ଫଟୋ ଦେଖି ଫେସବୁକରେ ଛାଡି ଦେଇଥିଲି । ତାକୁ ଦେଖି ଜଣେ ବନ୍ଧୁ ଫଟୋର କାଳ ଓ ସ୍ଥାନ ବିଷୟରେ କିଛି ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତେ , ଅତୀତ ରୋମନ୍ଥନ କରୁ କରୁ…