Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମୁଁ ବିକ୍ରମାଦିତ୍ୟ

ବିଜୟ କୁମାର ପାତ୍ର ମୁଁ ବିକ୍ରମାଦିତ୍ୟ ! ଅଶରିରୀମାନଙ୍କ ବୋଝରେ ମୁଁ ବିଭୋର, ଏଠି ନାହିଁ ଇନ୍ଦ୍ରିୟର ଇନ୍ଦ୍ରଜାଲ, ମାୟାବୀ ମରୀଚିକା ପଛରେ ପଥଭ୍ରଷ୍ଟ ହେବାର ଭୟ, ଏଠି ସୂର୍ଯ୍ୟ ଧଳା ଚନ୍ଦ୍ର ଧଳା ; ପ୍ରକୃତି ଓ ପୁରୁଷ ଉଭୟ ବି ଶବ ତ୍ୟାଗୀ କାଳାନ୍ତକ ଏମାନେ, ଜୀବନ…

କୋରାପୁଟ ସାହିତ୍ୟ ଉତ୍ସବ ପାଇବ ପ୍ରବାସୀ ଭାଷା ସମ୍ମାନ ୨୦୨୧

ଭୁବନେଶ୍ବର: ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦ ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୧ ମସିହା ପାଇଁ ଘୋଷିତ ହୋଇଯାଇଛି । ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୧୮ ମସିହା ଠାରୁ ଆୟୋଜିତ ହୋଇ…

ଗଳ୍ପ : ସମୟର ଖେଳଣା

ସଚ୍ଚିଦାନନ୍ଦ କର ସମୟ ବିଦ୍ରୁପ କରୁଥିଲା। ବାରଣ୍ଡା ଗ୍ରୀଲ୍ ପାଖରୁ ପଛକୁ ଫେରିଲା ସେ।ସମୟକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରି ନ ଥିଲା। - " ବାପା ! ଆଜି ଯେମିତି ହେଲେ ମୋ ପାଇଁ ଖେଳଣା ଆଣିଦବ। " ଝିଅ କହିଲା। ହଠାତ୍ ବାପାର ମନରେ ଖୁସିର କ୍ଷୀଣ ରେଖାଟିଏ ଝଲସି ଉଠିଲା।-…

କବିତା : ତ୍ରିଶଙ୍କୁ ଜୀବନ

ସୁଷମା ପରିଜା ବେଳେ ବେଳେ କିଛି କଥା, କିଛି ଶବ୍ଦ, ତୀକ୍ଷ୍‌ଣ ଧାରଥିବା ଛୁରୀଟିଏ ହୋଇ ଟିକ୍ ଟିକ୍ କରି କାଟି ପକାନ୍ତି ଛାତି ଭିତର ର କଲିଜା ଟାକୁ, ଯନ୍ତ୍ରଣାକ୍ଳିଷ୍ଟ ହୃଦୟରୁ ନିଗିଡି ଆସୁଥିବା ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି ଅଧା ବାଟରୁ ଲେଉଟି ଯାଆନ୍ତି ଆଖିପତା ପାଖରୁ,…

ବାସ୍ତବରେ ନିନ୍ଦୁକ ମାନେ ହିଁ ସର୍ଜନା ପ୍ରକ୍ରିୟାକୁ ଅଧିକ ଦୃଢ ଓ ସଚେତନ କରିଥାନ୍ତି : ଅପର୍ଣ୍ଣା ମହାନ୍ତି

ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ନିଜ ଲେଖନୀ ନିଃସୃତ ସୃଷ୍ଟି ସମ୍ଭାର ଉପହାର ଦେଇ ଆସିଛନ୍ତି ଅପର୍ଣ୍ଣା ମହାନ୍ତି ।ପାରିପାର୍ଶ୍ଵିକ ଘଟଣାବଳୀ ତଥା ଜୀବନର ତିକ୍ତ ମଧୁର ଅନୁଭୂତିକୁ ନେଇ ସେ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଚାଲିଛନ୍ତି ।ଭାବ ଓ ଭାଷାର ଚମତ୍କାରିତାକୁ…

କବିତା : ଅଦୃଶ୍ୟ

ମନୋଜ ରଥ  ନା ମୁଁ ନିଷ୍ପେଷିତରେ ଯାଏଁ ନା ସ୍ଖଳିତରେ l ମୋ ହକ୍ ପାଇଁ କେବେ ହେଇ ନାଇଁ କଉଠି ଯୁଦ୍ଧ କି ମତେ ଖତମ୍ କରିବାକୁ କେବେ ବାଜି ନାହିଁ ରଣବାଦ୍ୟ l ନା ମୁଁ ଯୁଦ୍ଧର ଅଭିପ୍ରାୟ ସ୍ଥାପିତ ଧର୍ମ କି ପ୍ରତିଷ୍ଠିତ ନ୍ୟାୟ ନା ଯୁଦ୍ଧର କୌଣସି ଏକ ଠୋସ୍ କାରଣ ଛ' ଶ୍ରେଣୀର ଖାସ୍…

ମାସିକ ସାହିତ୍ୟ ପତ୍ରିକା ସମାରୋହର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ସାହିତ୍ୟ ସେବକ ଦୁର୍ଗା ମାଧବ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ମାସିକ ସାହିତ୍ୟ ପତ୍ରିକା "ସମାରୋହ"ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସାହିତ୍ୟିକା ମନୋରମା ମହାପାତ୍ର ସଭାପତିତ୍ୱ କରି କହିଛନ୍ତି ଯେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାହିତ୍ୟ…

‘ଜଗଦୀଶ କଥା ସମ୍ମାନ’ ପାଇବେ କଥାକାର ନିବାରଣ ଜେନା

ଜଗଦୀଶ କଥା ସମ୍ମାନ ପାଇବେ ନିବାରଣ ଜେନା  ଶକ୍ତି ମହାନ୍ତିଙ୍କୁ ‘ଜଗଦୀଶ ଯୁବ ସମ୍ମାନ’  ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡ୍-ସେଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ୨୦୨୧ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା…

କବିତା: ମଲାଜହ୍ନ

ଆକାଶରେ ଯେଉଁଦିନ ଜହ୍ନ ନଥାଏ ସେଦିନ ମୁଁ ଅଧିକ ଉଦାସ ଓ ତମ କଥା ବେଶି ବେଶି ଉନେପଡୁ ଥାଏ । ଝର୍କା ଖୋଲେ, ଗୁମ୍ ହୋଇ ବସିରହେ ସାରାରାତି ଏମିତି ଏକା ଏକା ତମେ ଏକ ଅନ୍ଧାରର ନଈ ଓ ମୁଁ ଏକ ନିଃସଙ୍ଗ ନଉକା । କ୍ରମଶଃ କୋମଳ ହୁଏ ଅନ୍ଧାର ଅନ୍ଧାରରେ ଫିଟିପଡେ କେଉଁ…

କବିତା; ରାସ୍ତାରେ କଣ୍ଟା ପୋତୁଥିବା ମାଲିକ, ଶୁଣ!!

କେଦାର ମିଶ୍ର ରାସ୍ତା ସାରା କଣ୍ଟା, ରାସ୍ତା ସାରା ନିଆଁ ସାରା ରାସ୍ତା ଅହଙ୍କାରର ଏକ ଉତ୍ତପ୍ତ ନଦୀ।   ଏ ରାସ୍ତା କିନ୍ତୁ ତିଆରି ହୋଇଥିଲା ମୋର ହାଡରେ ଏ ରାସ୍ତାରେ ପଥର ଓ ପିଚୁ ହୋଇ କଂକ୍ରିଟ ଓ ପାଣି ହୋଇ ଢଳା ହୋଇଥିଲା ମୋର ଭାଗ୍ୟ  ଏ ରାସ୍ତାରେ…