Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାବମୂର୍ତ୍ତି

ସମକାଳୀନ ଓଡ଼ିଆ କଥାସାହିତ୍ୟରେ ପବିତ୍ର ପାଣିଗ୍ରାହୀ ଜଣେ ସମର୍ଥ କଥାକାର ଭାବେ ଜଣାଶୁଣା! ପ୍ରକାଶିତ ଗଳ୍ପ ସଂକଳନ: ପ୍ରେମିକର ଦଶାବତାର, ଖରାପ ପାଗ, ହାଇଫେନ୍‍, ଏକାଏକା ଅରୁନ୍ଧତୀ, ମନ ଅନ୍ଧାର, ଅଫେରା ଜହ୍ନରାତି, ଛୁଇଁଲେ ପ୍ରେମ, ସ୍ୱପ୍ନଚୋରି, ବରଂ ଅଂଧାର ଭଲ, ଗପର ମୁହଁ ! ଉପନ୍ୟାସ:…

ପରକୀୟା

ପରକୀୟା ରମାକାନ୍ତ ସାମନ୍ତରାୟ ବିନୟ ଘର ଆଗ ଗେଟ ପାଖରେ ପହଞ୍ଚିଲାବେଳୁ ହିଁ ବିରକ୍ତ ହୋଇସାରିଥିଲା । ବେଜାଏ ଗେଟକୁ ଖଟଖଟ କଲା ପରେ ଯାଇଁ ଲତା ଲାଇଟ ଜଳେଇ କବାଟ ଫିଟେଇ ଗେଟ ଖୋଲିଲା, ବିନୟ ହାତରୁ ପରିବା ବ୍ୟାଗ ଓ ହେଲମେଟ ଧରୁ ଧରୁ ଟି.ଭି. ଦେଖୁଥିଲି ବୋଲି ସଫେଇ ଦେଲା । ବିନୟ କିଛି…

ଅନାବନା ଗୀତମାଳିକା

ଅନାବନା ଗୀତମାଳିକା ଅମରେନ୍ଦ୍ର ଖଟୁଆ (ବାତରା ଗୋଷ୍ଠୀ (ସଂବଲପୁର ୧୯୭୨-୧୯୭୬) ପାଇଁ ଲିଖିତ କିଛି ଧାଡ଼ି ସଚ୍ଚି ରାଉତରାୟଙ୍କୁ ଖୁବ୍‍ ଭଲଲାଗିଥିଲା । ସବୁ ଗୋଷ୍ଠୀବାଦର ବିରୋଧରେ ଲିଖିତ ଏଇସବୁ ଧାଡ଼ିକୁ କବି ରବି ସିଂ ମଧ୍ୟ ପସନ୍ଦ କରିଥିଲେ ।) ସଚିବାଳୟର ବାବୁ ମୁଂଡ ଭିତରେ…

ମୁଁ ହଜି ଯାଇଛି

ମୁଁ ହଜି ଯାଇଛି ପ୍ରତିଭା ପ୍ରିୟଦର୍ଶିନୀ ଖୁବ ଅନ୍ୟମନସ୍କ ସୁରୁଚି । ହାତରେ ତିନି ତିନିଟା ବଡ଼ବଡ଼ ପଲିଥିନ ବ୍ୟାଗ । ଫଳ, ପରିବା ଆଉ କିଛି ନିତିଦିନିଆ ଘରକରଣା ବସ୍ତୁ । ଟାଉନ ବସରେ ବିପରୀତ ଦିଗରେ ଯାଉଥିବା କେହିଜଣେ ତାଙ୍କ ବ୍ୟାଗ ଚେନରେ ୟା ଓଢଣୀଟାକୁ ଟାଣି ନେବାରେ ସେ ମନସ୍କ ହେଲା,…

ସାଧନାର ସତ୍ୟବାନ

ସାଧନାର ସତ୍ୟବାନ ସମରେନ୍ଦ୍ର ବଳିଆରସିଂହ ଢେର ସମୟ କଟିଥିଲା ସେଦିନ ସାଧନା ପାଖରେ । ତା’ ଜୀବନର ସବୁ ଦୁଃଖ ଆଉ ଯଂତ୍ରଣାକୁ ସେ ଯେମିତି ମୋ ପାଖରେ ଅଜାଡ଼ି ଦେଉଥିଲା । ମୋ ଖୁସି ପାଇଁ ସେ ତା’ ସର୍ବସ୍ୱ ମଧ୍ୟ ଅଜାଡ଼ି ଦେଉଥିଲା । ମୋ ପାଖରେ ତା’ ସର୍ବସ୍ୱର ଯାହା ମୂଲ, ସେଇଥିରୁ ସିଏ ପଠେଇବ…

ପାପ

ପାପ ପ୍ରଜ୍ଞା ନିବେଦିତା ନାୟକ ଡହଡହ ଚା' କପରେ ତମ ନରମ ଓଠ ଆସ୍ତେ ବୁଡିଗଲାପରେ ସକାଳ ସୂରୁଜ ବି ରୋମାଣ୍ଟିକ୍ ଲାଗେ ଠିକ୍ ପୁନେଇ ରାତିର ଜହ୍ନ ପରି। ଚା' କପ୍ ବି ଲାଜେଇଯାଏ ତମ ଓଠ ସ୍ପର୍ଶରେ ଯେମିତି ଦିନେ ଲାଜେଇଥିଲି ସେଇ ପହିଲି ଛୁଆଁରେ। ସମ୍ମୋହନ ଆଉ ଶିହରଣର କଥା…

ଖରା ଓ ନାରୀ

ଖରା ଓ ନାରୀ ଗାୟତ୍ରୀ ଦାସ ହୁଏତ ଏ ଧୂ ଧୂ ଖରାରେ ସେ ନ ଥାଏ ‌ଦେହଟାକୁ କଂକାଳରୁ ଓହ୍ଲାଇ ଦେଇ ‌ସେ ଧରିଥାଏ ଛାଇ ଲେଉଟାଣି ବାଟ ହୁଏତ ସେ ଲେଉଟାଣି ବାଟ ସପାଟ ସମତଳ ଆଡକୁ ଯାଇ ନ ଥାଏ କେବେ କେବେ ପାହାଡ, ମରୁ ପ୍ରାନ୍ତର ଅବା ଧୂସର ଉପତ୍ୟକାଟେ ବାଟ ଓଗାଳେ ହୁଏତ ସେ…

ରାତିର ସାଥୀ

ରାତିର ସାଥୀ ହିରଣ୍ମୟୀ ମିଶ୍ର ସାରା ପୁଳାଏ ଫାଇଲ ଜାକିଥିଲା ତା କାଖତଳେ । ପିଠିରେ ପଡ଼ିଥିବା ବ୍ୟାକପ୍ୟାକ ବେଶ ଖୁନ୍ଦାଖୁନ୍ଦି ହେଇ ଭର୍ତ୍ତି ହେଇଥିଲା । ତଥାପି ଆଉରି ଗୋଟେ ଫାଇଲ ଓ ବ୍ୟାଗ ସେ ଧରିଥିଲା ତା’ହାତରେ । ସେଦିନ ସେ ଅଫିସ ବଦଳଉଥିଲା । ମିଝିରେ ମଝିରେ ଫୋନରେ କାହାସହ କଥା ବି…

ଯାହା ସେ ପାରିଲାନି…

ଯାହା ସେ ପାରିଲାନି... କ୍ଷୀରୋଦ ବିହାରୀ ବିଶ୍ୱାଳ ପୁରୁଣା କାଳିଆ ଚଉଡା଼ ମାଟି କାଂଥର ଘର | ନଡ଼ା ଛପର | ଘର ମଝିରେ ଅଗଣା | ଭିତରେ ତିନୋଟି ଶୋଇବା ଘର, ଠାକୁର ଘର, ରୋଷେଇ ଘର, ଧାନ ରଖିବା ପାଇଁ ଅମାର ଘରକୁ ମିଶେଇଲେ ଛ'ଟି ଘର , ଦାଣ୍ଡ ପଟରୁ ଘର ଭିତରକୁ ପଶିଲେ ବୈଠକି ଘରଟେ | ସେ…

ରକ୍ତ ବି କାନ୍ଦିପାରେ !

ରକ୍ତ ବି କାନ୍ଦିପାରେ ! ଶୁଭଶ୍ରୀ ମହାରଣା ଆଖି କାନ୍ଦିବା କିଛି ବଡ଼ କଥା ନୁହେଁ ରକ୍ତ କାନ୍ଦିବା ବହୁତ ବଡ଼ କଥା ଆଖି ତ କାନ୍ଦେ ହାଲକା ଆଘାତରେ କିନ୍ତୁ, ରକ୍ତ... ଗଭୀର କ୍ଷତରେ । ଚୁମ୍ବନ ଓ ଚାପୁଡ଼ା କିଏ କାହାଠୁ କ'ଣ କମ୍? ଗୋଟିଏ ପ୍ରେମର ନିଦର୍ଶନ ଆରଟି ଘୃଣ୍ୟ।…