Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଘୁଣୀ ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ଏନଟିସିଏର ନିର୍ଦ୍ଦେଶ

ଭୁବନେଶ୍ବର: ଶିମିଳିପାଳ ସୀମା ଡେଇଁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଚାଲିଯାଇଥିଲା ମରାଠା ବାଘୁଣୀ ଜିନ୍ନତ । ହେଲେ ଏବେ ତାକୁ ଟ୍ରାଙ୍କୁଲାଇଜ୍ କରି ଆଲିପୁର ଚିଡ଼ିଆଖାନାରେ ରଖାଯାଇଛି । ଅନ୍ୟପଟେ, ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଏନଟିସିଏ ।…

ମଣିପୁର ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୩ ମେ ୨୦୨୩ ରୁ ଘଟିଥିବା ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଭବିଷ୍ୟତରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ…

ବିମାନ ଦୁର୍ଘଟଣାରେ ଜୀବିତ ଦୁଇ ବ୍ୟକ୍ତି କେଉଁଠି ବସିଥିଲେ? ଫ୍ଲାଇଟ ଓ ଟ୍ରେନରେ କେଉଁ ସିଟ୍ ସୁରକ୍ଷିତ?

ଡିସେମ୍ବର ୨୯ରେ ଦକ୍ଷିଣ କୋରିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା ​। ମୁଆନ ବିମାନବନ୍ଦରରେ ଜେଜୁ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ୧୮୧ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ କେବଳ ୨ ଜଣ ଯାତ୍ରୀ ଜୀବିତ ଥିଲେ। ଦୁହେଁ ବିମାନ…

୨୪ର ରେକର୍ଡକୁ କାଟିବ ୨୦୨୫, ପାଲଟିବ ଉତ୍ତପ୍ତ ବର୍ଷ!

ଭୁବନେଶ୍ବର: ୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । କିନ୍ତୁ ଏବେ ୨୪ର ରେକର୍ଡକୁ କାଟି ଆହୁରି ଉତ୍ତପ୍ତ ହେବାକୁ ଯାଉଛି…

ଆକ୍ସନ୍ ପ୍ୟାକ୍ ଫିଲ୍ମରେ ନଜର ଆସିବେ ଶର୍ଭରୀ, ବର୍ଷ ଶେଷରେ ଦେଖିବାକୁ ମିଳିଲା ଶେଷ ଦିନ କାମର ଝଲକ୍‌

ମୁମ୍ବାଇ: ଶାର୍ଭରୀ ୨୦୨୪ ରେ ବହୁ ସଫଳତା ପାଇଛନ୍ତି। ‘ମୁଞ୍ଜ୍ୟା’ ଓ ‘ବେଦା’ ଭଳି ଫିଲ୍ମରେ ନିଜର ଭୂମିକା ପାଇଁ ସେ ଖୁବ୍‌ ପ୍ରଶଂସା ସାଉଁଟିଲେ । କିନ୍ତୁ ବର୍ଷର ତାଙ୍କର ଶେଷ କାର୍ଯ୍ୟ ଦିବସ ମଧ୍ୟ ଆକ୍ସନ୍-ପ୍ୟାକ୍ ଫିଲ୍ମରେ ନଜର ଆସିଛନ୍ତି। ଚଳିତ ବର୍ଷ ସେ ୟଶରାଜ ଫିଲ୍ମସ ସ୍ପାଇ…

ଛାତ୍ର ଆନ୍ଦୋଳନ: ନୀତିଶଙ୍କ ପାଇଁ ବିପଦ ଘଣ୍ଟି !

ନୂଆଦିଲ୍ଲୀ: ବିହାରରେ ତେଜୁଛି ଛାତ୍ର ଆନ୍ଦୋଳନ ତାତି । ବିହାର ଲୋକସେବା ଆୟୋଗ ବା ବିପିଏସସି ପରୀକ୍ଷା ରଦ୍ଦ କରିବା ଦାବିକୁ ନେଇ ଗତ ଦୁଇ ସପ୍ତାହ ହେଲା ପଟନାରେ ଆନ୍ଦୋଳନରେ ବସିଛନ୍ତି ପରୀକ୍ଷାର୍ଥୀ । ରବିବାର ମୁଖ୍ୟମନ୍ତ୍ରୀ ଆବାସ ଘେରାଉ କରିବାକୁ ଯିବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ…

ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ୍ ଉଦଘାଟିତ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋମବାର କନ୍ୟାକୁମାରୀରେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ସଂଯୋଗ କରୁଥିବା ଏକ ନୂତନ କାଚ ବ୍ରିଜ୍ ଉଦଘାଟନ କରିଛନ୍ତି। କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ ନିର୍ମାଣ…

୨୪ରେ ଭିଜିଲାନ୍ସ ହାତରେ ୧୮୧ ବାବୁ, ଆଉ ୧୩୧ କୋଟିର ସମ୍ପତ୍ତି

ଭୁବନେଶ୍ବର: ଚଳିତ ବର୍ଷ ଭିଜିଲାନ୍ସ ୨୦୦ରୁ ଅଧିକ ଫୌଜଦାରୀ ମାମଲା ରୁଜ୍ଜୁ କରିଛି । ୧୮୧ ଜଣ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ମୋଟ ୧୩୧ କୋଟିର ସମ୍ପତି ଜବତ କରିଛି ଭିଜିଲାନ୍ସ । ଆଜି ବର୍ଷ ଶେଷରେ ରେଡ୍ ଏବଂ ମାମଲା ନେଇ ବର୍ଷକର ତଥ୍ୟ ପ୍ରଦାନ କରିଛି ଭିଜିଲାନ୍ସ ।…

ପିଏମ୍-ଉଷା ଯୋଜନାରେ ଓଡ଼ିଶାକୁ ୬୭୦ କୋଟି ଟଙ୍କା ଅନୁଦାନ

ଭୁବନେଶ୍ବର: ପିଏମ୍-ଉଷା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗବେଷଣା ପାଇଁ ପିଏମ୍-ଉଷା ଯୋଜନାରେ ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ୬୭୦ କୋଟି ଟଙ୍କା ପ୍ରଦାନ କରାଯିବ । ରେଭେନ୍ସା ବିଶ୍ବବିଦ୍ୟାଳୟ,…

‘ଗଠନ ହେବା ଦରକାର ପୁରୁଷ ସହ ପିତୃମାତୃ କମିଶନ’

ଭୁବନେଶ୍ବର: ରାଜ୍ୟରେ ଗଠନ ହେବା ଦରକାର ପୁରୁଷ କମିଶନ । ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଆଜି ମତ ବ୍ୟକ୍ତ କରିଛନ୍ତି ବାବା ବଳିଆ । ଦେଶ ତଥା ରାଜ୍ୟରେ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନାକୁ ଦୃଷ୍ଟିରେ ରଖି କିଛି ଏପରି ମତ ରଖିଛନ୍ତି ବାବା ବଳିଆ । ଏହି ନିକଟରେ ଜଣେ…