Latest Odisha News

BREAKING NEWS

ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ସହାୟତା କଲେ ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା/ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବାହାର ରାଜ୍ୟର ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟକୁ ଯାଉଥିବା ବେଳେ ଓଡ଼ିଶା ପୋଲିସ ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏବେ ପୋଲିସ ସହାୟତରେ ବାହାର ରାଜ୍ୟକୁ ଯାଉଛନ୍ତି ହଜାର ହଜାର ପ୍ରବାସୀ ଶ୍ରମିକ । ଏବେ ଲକ୍‌ଡ଼ାଉନ୍ ସମୟରେ…

ପ୍ରତିରକ୍ଷା ସାମଗ୍ରୀରେ ମେକ୍‌-ଇନ୍‌-ଇଣ୍ଡିଆକୁ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ବିଶେଷ ଦୃଷ୍ଟି ଦିଆଯିବ । ଏନେଇ ଆଜି ଚତୁର୍ଥ ପର୍ଯ୍ୟାୟ ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା କରିଛନ୍ତି ଅର୍ଥ ନିର୍ମଳା ସୀତାରମଣ । ପ୍ରତିରକ୍ଷା ସାମଗ୍ରୀରେ ମେକ୍‌-ଇନ୍‌-ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ପ୍ରତିରକ୍ଷା…

ନିଲାମ ହେବ ୫ଶହ ମାଇନିଂ ବ୍ଲକ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜର ଆଜି ଚତୁର୍ଥ ପର୍ଯ୍ୟାୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୋଇଲା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । କୋଇଲା ପରିବହନ ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଘୋଷଣା ହୋଇଛି । ସେ କହିଛନ୍ତି, କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସରଳିକରଣ କରାଯିବ…

ବାପା ସାଜିଲା ଶ୍ରବଣ କୁମାର, ଛୁଆକୁ ଭାରାରେ ବୋହି ଚାଲିଲା ୨୫୦ କି.ମି

ବାରିପଦା: ବାପା ସାଜିଲା ଶ୍ରବଣ କୁମାର । ନିଜ ଛୁଆକୁ ଭାରାରେ ବୋହି ଚାଲିଲେ ୨୫୦ କିଲୋମିଟର । ମୟୁରଭଂଜ ଜିଲ୍ଲା ବାରିପଦାରେ ଦେଖିବାକୁ ମିଳିଛି କରୋନାର ଏଭଳି କରୁଣ ଦୃଶ୍ୟ । ଗୋଟିଏ ପଟେ ଆସବାବପତ୍ର । ଆଉ ଗୋଟେ ପଟେ ନିଜ ଛୁଆକୁ କାନ୍ଧରେ ବୋହି ୨୫୦ କିଲୋମିଟର ଚାଲି ଚାଲି ମୟୁରଭଂଜରେ…

ମୟୂରଭଞ୍ଜରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଏଯାଏଁ ୧୧ ପଜିଟିଭ୍ ଚିହ୍ନଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶନିବାର ଦିନ ୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ- କରୋନା ସମୟରେ ଦେଶର ମା’ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର…

କରୋନା ସମୟରେ ଦେଶର ମା’ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କରୋନା ଭଳି ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି । ଶନିବାର ଦିନ ଦେଶର ୧ ହଜାରରୁ ଅଧିକ ଉଜ୍ଜଳା ଲଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ଅମ୍ଫାନ ମୁକାବିଲା: ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା ଯାଜପୁର ଜିଲ୍ଲା ପ୍ରଶାସନ

ଯାଜପୁର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଯାହା ଆଜି ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡର ରୂପ ନେବ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଆସନ୍ତା ୧୮ ତାରିଖ ରାତିରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ…

ଆଉ ଓଡ଼ିଶା ରାସ୍ତାରେ ଚାଲିବେନି ପ୍ରବାସୀ ଶ୍ରମିକ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଏବେ ଆଉ ଓଡ଼ିଶାରେ ରାସ୍ତାରେ ଚାଲିବେନି ପ୍ରବାସୀ ଶ୍ରମିକ । ସରକାରଙ୍କ ନିଷ୍ପତ୍ତି ପରେ ଏହି ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଯଦି କୌଣସି ଶ୍ରମିକଙ୍କୁ ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳେ ତେବେ ତାଙ୍କୁ ପୋଲିସ ଉଠାଇନେବ । ତାଙ୍କୁ ସ୍ୱତନ୍ତ୍ର ସ୍କ୍ରିନିଂ ସେଂଟରରେ ନେଇ…

ରାସ୍ତାରେ ଚାଲୁଥିବା ଭୋକିଲାଙ୍କୁ ଋଣ ନୁହେଁ ଟଙ୍କା ଦରକାର: ରାହୁଲ

ନୂଆଦିଲ୍ଲୀ: ଚାରିଆଡେ କରୋନା ଯୋଗୁଁ ତାଲାବନ୍ଦ ପଡିଛି । ଫଳରେ କରୋନା କଟକଣା ଯୋଗୁଁ ଆର୍ଥିକ ସଂକଟ ଦେଖାଦେଇଛି । ଏଭଳି ସ୍ଥିତିରେ ଦେଶବାସୀଙ୍କୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ…

ଆଜି ଯାଜପୁରରୁ ଚିହ୍ନଟ ୩୧ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ଆଉ ୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି । ଏହି ୩୧ ଜଣଙ୍କ ମଧ୍ୟରେ ରହିଛନ୍ତି ବିଞ୍ଝାରପୁର ବ୍ଲକ ଅଂଚଳର ୨୦, ବରୀ ବ୍ଲକ ଅଂଚଳର ୬ ଏବଂ ରସୁଲପୁର ବ୍ଳକ ଅଂଚଳର ୫ । ୩୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ମହିଳା ହୋଇଥିବା ବେଳେ ଆଉ ୨୯ ଜଣ ପୁରୁଷ ।…